ଲୋକପ୍ରିୟ ହଲିଉଡ୍‌ ଅଭିନେତା ଲିଓନାର୍ଡୋ-କାମିଲା ମୋରୋନ୍‌ଙ୍କ ସଂପର୍କରେ ଫାଟ


ଲୋକପ୍ରିୟ ହଲିଉଡ୍‌ ଅଭିନେତା ଲିଓନାର୍ଡୋ ଡିକାପ୍ରିଓ ଓ ମଡେଲ୍‌ କାମିଲା ମୋରୋନ୍‌ଙ୍କ ବ୍ରେକ୍‌ଅପ୍‌ ହୋଇଛି । କାମିଲା ୨୫ ବର୍ଷ ବୟସରେ ପାଦ ଥାପିବାର ୩ ମାସରୁ କମ୍‌ ସମୟ ମଧ୍ୟରେ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ମିମ୍‌ ଦେଖିବାକୁ ମିଳୁଛି । ଲୋକେ ଉଭୟଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା କରୁଛନ୍ତି ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୫ତମ ଜନ୍ମଦିନ ପରେ ଡିକାପ୍ରିଓଙ୍କ ସହ ବ୍ରେକ୍‌ଅପ୍‌ କରିଥିବା ୪ର୍ଥ ମହିଳା ହେଉଛନ୍ତି ମୋରୋନ୍‌ । ୪୭ ବର୍ଷୀୟ ଅସ୍କାର୍‌ ବିଜେତା ଡିକାପ୍ରିଓଙ୍କୁ ୨୦-୨୫ ବର୍ଷରୁ ଉଦ୍ଧ୍ୱର୍ ବୟସର ମହିଳାଙ୍କୁ ଡେଟ୍‌ କରିଥିବା ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ । ସେହି କାରଣରୁ ଡିକାପ୍ରିଓଙ୍କ ବ୍ରେକ୍‌ଅପ୍‌ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଡିକାପ୍ରିଓ ଓ ମୋରୋନ୍‌ଙ୍କ ମଧ୍ୟରେ ୨୨ ବର୍ଷର ବୟସ ବ୍ୟବଧାନ ଥିଲା, ଯାହା ସବୁଠୁ ବଡ଼ ଆଲୋଚନାର ବିଷୟ ହୋଇଥିଲା ।

ତେବେ ଏତେ ବୟସ ତାରତମ୍ୟ ବିଷୟରେ ଏକ ଗଣମାଧ୍ୟମକୁ ମୋରୋନ୍‌ କହିଥିଲେ, ଲୋକେ ନିଜ ବୟସର ଅନ୍ତରକୁ ଖାତିର ନ କରି, ନିର୍ଣ୍ଣୟ ଓ ପରିଣାମକୁ ନ ଦେଖି ଯାହାକୁ ଚାହୁଁଛନ୍ତି, ତାଙ୍କ ସହ ସମ୍ପର୍କ ଗଢ଼ିବା ଉଚିତ୍‌ । ଅଧିକ ବୟସ ବ୍ୟବଧାନର ଅନେକ ସୁଖୀ ଯୋଡ଼ି ଅଛନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ । ତେବେ ଉଭୟଙ୍କ ବ୍ରେକ୍‌ଅପ୍‌ ସହିତ ଡିକାପ୍ରିଓ କିଭଳି ଭାବେ ୨୫ରୁ ଉଦ୍ଧ୍ୱର୍ ବୟସ୍କ ଝିଅଙ୍କୁ ଡେଟ୍‌ କରନ୍ତି ନାହିଁ ଏବଂ ମୋରୋନ୍‌ ୨୫ ବର୍ଷ ବୟସରେ ପାଦ ଦେବାର ମାତ୍ର କିଛି ଦିନ ମଧ୍ୟରେ ସେମାନଙ୍କ ବ୍ରେକ୍‌ଅପ୍‌ ଖବର କିଭଳି ଭାଇରାଲ ହେଲା, ସେ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଉଭୟ ସେଲିବ୍ରିଟି ଏ ବିଷୟରେ ସର୍ବସାଧାରଣରେ ମୁହଁ ଖୋଲି ନାହାନ୍ତି।


Share It

Comments are closed.