ଶରୀରରେ ମାଇକ୍ରୋ ଆରଏନଏର କମ ମାତ୍ରା ବୟସ୍କଙ୍କ ପାଇଁ ହୋଇପାରେ ଘାତକ


କରୋନା କବଳିତ ହୋଇଥିବା ଲୋକଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ ରହିଛି । ବୈଜ୍ଞାନିକ ଏବଂ ଚିକିତ୍ସକଙ୍କ କହିବା ଅନୁଯାୟୀ ରୋଗପ୍ରତିରୋଧକ କ୍ଷମତା କମ ହେବା ଦ୍ୱାରା ଏଭଳି ହେଉଛି । ଆମେରିକା ୟୁନିଭର୍ସିଟି ଅଫ ଫ୍ଲୋରିଡାର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଶରୀରରେ ମାଇକ୍ରୋ ଆର୍‌୍‌ଏନ୍‌ଏ, ଜିନ୍‌ଗୁଡ଼ିକର କାର୍ଯ୍ୟକ୍ଷମତାର ନିୟନ୍ତ୍ରଣ କରିଥାନ୍ତି । ଏହା ଭାଇରସ ଶରୀରରେ ପ୍ରବେଶ କରିବା ମାତେ ସକ୍ରିୟ ହୋଇଯାଇଥାନ୍ତି । କିନ୍ତୁ ବୟସ ବଢ଼ିବା ସହିତ ମାଇକ୍ରୋ ଆର୍‌ଏନ୍‌ଏ କମ ହୋଇଯାଇଥାଏ ଯାହାଦ୍ୱାରା ସଂକ୍ରମଣ ଆଶଙ୍କ ଅଧିକ ବଢ଼ିଯାଇଥାଏ ।
ଆମେରିକାରେ ଅଗସ୍ତା ୟୁନିଭର୍ସିଟିର ପ୍ରଫେସର କାର୍ଲୋସଙ୍କ କହିବା ଅନୁଯାୟୀ କରୋନା ମୁଖ୍ୟ କୋଶିକାଗୁଡ଼ିକୁ କବ୍‌ଜା କରି ନିଜର ସଂଖ୍ୟା ସହଜରେ ବଢ଼ାଇଦେଇଥାଏ । ଏଜିଙ୍ଗ ଆଣ୍ଡ ଡିଜିିଜ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମାଇକ୍ରୋ ଆର୍‌ଏନ୍‌ଏନ ଭାଇରସର ଆର୍‌ଏନ୍‌ଏକୁ ଶେଷ କରିଦେଇଥାଏ ।
ମଧୁମେହ ଏବଂ ହୃଦ୍‌ରୋଗରେ ପିଡ଼ୀତ ରୋଗୀଙ୍କ କ୍ଷେତ୍ରରେ ଏଭଳି ହେବାର ସମ୍ଭାବନା ଅଧିକ ରହିଥାଏ । ଗବେଷକଙ୍କ କହିବା ଅନୁଯାୟୀ ବଢ଼ୁଥିବା ବୟସ ଏବଂ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟରେ ମାଇକ୍ରୋ ଆରଏନଏ ସଂଖ୍ୟା କମ ହୋଇଯାଇଥାଏ । ଏହି କାରଣରୁ ଭାଇରସ ସହ ଲଢ଼ିବାର କ୍ଷମତା ମଧ୍ୟ କମ ହୋଇଯାଇଥାଏ ।
ବୈଜ୍ଞାନିକମାନେ ଏହି ନିଷ୍କର୍ଷରେ ପହଂଚିବା ପାଇଁ ସାର୍ସର ଭାଇରସର ଚାରୋଟି ନମୂନା ଏବଂ କରୋନା ଭାଇରସର ୨୯ ଟି ନମୂନାର ଯାଂଚ କରିଛନ୍ତି । କରୋନାର ସାମ୍ପଲ ଆମେରିକା ଏବଂ ଜର୍ମାନୀ ସମେତ ୧୭ଟି ଦେଶରୁ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ନିଆଯାଇଥିଲା । ଅଧ୍ୟୟନରୁ ଜଣାପଡ଼ିଲା ଯେ ୮୪୮ ମାଇକ୍ରୋ ଆର୍‌ଏନ୍‌ଏ ସାର୍ସ ଉପରେ ଆକ୍ରମଣ କରିଥିବାବେଳେ କରୋନା ଉପରେ ୮୭୩ ମାଇକ୍ରୋ ଆର୍‌ଏନ୍‌ଏ ଆକ୍ରମଣ କରିଥିଲେ ।
ଏହା ମଧ୍ୟ ଜଣାପଡ଼ିଲା ଯେ ୫୫୮ ମାଇକ୍ରୋ ଆର୍‌ଏନ୍‌ଏ ଯାହା ସାର୍ସ ସହ ଲଢ଼ୁଥିଲେ ସେଗୁଡ଼ିକ କୋଭିଡ-୧୯ ସହ ମଧ୍ୟ ଲଢ଼ୁଛନ୍ତି । ୩୧୫ ମାଇକ୍ରୋ ଆର୍‌ଏନ୍‌ଏ କରୋନାରେ ସମ୍ପୂର୍ଣ୍ଣ ଅଲଗା ଯେବେକି ସାର୍ସରେ ଏହି ସଂଖ୍ୟା ୨୯୦ ଥିଲା । କୋଭିଡ-୧୯ ଉପରେ ମାଇକ୍ରୋ ଆରଏନଏନ ଭାଇରସ ବିରୁଦ୍ଧରେ ୧୦ରୁ ଅଧିକ ସ୍ଥାନରେ ଆକ୍ରମଣ କରୁଥିବାର ଜଣାପଡ଼ିଛି ।


Share It

Comments are closed.