ଲିଚୁ ଖାଇବାକୁ ପସନ୍ଦ କରନ୍ତି କି, ଜାଣନ୍ତୁ କଣ ପଡିଥାଏ ଏହାର ପ୍ରଭାବ
ଲିଚୁ ଏକ ଋତୁକାଳୀନ ଫଳ ଅଟେ । ଏହା ବର୍ଷରେ ଥରେ ଆସିଥାଏ ଏବଂ ପ୍ରାୟତଃ ଲିଚୁ ସମସ୍ତଙ୍କର ପ୍ରିୟ ହୋଇଥାଏ । ଲିଚୁ ଭିଟାମିନ ସି, ଡି, ମ୍ୟାଗ୍ନେସିୟମ, ରିବୋଫ୍ଲାବିନ, କପର, ଫସଫରସ ଇତ୍ୟାଦିର ଉତ୍ତମ ସ୍ରୋତ ଅଟେ । ତେଣୁ ଏହି ଋତୁକାଳୀନ ଫଳକୁ ଖାଇବା ଖୁବ ଆବଶ୍ୟକ, ଏହା ଶରୀରରେ ବହୁ ସ୍ୱାସ୍ଥ୍ୟ ଉପକାରିତା ରହିଛି । ଆସନ୍ତୁ ଜାଣିବା ଲିଚୁ ଖାଇବା ଦ୍ୱାରା କଣ କଣ ପ୍ରଭାବ ପଡିଥ୍ଧଶ ଆପଣଙ୍କ ଶରୀରରେ . . . . . . .
୧. ଲିଚୁରେ ୮୫ପ୍ରତିଶତ ଜଳଭାଗ ରହିଥିବାରୁ ଏହା ତ୍ୱଚା ପାଇଁ ଖୁବ ଭଲ ଅଟେ । ଏହା ଭିଟାମିନ ସି ଯୁକ୍ତ ହୋଇଥିବାରୁ ଏହା ଏଜିଂ ପ୍ରକିୟାକୁ ନିୟନ୍ତ୍ରଣରେ ରଖିଥାଏ । ଏହାର ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାରେ ବ୍ରଣ ଏବଂ ବ୍ଲାକହେଡର ସମସ୍ୟାକୁ ଦୂର କରିଥାଏ ।
୨. ଲିଚୁ ପୋଟାସିୟମର ଏକ ଉତ୍ତମ ସ୍ରୋତ ଅଟେ । ଏହା ଶରୀରରେ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ ।
୩. ହଜମ କ୍ରିୟାରେ ଲିଚୁ ସାହାଯ୍ୟ କରିବା ସହିତ କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୪. ଲିଚୁରେ କପର ଖୁବ ଅଧିକ ମାତ୍ରାରେ ରହିଛି ଯାହା ଲାଲ ରକ୍ତ କୋଷକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ ଶରୀରରେ ରକ୍ଚ ସଂଚାଳନ ପ୍ରକିୟା ସଠିକ ରହିଥାଏ ।
୫. ଏହି ଫଳରେ ଭିଟାମିନ ସିର ପରିମାଣ ଅଧିକ ଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
୬. ଏହା ଓଜନ କମ କରିବାରେ ସାହାଯ୍ୟ କରିଥାଏ ।
୭. ଏହା କାର୍ଡିଓଭାସକୁଲାର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ।
୮. ଏହାର ସେବନ ପରେ ଏହା ତୁରନ୍ତ ଶକ୍ତି ପ୍ରଦାନ କରିଥାଏ ।
୯. ଏହା କ୍ୟାନସର ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ପ୍ରଦାନ କରିଥାଏ ।
୧୦. ଅତ୍ୟନ୍ତ କ୍ଷତିକାରକ ହର୍ପିସ ଭାଇରସରୁ ଲିଚୁ ସୁରକ୍ଷା ପ୍ରଦାନ କରିଥାଏ ।
Comments are closed.