ଲେନୋଭୋର ନୂଆ ରେଞ୍ଜ୍‌ର ୟୋଗା ଓ ଲିଜନ୍ ଲାପ୍‌ଟପ୍‌କୁ ସୃଜନଶୀଳତା ଓ ଖେଳ ପାଇଁ ଶକ୍ତି ସହ ସଶକ୍ତ କରାଯାଇଛି


ଭୁବନେଶ୍ୱର: ଲେନୋଭୋ ପକ୍ଷରୁ ଭାରତରେ ଏହାର ପରବର୍ତୀ ପିଢିର ଜୁଏଲ୍ କ୍ରାଫ୍ଟେଡ୍ ୟୋଗା ସିରିଜ୍‌; ଦ ବ୍ୟାଟେଲ୍‌-ରେଡି ଲିଜନ୍ ଓ ଆଇଡିଆପ୍ୟାଡ୍ ଗେମିଙ୍ଗ୍ ଲାପ୍‌ଟପ୍‌ର ଉନ୍ମୋଚନ କରାଯାଇଛି ଯାହା ଉପଭୋକ୍ତାଙ୍କୁ ନିଜ ଶୈଳୀରେ ଅଧିକ କିଛି କରିବା ପାଇଁ ସଶକ୍ତ କରୁଛି । ଏହି ନୂତନ ଶୃଙ୍ଖଳାରେ ଲିଜନ୍ ୫ଆଇ, ଲିଜନ୍ ୫ଆଇ ପ୍ରୋ, ଲିଜନ୍ ସ୍ଲିମ୍ ୭ଆଇ ଓ ଆଇଡିଆପ୍ୟାଡ୍ ଗେମିଙ୍ଗ୍ ୩ଆଇ ସହିତ ୟୋଗା ୯ଆଇ, ୟୋଗା ସ୍ଲିମ୍ ୭ଆଇ ପ୍ରୋ ଓ ୟୋଗା ୭ଆଇ ସାମିଲ ରହିଛି । ୟୋଗା, ଲିଜନ୍ ଓ ଆଇଡିଆପ୍ୟାଡ୍ ଗେମିଙ୍ଗ୍ ଲାପ୍‌ଟପ୍‌ଗୁଡିକ ଲେନୋଭୋ ଡଟ୍ କମ୍ ଏବଂ ଭୁବନେଶ୍ୱର ଲେନୋଭୋ ଏକ୍ସକ୍ଲୁସିଭ୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ

ଏସମ୍ପର୍କରେ ଲେନୋଭୋ ଇଣ୍ଡିଆର କଞ୍ଜ୍ୟୁମର ନର୍ଥ ଆଣ୍ଡ ଇଷ୍ଟ୍‌-ସେଲ୍‌ସ ହେଡ୍ ବିପୁଲ୍ ମାଥୁର କହିଛନ୍ତି, “ପୂର୍ବାଂଚଳ ଭାରତରେ ୬୦ରୁ ଅଧିକ ଲେନୋଭୋ ଏକ୍ସକ୍ଲୁସିଭ୍ ଷ୍ଟୋର୍‌ଗୁଡିକ ସହିତ ଗ୍ରାହକମାନେ ଆମର ନୂଆ ରେଞ୍ଜର ୟୋଗା, ଲିଜନ୍ ଓ ଆଇଡିଆପ୍ୟାଡ୍ ଗେମିଙ୍ଗ୍ ଲାପ୍‌ଟପ୍‌ଗୁଡିକରେ ଶୁଦ୍ଧ ପ୍ରଦର୍ଶନ ଓ ଆରାମଦାୟକ ଗତିଶୀଳତା କିଭଳି ଦେଖାଯାଏ ତାହାର ଅନୁଭୂତି ପାଇବାକୁ ସକ୍ଷମ ହେବେ । ଆମ ଷ୍ଟୋର୍‌ଗୁଡିକରେ ଥିବା ଆମର ଟିମ୍ ଗ୍ରାହକଙ୍କୁ ଖେଳ ହେଉ କିମ୍ବା କଂଟେଂଟ୍ କ୍ରିଏଶନ ପାଇଁ, ସଠିକ୍ ଡିଭାଇସ୍ ଚୟନ କରିବାରେ ସାହାଯ୍ୟ କରିବା ପାଇଁ ସୁସଜ୍ଜିତ ରହିଛି । ମୁଁ ନିଶ୍ଚିତ ଯେ, ଆମର ଗ୍ରାହକମାନେ ଆମର ନୂଆ ରେଞ୍ଜ୍‌ର ଲାପ୍‌ଟପ୍‌ଗୁଡିକରେ ନୂଆ ଫିଚର, ଡ୍ୟୁରାବୁଲ ଷ୍ଟାଇଲ୍ ଓ ଉନ୍ନତ ଏର୍ଗୋନୋମିକ୍ସକୁ ପସନ୍ଦ କରିବେ ।”

ଲେନୋଭୋ ୟୋଗା ୯ଆଇ, ୟୋଗା ସ୍ଲିମ୍ ୭ଆଇ ପ୍ରୋ ଓ ୟୋଗା ୭ଆଇ ଓଟ୍‌ମିଲ୍‌, ଷ୍ଟର୍ମ ଗ୍ରେ ଓ ସ୍ଲେଟ୍ ଗ୍ରେ କଲର୍‌ରେ ଆସୁଛି ଏବଂ ଏଗୁଡିକ ଯଥାକ୍ରମେ ୧,୬୯,୯୯୦ ଟଙ୍କା, ୧୦୬,୯୯୦ ଟଙ୍କା ଓ ୧,୧୪,୯୯୦ ଟଙ୍କାରେ ଉପଲବ୍ଧ ହେବ । ଲିଜନ୍ ୫ଆଇ, ଲିଜନ୍ ୫ଆଇ ପ୍ରୋ ଷ୍ଟର୍ମ ଗ୍ରେ କଲର୍‌ରେ ଏବଂ ଲିଜନ୍ ସ୍ଲିମ୍ ୭ଆଇ ଯଥାକ୍ରମେ ୧୪୪,୯୯୦ ଟଙ୍କା, ୧୬୪,୯୯୦ ଟଙ୍କା ଓ ୧୫୦,୯୯୦ ଟଙ୍କାରେ ଉପଲବ୍ଧ ହେବ । ଓନିକ୍ସ ଗ୍ରେ କଲର୍‌ରେ ଆଇଡିଆପ୍ୟାଡ୍ ଗେମିଙ୍ଗ୍ ୩ଆଇ ୮୪,୯୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେବ ।


Share It

Comments are closed.