ମୋନାର ଯୁଦ୍ଧଂହେଦୀ ଡାକରା, ମଦ ଛାଡ ନଚେତ ଗାଦୀ ଛାଡ


ଗାନ୍ଧିଜୀ କହିଥିଲେ ସ୍ୱାଧିନତା ପାଇବାର ଚବିଶ ଘଣ୍ଟା ମଧ୍ୟରେ ଦେଶ ସମ୍ପୂର୍ଣ୍ଣ ଭାବେ ନିଶାମୁକ୍ତ ହେବା ଦରକାର । ତାଙ୍କ ତିରୋଧାନର ସତୁରୀ ବର୍ଷ ମଧ୍ୟରେ ନିଶା ନିବାରଣ ତ ହେଲାନାହିଁ, ବରଂ ଦେଶରେ ନିଶାର ବନ୍ୟା ଛୁଟୁଛି । ତେଣୁ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମିଳିତ ଓଡିଶା ନିବାରଣ ଅଭିଯାନ(ମୋନା) ପକ୍ଷରୁ ସରକାରଙ୍କ ନିକଟରେ ଯୁଦ୍ଧଂହେଦୀ ଡାକରା ଦିଆଯାଇଛି ।
ମୋନା ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶାରେ ନିଶା ନିବାରଣ ଆଇନ ଲାଗୁ କରିବା ନିମନ୍ତେ ଓଡିଶାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ନିଶା ନିବାରଣ ନିମନ୍ତେ ଏକ ମାସ ବ୍ୟାପି ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ଯାହାର ପ୍ରାରମ୍ଭ ସେପ୍ଟେମ୍ବର ୨ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁ ଠାରୁ ଦସ୍ତଖତ ସଂଗ୍ରହ ଅଭିଯାନ ଦ୍ୱାରା ଆରମ୍ଭ ହୋଇଛି । ଏହି ଅଭିଯାନ ସାରା ଓଡିଶାରେ ଏକା ସଙ୍ଗେ ଚାଲୁଥିବାବେଳେ ଗାନ୍ଧୀଜିଙ୍କ ୧୫୦ତମ ଜୟନ୍ତୀ ଅକ୍ଟୋବର ୨ରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକଙ୍କୁ ଦସ୍ତଖତ ଦସ୍ତାବିଜ ଅର୍ପଣ ମାଧ୍ୟମରେ ସମ୍ପର୍ଣ୍ଣ ହେବ ।
ଏହି ଅବସରରେ ଶ୍ରୀ ପଦ୍ମଚରଣ ନାୟକ ସମ୍ପାଦକ ମୋନା କହିଛନ୍ତି ଯେ, ଯେହେତୁ ବିଧାନସଭା ହିଁ ପ୍ରକୃଷ୍ଠ ସ୍ଥାନ ନିଶା ନିବାରଣ ଆଇନ ପାସ କରାଯିବା ନିମନ୍ତେ ତେଣୁ ଆମେ ଶାସକ ଦଳକୁ ଅନୁରୋଧ କରୁଛୁ ନିଶା ନିବାରଣ ଆଇନ ୧୯୫୬କୁ ଅବିଳମ୍ବେ ଲାଗୁ କରିବା ପାଇଁ ନଚେତ ଏହାର ପରିଣାମ ନିର୍ବାଚନରେ ଭୋଗିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଏହା ସହ ପ୍ରତ୍ୟେକ ରାଜନୈତିକ ଦଳକୁ ସେମାନଙ୍କ ନିର୍ବାଚନ ଇସ୍ତାହରରେ ନିଶା ନିବାରଣ ଲାଗୁ କରିବାକୁ ପ୍ରମୁଖତା ଦେବାକୁ କୁହାଯାଇଛି ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଅବସର ବେହୁରିଆ, ରମାକାନ୍ତ ମଣ୍ଡଳ, ଖଗେଶ୍ୱର ବଳ, ଅଦ୍ୱୈତ ପାତ୍ର, ମଳୟ ତ୍ରିପାଠି, ପ୍ରୀତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.