ଲେମ୍ବୁରେ ରହିଛି ବାହ୍ୟ ଏବଂ ଆଭ୍ୟନ୍ତରୀଣ ସୌନ୍ଦଯ୍ରି୍ୟକରଣ ରହସ୍ୟ, ଆସନ୍ତୁ ଜାଣିବା କିପରି

ହଳଦିଆ ଏବଂ ସବୁଜ ରଙ୍ଗର ଲେମ୍ବୁ ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ଆପଣଙ୍କ ସୌନ୍ଦର୍ଯ୍ୟକୁ ପ୍ରସ୍ଫୁଟିତ କରିବାରେ ମଧ୍ୟ ସହାୟକ ହୋଇଥାଏ ।


ହଳଦିଆ ଏବଂ ସବୁଜ ରଙ୍ଗର ଲେମ୍ବୁ ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ଆପଣଙ୍କ ସୌନ୍ଦର୍ଯ୍ୟକୁ ପ୍ରସ୍ଫୁଟିତ କରିବାରେ ମଧ୍ୟ ସହାୟକ ହୋଇଥାଏ । ଲେମ୍ବୁର ସେବନ ଦ୍ୱାରା ଆପଣଙ୍କ ଆଭ୍ୟନ୍ତରୀଣ ସମସ୍ୟା ଗୁଡ଼ିକ ଦୁର ହୋଇଥାଏ ଯାହା ବାହାରର ସୌନ୍ଦର୍ଯ୍ୟରେ ମଧ୍ୟ ପ୍ରତିଫଳିତ ହୋଇଥାଏ ।

ଲେମ୍ବୁରେ ଥିବା ଭିଟାମିନ-ସି ଆପଣଙ୍କ ତ୍ୱଚାରୁ ଶୁଖିଲାପଣ ଏବଂ କୁଞ୍ଚନକୁ ଦୂର କରେ ଏବଂ ସନ ଡ୍ୟାମେଜ ଠାରୁ ମଧ୍ୟ ରକ୍ଷା କରେ । ଏହା ଶରୀରକୁ ଡିଟକ୍ସିଫାଇ କରି ତ୍ୱଚାରେ ଚମକ ବଜାୟ ରଖିଥାଏ । ପ୍ରତିଦିନ ଲେମ୍ବୁପାଣି ପିଇବା ଦ୍ୱାରା ନିଶ୍ଚିତ ଫରକ ଦେଖାଯାଇଥାଏ ।

ଲେମ୍ବୁରେ ଜୀବାଣୁରୋଧୀ ଗୁଣ ରହିଥାଏ ଯାହା ତ୍ୱଚାରୁ ବ୍ୟାକ୍ଟେରିଆ କୁ ନଷ୍ଟ କରିଥାଏ । ତ୍ୱଚାରୁ ବ୍ରଣ କିମ୍ବା ଏହି କାରଣରୁ ହେଉଥିବା ଦାଗକୁ ଦୁର କରିବା ପାଇଁ କେଇବୁନ୍ଦା ଲେମ୍ବୁରେ ପଇଡ଼ ପାଣିର କେଇ ବୁନ୍ଦା ମିଶାଇ ଲଗାନ୍ତୁ । ପଇଡ଼ ପାଣି ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ କରିଥାଏ ଏବଂ ଲେମ୍ବୁ ଏହାକୁ ଉଜ୍ଜ୍ୱଳ କରିଥାଏ ।

ଲେମ୍ବୁରେ ଉପସ୍ଥିତ ଥିବା ସାଇଟ୍ରିକ ଏସିଡ ଏକ ପ୍ରାକୃତିକ ଏଷ୍ଟ୍ରିଜେଣ୍ଟ ଭଳି କାମ କରିଥାଏ । ଏଣୁ ଯଦି ଆପଣଙ୍କ ତ୍ୱଚା ତୈଳାକ୍ତ ହୋଇଥାଏ ତେବେ ବୋଟିଏ କଟନ ପ୍ୟାଡ କିମ୍ବା ଅଳ୍ପ ତୁଳାରେ କେଇ ବୁନ୍ଦା ଲେମ୍ବୁ ରସ ନେଇ ତ୍ୱଚାରେ ଳଗାନ୍ତୁ । ଏହା ତ୍ୱଚାକୁ ଅତ୍ୟଧିକ ତୈଳାକ୍ତ ହେବାରୁ ରକ୍ଷା କରିଥାଏ ।

ଯଦି ଆପଣଙ୍କ ପାଦରେ ଝାଳ ହେବା ଦ୍ୱାରା ଦୁର୍ଗନ୍ଧ ସମସ୍ୟା ଦେଖାଯାଉଥାଏ ତେବେ ଶୋଇବା ସମୟରେ ମୋଜା ଭିତରେ କିଛି ଲେମ୍ବୁ ଖଣ୍ଡ ରଖି ପିନ୍ଧି ଶୁଅନ୍ତୁ ଦେଖିବେ ଧୀରେ ଧୀରେ ଏହି ସମସ୍ୟା ଦୂର ହୋଇଯିବ । ଲେମ୍ବୁ ଭିଟାମିନ-ସିର ଉତ୍ସ ହେବା ସଙ୍ଗେ ସଙ୍ଗେ ଏକ ଭଲ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ଯାହାକି ଆପଣଙ୍କ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିଥାଏ । ସେହିଭଳି ଯଦି ଆପଣଙ୍କର ଖରାପ ଶ୍ୱାସ ହେଉଥାଏ ତେବେ ପ୍ରତିଦିନ ସକାଳୁ ଉଠିକରି ଏବଂ ଖାଦ୍ୟ ଖାଇବା ପରେ ଲେମ୍ବୁ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ ।


Share It

Comments are closed.