କରୋନା ପ୍ରଭାବିତ ଅଂଚଳକୁ ପୁଣି ଫେରିପାରେ ଲକଡାଉନ, କେନ୍ଦ୍ରକୁ କେଜ୍ରିୱାଲଙ୍କ ପ୍ରସ୍ତାବ


ଦିଲ୍ଲୀରେ କରୋନାର ପ୍ରକୋପ ବୃଦ୍ଧି ପାଉଛି। ଏହି କାରଣରୁ ଦିଲ୍ଲୀ ସରକାର ବିବାହରେ ଦିଆଯାଇଥିବା ଆରାମକୁ ପ୍ରତ୍ୟାହାର କରି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ ବିବାହ ଉତ୍ସବରେ ୨୦୦ ରୁ ଅଧିକ ଲୋକ ଯୋଗଦେବା ପାଇଁ ମିଳିଥିବା ଅନୁମତିକୁ ଆମେ ପ୍ରତ୍ୟାହାର କରିଛୁ। ବର୍ତ୍ତମାନ ବିବାହ ଉତ୍ସବରେ କେବଳ ୫୦ ଜଣ ଲୋକ ଯୋଗ ଦେଇ ପାରିବେ |
ଏଥିସହ, ନିୟମ ଉଲ୍ଲଂଘନ ତଥା ସାମାଜିକ ଦୂରତାକୁ ପାଳନ ନକରିବା ଘଟଣାରେ ଦିଲ୍ଲୀର ଜନଗହଳିପୂର୍ଣ୍ଣ ବଜାରକୁ ସାମୟିକ ଭାବେ ବନ୍ଦ କରିବାକୁ ଅନୁମତି ମାଗି ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇବେ।

ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ଯଥେଷ୍ଟ, କିନ୍ତୁ ଆଇସିୟୁ ବେଡର ଅଭାବ ରହିଛି, ଯାହା ପାଇଁ କେନ୍ଦ୍ର ସରକାର ସାହାଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ସମସ୍ତ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି, କିନ୍ତୁ ସବୁଠାରୁ ବଡ ଆବଶ୍ୟକତା ହେଉଛି ଲୋକମାନେ ଯତ୍ନ ନେବା ଉଚିତ୍। ଅନେକ ଲୋକ ମାସ୍କ ବିନା ବୁଲୁଛନ୍ତି | ସେ ସଭିଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅନୁସରଣ କରିବା ପାଇଁ ନିବେଦନ କରିଛନ୍ତି |

ପ୍ରକାଶଥାଉ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୯୯ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ମହାରାଷ୍ଟ୍ରଠାରୁ ଅଧିକ ଅଟେ | ଦିଲ୍ଲୀରେ କରୋନା କିପରି ଭୟାବହତା ସୃଷ୍ଟି କରିଛି, ତାହା ଆପଣ ଏଥିରୁ ଅନୁମାନ କରିପାରିବେ ଯେ ଏହି ମାସରେ ପ୍ରତି ଘଣ୍ଟାରେ ଚାରି ଜଣଙ୍କର ମୃତ୍ୟୁ ହେଉଛି। ନଭେମ୍ବରରେ ଏପର୍ଯ୍ୟନ୍ତ ୧୧୦୦ ରୁ ଅଧିକ ଲୋକ ଦିଲ୍ଲୀରେ କରୋନାରେ ପ୍ରାଣ ହରାଇଛନ୍ତି।


Share It

Comments are closed.