ଆର୍ଜେଣ୍ଟିନା ଦଳକୁ କାହିଁକି ମିଳିନି ଅସଲ ବିଶ୍ୱକପ ଟ୍ରଫି, ଜାଣନ୍ତୁ କାରଣ


କାତାରରେ ଖେଳାଯାଇଥିବା ଫିଫା ବିଶ୍ୱକପ (FIFA World Cup Qatar 2022) ରେ ଲିଓନେଲ ମେସି (Lionel Messi) ଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଦଳ (Argentina) ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛି । ହୃଦୟ ସ୍ପନ୍ଦନ ବଢ଼ାଇଥିବା ଦେଇଥିବା ଫାଇନାଲ୍ ମ୍ୟାଚ (FIFA World Cup Final 2022) ରେ ରବିବାର (ଡିସେମ୍ବର ୧୮) ଦିନ ଆର୍ଜେଣ୍ଟିନା ଫ୍ରାନ୍ସ ଦଳ (Argentina vs Frnace) ବିପକ୍ଷରେ ପେନାଲ୍ଟି ସୁଟ୍ ଆଉଟ୍ ଜିତିଥିଲା ।​ ଅତିରିକ୍ତ ସମୟ ପର୍ଯ୍ୟନ୍ତ ମ୍ୟାଚ୍ ବରାବର ରହିଥିଲା । ଏହା ପରେ ବିଶ୍ୱ ଚାମ୍ପିଅନ୍ ନିଷ୍ପତ୍ତି କରିବା ପାଇଁ ସୁଟ୍ ଆଉଟ୍ କରାଯାଇଥିଲା । ଲିଓନେଲ ମେସି ନିଜର ଶେଷ ବିଶ୍ୱକପରେ ଦଳକୁ ଚାମ୍ପିଅନ୍‌ କରି ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିପାରିଥିଲେ । କିନ୍ତୁ ଆର୍ଜେଣ୍ଟିନାକୁ ଅସଲ ଫିଫା ବିଶ୍ୱକପ ଟ୍ରଫି (FIFA World Cup Trophy) ସ୍ୱଦେଶକୁ ନେବାକୁ ଦିଆଯାଇ ନଥିଲା ।

ଫ୍ରାନ୍ସ ବିପକ୍ଷ ଫାଇନାଲ ମ୍ୟାଚରେ ପଡ଼ଆକୁ ଓହ୍ଲାଇ ପୂର୍ବରୁ ଲିଓନେଲ ମେସି (Lionel Messi) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଥିଲେ । ସେ ପ୍ରଶଂସକମାନଙ୍କୁ ଏହି ବାର୍ତ୍ତା ଦେଇଇଥିଲେ ଯେ, ବିଶ୍ୱକପ ୨୦୨୨ ଫାଇନାଲ ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ମ୍ୟାଚ୍ ହେବାକୁ ଯାଉଛି । ଏହା ପରେ ସେ ଦଳ ପାଇଁ ପଡ଼ିଆରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଓହ୍ଲାଇବେ ନାହିଁ । ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିବା ପରେ ଆର୍ଜେଣ୍ଟିନା ଦଳକୁ ଅସଲ ଟ୍ରଫି ପ୍ରଦାନ କରାଯାଇଥିଲା, କିନ୍ତୁ ପରେ ଏହାକୁ ନିଆଯାଇଥିଲା ।

ଏଥିରେ ଆଶ୍ଚର୍ଯ୍ୟଜନକ କିଛି ନାହିଁ । କାରଣ ଏହା ହେଉଛି ଫିଫାର ଗାଇଡଲାଇନ । ଯେଉଁ ବି ଦଳ ବିଶ୍ୱକପ୍ ଟାଇଟଲ୍ ଜିତେ, ଏହାକୁ ଏହି ଟ୍ରଫି ଦିଆଯାଏ । କିନ୍ତୁ ଏହା କେବଳ ଉତ୍ସବ ପାଳନ କରିବାକୁ ଦିଆଯାଏ ପରେ ପରେ ଏହାକୁ ବିଜେତା ଦଳଠାରୁ ନେଇନିଆଯାଏ । ଆର୍ଜେଣ୍ଟିନା ଦଳକୁ ଏକ ନକଲ ଟ୍ରଫି ନେବା ଯିବାକୁ ମିଳିବ । ଏହା ଅସଲ ପରି ଯାହା ପିତ୍ତଳ ଉପରେ ସୁନା ଲଗାଇ ନିର୍ମିତ ହୋଇଛି । ଏଠାରେ କହି ରଖୁଛୁ, ଲିଓନେଲ ମେସି (Lionel Messi) ଙ୍କ ସବୁଠୁ ବଡ଼ ସ୍ୱପ୍ନ ସାକାର ହୋଇଛି । ଫିଫା ବିଶ୍ୱକପ ୨୦୨୨ର ଫାଇନାଲ (FIFA World Cup Final 2022) ରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ବିଶ୍ୱକପ (FIFA World Cup Champion Argentina) ଜିତିଛି । ଏହି ଚମତ୍କାରର ଲେଖକ ହେଉଛନ୍ତି ଲିଓନେଲ ମେସି, ଯିଏ ନିଜ ଦମରେ ନିଜ ଦଳକୁ ଚାମ୍ପିୟନ କରାଇଛନ୍ତି । ଆଉ ୩୬ ବର୍ଷ ପରେ ଆର୍ଜେଣ୍ଟିନାର ସ୍ୱପ୍ନକୁ ପୂରଣ କରିଛନ୍ତି । ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗରେ ପ୍ରାୟ ୫ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶ ଆର୍ଜେଣ୍ଟିନା ଆଜି ଖୁସିରେ ନାଚୁଛି । ଫୁଟବଲ ହେଉଛି ବିଶ୍ୱର ସର୍ବାଧିକ ଦେଖାଯାଉଥିବା ଖେଳ, ଯାହାର ବିଶ୍ୱକପ ଜିତି ଆର୍ଜେଣ୍ଟିନା ଇତିହାସ ସୃଷ୍ଟି କରିଛି ।


Share It

Comments are closed.