ମେସି ଓ ରୋନାଲ୍ଡୋଙ୍କୁ ପଛରେ ପକାଇ ଫିଫା ପୁରସ୍କାର ହାତେଇଲେ ଏହି ଫୁଟବଲର


ପୋଲାଣ୍ଡର ରବର୍ଟ ଲେବାନଡୋସ୍କି ଫିଫା ବେଷ୍ଟ୍ ପ୍ଲେୟାର ପୁରସ୍କାର ହାସଲ କରିଛନ୍ତି । ଏହାସହ ଏହି ୩୨ ବର୍ଷୀୟ ଫୁଟବଲର ଷ୍ଟ୍ରାଇକର୍ ମେସି ଓ ରୋନାଲ୍ଡୋଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ଗୁରୁବାର ଜ୍ୟୁରିଖରେ ଅନୁଷ୍ଠିତ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ସେ ଏହି ପ୍ରତିଷ୍ଠିତ ସମ୍ମାନ ହାସଲ କରିଛନ୍ତି ।


ଚଳିତ ବର୍ଷ ୟୁଇଏଫଏ ପୁରୁଷ ବର୍ଗରେ ପ୍ଲେଆର ଅଫ୍ ଦି ଇଅର ଜିତିଥିବା ଲେବାନଡୋସ୍କି ଫିପା ପୁରସ୍କାର ପାଇଁ ପ୍ରମୁଖ ଦାବିଦାର ଥିଲେ । ବିଜେତା କିଏ ହେବ ତାକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରୀୟ ଟିମ୍‌ର କୋଚ୍, କ୍ୟାପ୍ଟେନ ସହ କିଛି ସାମ୍ବାଦିକ ଓ ପ୍ରଶଂସକ ମଧ୍ୟ ସାମିଲ ଥିଲେ ।


ଲେବାନଡୋସ୍କି ୨୦୧୯-୨୦ ଚାମ୍ପିଅନ୍ସ ଲିଗରେ ନିଜ ଦମରେ କ୍ଲବ୍ ବାୟର୍ଣ୍ଣ ମ୍ୟୁନିଖଙ୍କୁ ଚାମ୍ପିଅନ କରିଥିଲେ । ଏହାବ୍ୟତୀତ ଲେବାନଡୋସ୍କି ବାୟର୍ଣ୍ଣ ମ୍ୟୁନିଖକୁ ଜର୍ମାନ ଲିଗ୍ , ଜର୍ମାନ କପ୍ ଓ ୟୁଇଏଫଏ ସୁପର କପ୍ ବିଜେତା କରାଇଥିଲେ । ସେ ୨୦୧୯-୨୦ ସିଜିନରେ ୪୭ଟି ମ୍ୟାଚରୁ ୫୫ଟି ଗୋଲ୍ କରିଥିଲେ ।

ସେ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିୟୋନେଲ ମେସିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି । ମେସି ଗତଥର ରେକର୍ଡ କରି ୬ ଥର ଏହି ପୁରସ୍କାର ଜିତିଥିଲେ । ରୋନାଲ୍ଡୋ ମଧ୍ୟ ୬ ଥର ଏହି ପୁରସ୍କାର ଲାଭ କରିଛନ୍ତି ।


Share It

Comments are closed.