ଲଙ୍କା ପ୍ରିମିୟର ଲିଗରେ ଆଫ୍ରିଦି ଓ ଆମିରଙ୍କ ପାଇଁ ସୃଷ୍ଟି ହେଲା ଅପ୍ରିତିକର ପରିସ୍ଥିତି, ଆଫଗାନିସ୍ତାନ ଖେଳାଳୀ ନବୀନଙ୍କ ସହ କଲେ ଯୁକ୍ତତର୍କ, ଭିଡିଓ ଭାଇରାଲ


ଲଙ୍କା ପ୍ରିମିୟର ଲିଗ୍-୨୦୨୦ରେ ସୋମବାର ମୁହାଁମୁହିଁ ହୋଇଥିଲେ କ୍ୟାଣ୍ଡି ଟସ୍କର୍ସ ଓ ଗାଲେ ଗ୍ଲାଡିଏଟର୍ସ । ମ୍ୟାଚ୍ ଶେଷ ହେବା ପରେ ଆଫଗାନିସ୍ତାନ କ୍ରିକେଟର ନବୀନ ଉଲ ହକ୍(କ୍ୟାଣ୍ଡି ଟସ୍କର୍ସ) ଓ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିର(ଗାଲେ ଗ୍ଲାଡିଏଟର୍ସ)ଙ୍କ ମଧ୍ୟରେ ଅପ୍ରୀତିକର ସ୍ଥିତି ଉପୁଜିଥିଲା । ଉଭୟ ଖେଳାଳି ଷ୍ଟାଡିୟମରେ ପ୍ରବଳ ଯୁକ୍ତିତର୍କ କରିଥିଲେ । ଏହାର କିଛି ସମୟ ପରେ ପାକିସ୍ତାନର ପୂର୍ବତନ ଖେଳାଳି ସାହିଦ ଆଫ୍ରିଦି ନବୀନ ଉଲ ହକଙ୍କ ସହ ବଚସା କରୁଥିବା ନଜର ଆସିଥିଲା ।

https://www.instagram.com/tv/CIOxwpen6bL/?utm_source=ig_web_copy_link

କ୍ରିକବଜର ଇନଷ୍ଟାଗ୍ରାମ ଭିଡିଓରେ ଉତ୍ତେଜନା ବେଳର ଭିଡିଓ ପୋଷ୍ଟ କରିଛି । ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, କିପରି ଭାବେ ନବୀନ ଓ ଆମିରଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି । ନବୀନଙ୍କୁ ତାଙ୍କ ସାଥି ଖେଳାଳିମାନେ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୁକ୍ତିତର୍କ ଲାଗି ରହିଥିଲା । ଆହୁରି ମଧ୍ୟ ଏହା ବଢିବାକୁ ଲାଗିଥିଲା । ଶେଷରେ ସାହିଦ ଆଫ୍ରିଦି ମଧ୍ୟ ନବୀନଙ୍କ ସହ ବଚସା କରିଥିଲେ । ଏହି ବଚସାରେ ପାକିସ୍ତାନୀ ଖେଳାଳି ଆମିର ପ୍ରଥମେ ନବୀନଙ୍କୁ କିଛି କହିଥିବା କୁହାଯାଉଛି । ସୂଚନାଯୋଗ୍ୟ, ସୋମବାର ଖେଳାଯାଇଥିବା ମ୍ୟାଚରେ କ୍ୟାଣ୍ଡି ଟସ୍କର୍ସ ୨୦ ଓଭରରେ ୫ ଓ୍ୱିକେଟ୍ ହରାଇ ୧୯୬ ରନ୍ କରିଥିଲା । ବ୍ରାଣ୍ଡନ୍ ଟେଲର୍ ୫୧ ରନ୍ କରିଥିବା ବେଳେ କୂଶଳା ମେଣ୍ଡିସ୍ ୪୯ ରନ୍ କରିଥିଲେ । ଜବାବରେ ଆଫ୍ରିଦିଙ୍କ ଟିମ୍ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୧୭୧ ରନ୍ କରିପାରିଥିଲା । ଆମିର ୧୨ ବଲରୁ ୧୫ ରନ୍ କରିପାରିଥିଲେ ।


Share It

Comments are closed.