ହୋଟେଲ କବାଟ ଖୋଲି ନଥିଲା, ପରେ ସିଂହ ଯାହା କଲା ତାହା ଦେଖି ଜଗୁଆଳୀ ଆଶ୍ଚର୍ଯ୍ୟଚକିତ


ଜଙ୍ଗଲର ପ୍ରକୃତ ରାଜା କିଏ ତାହା ତ ସମସ୍ତେ ଜାଣିଥିବେ । ସିଂହର ତ ଅନେକ ଭିଡିଓ ଆପଣମାନେ ଦେଖିଥିବେ । ଅନେକ ଭିଡିଓରେ କିଛି ଏଭଳି ଦେଖିବାକୁ ମିଳେ ଯେ ଜଙ୍ଗଲର ରାଜା ସିଂହ ଏଭଳି କରିବାରେ ମଧ୍ୟ ପାରଙ୍ଗମ । ବର୍ତ୍ତମାନ ସିଂହର ଏକ ଚତୁରତାପୂର୍ଣ୍ଣ ଭିଡିଓ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଏହା ହେଉଛି ଯେ, ସିଂହଟି ଏକ ହୋଟେଲକୁ ପଶି ଯାଉଛି, ଏହା ପରେ ସେ ବାହାରକୁ ଯିବା ପାଇଁ ଚାହୁଁଛି । ତେବେ ସିକ୍ୟୁରିଟି ଗାର୍ଡ କବାଟ ବନ୍ଦ କରିଦେଇଥିବା ହେତୁ ସେ କିପରି ବାହାରିବା ସେ ନେଇ ଚିନ୍ତା କରୁଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, ସିଂହଟି ପ୍ରଥମେ ଆରାମରେ ଆସି ଦେଖେ ଯେ, କବାଟଟି ବନ୍ଦ ଅଛି । ଏହା ପରେ ଗୋଟିଏ ଡିଆଁରେ କବାଟଟିକୁ ପାରି କରିନେଉଛି । ଏହା ପରେ ସିକ୍ୟୁରିଟି ଗାର୍ଡ ମଧ୍ୟ ହଠାତ ଆସି ଦେଖୁଛି ଏହା କ’ଣ ଥିଲା ବୋଲି । ଏହି ଘଟଣାଟି ଜୁନାଗଡ ନିକଟସ୍ଥ ‘ସରୋଭର ପୋର୍ଟିକୋ’ର ଅଟେ ।


Share It

Comments are closed.