ହସ୍ପିଟାଲରେ ବେଡ ନମିଳିବା ହେତୁ କରୋନା ଆକ୍ରାନ୍ତ ବାପାଙ୍କୁ ସିଲିଣ୍ଡର ସହ କାରରେ ଧରି ବୁଲିଲା ପୁଅ


କରୋନାର ପ୍ରକୋପ ବଢିବାରେ ଲାଗିଛି। ସଂକ୍ରମଣ ମାମଲା ପ୍ରତିଦିନ ଏବେ ୨ ଲକ୍ଷରୁ ଅଧିକ ରହିଛି। ସେଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଲକ୍ଷ୍ନୌରେ ଏଭଳି ଏକ ଘଟଣା ସାମନାକୁ ଆସିଛି, ଯେଉଁଠି ୭୦ ବର୍ଷୀୟ କରୋନା ରୋଗୀଙ୍କୁ ନେଇ ତାଙ୍କ ପରିବାର ଲୋକ କାରରେ ଅକ୍ସିଜେନ୍ ସିଲିଣ୍ଡର ସହିତ ବିଭିନ୍ନ ହସ୍ପିଟାଲ ବୁଲିବାରେ ଲାଗିଥିଲେ। ହେଲେ ତାଙ୍କୁ କୌଣସି ହସ୍ପିଟାଲରେ ମଧ୍ୟ ବେଡ୍ ମିଳିନଥିଲା। ଶେଷରେ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲ।

ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ନୌର ଆଲିଗଞ୍ଜରେ ରହୁଥିବା ସୁଶୀଲ କୁମାର ଶ୍ରୀବାସ୍ତବ ଜଣେ ଡାଇବେଟିସ୍ ଓ ହାଇବ୍ଲଡପ୍ରେସର ରୋଗୀ। ବୁଧବାର ହଠାତ୍ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ ଘର ପାଖରେ ଥିବା ଏକ ହସ୍ପିଟାଲକୁ ନେଇଥିଲେ। ଏହି ହସ୍ପିଟାଲରେ ସୁଶୀଲ କୁମାରଙ୍କ ନିୟମିତ ଚିକିତ୍ସା ମଧ୍ୟ ଚାଲିଛି। ତେବେ ଡାକ୍ତରମାନେ କରୋନା ଯାଞ୍ଚ ନକରି ତାଙ୍କୁ ଦେଖିବାକୁ ମନା କରିଦେଇଥିଲେ। ଏହି ସମୟରେ ବୃଦ୍ଧ ବ୍ୟକ୍ତି( ସୁଶୀଲ କୁମାର)ଙ୍କ ପରିବାର ଲୋକ ବିବେକାନନ୍ଦ ହସ୍ପିଟାଲକୁ ନେଇକି ଯାଇଥିଲେ। ଏହି ହସ୍ପିଟାଲରେ ବୟସ୍କ ଲୋକଙ୍କର ନିୟମତି ଚିକିତ୍ସା ହୋଇଥାଏ। ଡାକ୍ତରମାନେ ତାଙ୍କର ଯାଞ୍ଚ କରିବାକୁ ମନା କରିଦେଇଥିଲେ। ଏହି ସମୟରେ ବୟସ୍କ ବ୍ୟକ୍ତିଜଣଙ୍କର ଅକ୍ସିଜେନ୍ ଲେବଲ ହ୍ରାସ ପାଇଥିଲା। ତଥାପି ମଧ୍ୟ ହସ୍ପିଟାଲର ଡାକ୍ତର ତାଙ୍କର ଚିକିତ୍ସା କରିବାକୁ ମନା କରିଥିଲେ। ପରେ ଟୁ ନେଟ୍ ମେସିନ୍ ଦ୍ୱାରା ବୟସ୍କ ବ୍ୟକ୍ତିଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ପରିବାର ଲୋକ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରିବା କଥା କହିଥିଲେ, କିନ୍ତୁ ଡାକ୍ତର ବେଡ୍ ନାହିଁ ବୋଲି କହିଥିଲେ।
ପୁଅ ଅକ୍ସିଜେନ୍ ସିଲିଣ୍ଡର କାରରେ ରଖି ନିଜ ବାପାଙ୍କୁ ସହରର ବିଭିନ୍ନ ହସ୍ପିଟାଲରେ ଆଡମିସନ୍ କରିବାକୁ ବୁଲି ଚାଲିଥିଲେ। ଫୋନ୍‌ରେ ବହୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ, କିନ୍ତୁ କେହି ସାହାଯ୍ୟ କଲେନି। ଏହି ସମୟରେ ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ଶେଷ ହେବାକୁ ଲାଗିଥିଲା। ଏହାପରେ ତାଲକଟୋରାରେ ଥିବା ଅକ୍ସିଜେନ୍ ସେଣ୍ଟରରୁ ମୋଟା ଅଙ୍କର ଟଙ୍କା ଦେଇ ଦ୍ୱିତୀୟ ଅକ୍ସିଜେନ୍ ସିଲିଣ୍ଡର କିଣିଥିଲେ। ବହୁ ଚେଷ୍ଟା କରି ବିଫଳ ହେବା ପରେ ଶେଷରେ ପରିବାର ଲୋକ ତାଙ୍କୁ ହସ୍ପିଟାଲରେ ଆଡମିଟ୍ କରିପାରିନଥିଲେ। ନିରାଶ ହୋଇ ଘରକୁ ତାଙ୍କୁ ନେଇଯାଇଥିଲେ।


Share It

Comments are closed.