ଖାରଦିନେ ଆମ୍ବ ଖାଉଥିଲେ ଜାଣି ରଖନ୍ତୁ କଣ ହୋଇପାରେ ଏହାର ପ୍ରଭାବ


ଫଳ ମଧ୍ୟରେ ରାଜା ହେଉଛି ଆମ୍ବ । ଖାରଦିନେ ଆମ୍ବର ଚାହିଦା ବହୁତ ରହିଥାଏ । ଏବଂ ସମସ୍ତେ ଆମ୍ବ ଖାଇବାକୁ ଭଲ ପାଇଥାନ୍ତି । ଆମ୍ବ ଶରୀର ପାଇଁ ଖୁବ ହିତକାରୀ । ପାଚିଲା ଆମ୍ବରେ ଭିଟାମିନ ଏ, ବି, ସି,ଡି , ଇ , କେ ତଥା ଆନ୍ୟାନ୍ୟ ମିନେରାଲ ପୋଟାସିୟମ, କପର ଏବଂ ମାଗ୍ନେସିୟମ ମଧ୍ୟ ରହିଛି । କିନ୍ତୁ ଅତ୍ୟଧିକ ମାତ୍ରାରେ ଏହା ଖାଇବା ଦ୍ୱାରା ଶରୀରର ଅନ୍ୟାନ୍ୟ କୁଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଏହାର କୁପ୍ରଭାବ ଗୁଡିକ ସମ୍ପର୍କରେ . . . .
୧. ସ୍କିନ ଆଲର୍ଜି – ଆପଣଙ୍କର କୌଣସି ପ୍ରକାରର ଆଲର୍ଜି ସମସ୍ୟା ଥିଲେ ଆମ୍ବର ସେବନ କମ କରିବା ଉଚିତ । ଏହା ଦ୍ୱାରା ଗଳା ଫୁଲିବା ସମସ୍ୟା ଦେଖାଯିବା ସହିତ ଶରୀରରେ ବିଭିନ୍ନ ସ୍ଥାନରେ ଫଳିଯାଇଥାଏ ।
୨. ଋକ୍ତରେ ଶର୍କରାର ମାତ୍ରା ବଢିଥାଏ – ଡାଇବେଟିସ ରୋଗୀମାନେ ଆମ୍ବ ଖାଇବା ଉଚିତ ନୁହେଁ । ଆମ୍ବ ଶରୀରରେ ତୁରନ୍ତ ଶର୍କରାର ମାତ୍ରା ବଢାଇଥାଏ ।େ
୩. ପେଟ ସମସ୍ୟା ଦେଖାଦେଇଥାଏ – ଅଧିକ ପରିମାଣର ଆମ୍ବ ଖାଇବା ଦ୍ୱାରା ଡାଇରିଆ ମଧ୍ୟ ହେବାର ସମ୍ଭାବନା ଥାଏ । ଏଥିରେ ଖୁବ ଅଧିକ ପରିମାଣର ଫାଇବର ରହିଛି ଯାହାର ଅତ୍ୟଧିକ ସେବନରେ ପେଟ ଖରାପ ହୋଇଥାଏ ।
୪. ଓଜନ ବୃଦ୍ଧିରେ ସାହାଯ୍ୟ – ଏହା କାର୍ବୋହାଇଡ୍ରେଟରର ଏକ ଉତ୍ତମ ସ୍ରୋତ ଅଟେ । ପ୍ରାୟତଃ ଗୋଟିଏ ଆମ୍ବରେ ୨୧୦କ୍ୟାଲୋରର ହୋଇଥାଏ । ତେଣୁ ଗୋଟିଏରୁ ଅଧିକ ଆମ୍ବ ଖାଇବା ଦ୍ୱାରା ଶରୀରରେ କ୍ୟାଲୋରୀର ମାତ୍ରା ବୃଦ୍ଧି ପାଇଥାଏ ।


Share It

Comments are closed.