ଫେବୃଆରୀ ୨୮ ପର୍ଯ୍ୟନ୍ତ ପୁଣି ବଢ଼ିଲା ଲକଡାଉନ୍ କଟକଣା


ମହାରାଷ୍ଟ୍ର ସରକାର କରୋନା ମହାମାରୀକୁ ନଜରରେ ରଖି ଲକଡାଉନ୍ ଅବଦ୍ଧିରେ ବୃଦ୍ଧି କରିଛନ୍ତି । ଏବେ ରାଜ୍ୟରେ ଫେବ୍ରୁଆରୀ ୨୮ ଯାଏଁ ଲକଡାଉନ୍ ଜାରି ରହିବ । ସରକାର କହିଛନ୍ତି ଯେ, ପ୍ରଥମେ ଯେଉଁ ସବୁ କଟକଣା କୋହଳ କରାଯାଇଥିବା ତାହା ସେପରି ରହିବ । ସମସ୍ତ ନୂଆ ଗାଇଡଲାଇନକୁ ମଧ୍ୟ ପୂର୍ବରୁ ଜାରି ରହିଥିବା କଟକଣା ସହ ସାମିଲ କରାଯାଇଛି ।

ରାଜ୍ୟର ମୁଖ୍ୟ ଶାସନ ସଚିବ ସଞ୍ଜୟ କୁମାର ଲକଡାଉନକୁ ଆହୁରି ଗୋଟିଏ ମାସ ବୃଦ୍ଧି ହୋଇଥିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ସେ କହିଛନ୍ତି ଯେ, କରୋନା ବିପଦ ଏବେବି ଟଳି ନାହିଁ । ତେଣୁ ଲକଡାଉନ୍ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ଏହାସହ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।

ସରକାର ନୂଆ ନିର୍ଦ୍ଦେଶରେ ମହାମାରୀ ରୋଗ ଅଧିନିୟମ, ୧୮୯୭ ଓ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ ୨୦୦୫ର ଉଦାହରଣ ଦେଇଛନ୍ତି । ଏହାମଧ୍ୟ କହିଛନ୍ତି ଯେ, ଗାଇଡଲାଇନକୁ ମହାରାଷ୍ଟ୍ର ସରକାରର ସମସ୍ତ ବିଭାଗ କଡାକଡି ଭାବେ ଲାଗୁ କରିବେ । କିଛି ଦିନ ତଳେ ରିପୋର୍ଟ ଆସିଥିଲା ଯେ, ଦେଶର ମୋଟ କରୋନା ଆକ୍ଟିଭ୍ କେସ ମଧ୍ୟରୁ କେବଳ କେରଳ ଓ ମହାରାଷ୍ଟ୍ରର ୬୭ ପ୍ରତିଶତ ଅଟେ ।

ମହାରାଷ୍ଟ୍ରରେ ଗୁରୁବାର ୨୮୮୯ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ଏହାସହ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୧୮,୪୧୩ରେ ପହଁଚିଛି । ଏପରିକି ଗତ ୨୪ ଘଣ୍ଟାରେ ୫୦ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।


Share It

Comments are closed.