ନେତାଜୀଙ୍କ ଜୟନ୍ତୀରେ ଜାଣନ୍ତୁ ତାଙ୍କର କିଛି ମହାନ ବିଚାର


– ନେତାଜୀ କହୁଥିଲେ ଜଣେ ସୈନିକ ଭାବେ ଆପଣଙ୍କୁ ସବୁବେଳେ ୩ଟି ଆଦର୍ଶର ପାଳନ କରିବାକୁ ଓ ତାହାକୁ ନେଇ ବଂଚିବାକୁ ହେବ । ଏହି ୩ଟି ଆଦର୍ଶ ହେଉଛି ସତ୍ୟ, କର୍ତବ୍ୟ ଓ ବଳିଦାନ । ଯେଉଁ ସିପାହୀ ସବୁବେଳେ ନିଜ ଦେଶ ପ୍ରତି ବିଶ୍ୱସ୍ତ ରହିଥାନ୍ତି, ଯେଉଁମାନେ ସର୍ବଦା ନିଜ ଜୀବନକୁ ବଳିଦାନ ଦେବା ପାଇଁ ପ୍ରସ୍ତୁତରହିଥାନ୍ତି ସେମାନେ ଅଜେୟ ଅଟନ୍ତି । ଯଦି ତୁମେ ବି ଅଜେୟ ହେବାକୁ ଚାହୁଁଥାଅ ତେବେ ଏହି ତିନୋଟି ଆଦର୍ଶକୁ ନିଜ ହୃଦୟରେ ସମାହିତ କରିନିଅ ।
– ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ।
– ରାଷ୍ଟ୍ରବାଦ ମାନବ ଜାତିର ଉଚ୍ଚତମ ଆଦର୍ଶ ସତ୍ୟମ୍‌, ଶିବମ୍‌, ସୁନ୍ଦରମ୍ ଦ୍ୱାରା ପ୍ରେରିତ ।
– ଇତିହାସରେ କେବେ ବି ବିଚାର-ବିମର୍ଶ ଦ୍ୱାରା କୌଣସି ବାସ୍ତବ ପରିବର୍ତନ ହାସଲ ହୋଇନାହିଁ ।
– ଜଣେ ସଚ୍ଚୋଟ ସୈନିକଙ୍କ ପାଇଁ ଉଭୟ ସୈନ୍ୟ ଓ ଆଧ୍ୟାତ୍ମିକ ପ୍ରଶିକ୍ଷଣର ଆବଶ୍ୟକତା ରହିଥାଏ ।
– ହିନ୍ଦୀ ପ୍ରଚାର ଦ୍ୱାରା ଆଂଚଳିତ ଇର୍ଷା-ଦ୍ୱେଷ ଦୂର କରିବାରେ ଯେଉଁ ସହଯୋଗ ମିଳିବ ତାହା ଅନ୍ୟ କୌଣସି ବସ୍ତୁରେ ନାହିଁ ।
– ଆଜି ଆମମାନଙ୍କ ଭିତରେ କେବଳ ଗୋଟିଏ ଇଚ୍ଛା ରହିବା ଉଚିତ, ତାହା ହେଉଛି ମରିବାର ଇଚ୍ଛା ଯାହାଦ୍ୱାରା ଭାରତ ବଂଚିପାରିବ । ଜଣେ ସହିଦ୍ ଭଳି ମରିବାର ଇଚ୍ଛା ଯାହାଫଳରେ ସ୍ୱାଧୀନତାର ମାର୍ଗ ସହିଦ୍‌ଙ୍କ ରକ୍ତରେ ପ୍ରଶସ୍ତ ହୋଇପାରିବ ।


Share It

Comments are closed.