କ୍ୟାନସରରେ ଆଖି ବୁଜିଲେ ପ୍ରସିଦ୍ଧ ଗୀତକାର ଅଭିଳାଷ


ଲୋକପ୍ରିୟ ପ୍ରାର୍ଥନା ‘ଇତନି ଶକ୍ତି ହମେ ଦେ ନା ଦାତା…’ର ପ୍ରସିଦ୍ଧ ଗୀତିକାର ଅଭିଳାଶଙ୍କର ରବିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ମାର୍ଚ୍ଚ ମାସରେ ତାଙ୍କ ପେଟରେ ଏକ ଟ୍ୟୁମରର ଅପରେସନ କରାଯାଇଥିଲା, ସେବେଠାରୁ ତାଙ୍କର ଦେହ ଭଲନଥିଲା। କ୍ୟାନସରରେ ପୀଡିତ ଥାଇ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ରବିବାର ଅଧାରାତିରେ ଗୋରେଗାଓଁର ଶିବ ଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

୧୯୮୫ରେ ଆସିଥିବା ଫିଲ୍ମ ‘ଅଙ୍କୁଶ’ ପାଇଁ ‘ଇତନି ଶକ୍ତି ହମେ ଦେନା ଦାତା…’ ଭଳି ଲୋକପ୍ରିୟ ଗୀତକୁ ଲେଖିଥିବା ଗୀତିକାର ଓ ଲେଖକ ଆଜି ଏ ଦୁନିଆରେ ନାହାନ୍ତି। ଏହି ଗୀତ ପାଇଁ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂଙ୍କ ଦ୍ୱାରା କଳାଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ।  ଭାରତର ୬୦୦ ବିଦ୍ୟାଳୟରେ ପ୍ରାର୍ଥନା ଭାବରେ ଗାନ କରାଯାଇଥାଏ। ଏହି ଗୀତର ମେଲ ଓ ଫିମେଲ ଦୁଇଟି ସଂସ୍କରଣ ରହିଛି। ଗୋଟିଏରେ ସୁଷମା ଶ୍ରେଷ୍ଠ, ପୁଷ୍ପା ପାଗଧରେ ଆଦି ଗାଇଛନ୍ତି। ଅନ୍ୟଟିରେ ଘନଶ୍ୟମ ବାସଓ୍ବାନି, ଅଶୋଖ ଖୋସଲା, ଶେଖର ସାଭକର ଓ ମୁରଲୀଧରନ କଣ୍ଠଦାନ କରିଛନ୍ତି।

ଅଭିଳାଷ ‘ଲାଲଚୁଡା’(୧୯୭୪), ସାଓ୍ବନ କୋ ଆନେ ଦୋ(୧୯୭୯), ଅଙ୍କୁଶ(୧୯୮୬) ଭଳି ଫିଲ୍ମରେ ଗୀତ ଲେଖିଛନ୍ତି। ଦୁଇ ଦିନ ପୂର୍ବରୁ  ଗୀତିକାର ଲିଭର କ୍ୟାନସରରେ ପୀଡିତ ହୋଇଥିବାର ସୂଚନା ସାମନାକୁ ଆସିଛି। ଚଳିତ ବର୍ଷ ମାର୍ଚ୍ଚରେ ଅଭିଳାଷଙ୍କ ପେଟର ଅନ୍ତନଳୀର ଅପରେସନ୍ ହୋଇଥିଲା।


Share It

Comments are closed.