ଅର୍ଦ୍ଧଶତକ ହାସଲ କଲେ ଶୁଭମନ ଗିଲ, ମଜବୁତ ସ୍ଥିତିରେ ଭାରତ


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୩୮ ରନ କରି ଅଲଆଉଟ ହୋଇଥିବାବେଳେ ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଥିଲେ । ଏହି ସିରିଜ ୧-୧ରେ ସମାନା ରହିଛି । ଦୁଇଟି ଟିମ ମଧ୍ୟରେ ପ୍ରଥମ ମ୍ୟାଚ ଆଡେଲେଟ ଖେଳାଯାଇଥିଲା ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୮ଟି ୱିକେଟରେ ଜିତିଥିଲା । ଦ୍ୱିତୀୟ ମ୍ୟାଚକୁ ଭାରତ ୮ଟି –୍‌ବିକେଟରେ ବିଜୟ ହାସଲ କରିନେଇଥିଲା । ଅନ୍ୟପଟେ ଶୁଭମନ ଗିଲ ନିଜର ଅର୍ଦ୍ଧଶତକ ହାସଲ କରିନେଇଥିଲେ ।

୨୬.୬ ଓଭରରେ ରୋହିତ ଶର୍ମା ଜେଶ ହେଜଲଉଡଙ୍କ ବଲରେ କ୍ୟାଚ ଦେଇ ଆଲଟ ହୋଇଥିବାବେଳେ ସେ ୨୬ ରନ କରି ପାଭିଲିୟନକୁ ଫେରିଛନ୍ତି ।


Share It

Comments are closed.