କଟକରେ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇବ ମନିପାଲ୍ ଟାଇଗର୍ସ


କଟକ : ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର କଟକ୍ ଲିଗ୍‌ରେ ଇର୍‌ଫାନ ପଠାନ୍‌ଙ୍କ ନେତୃତ୍ୱାଧୀନ ଭିଲ୍‌ୱାରା କିଙ୍ଗ୍‌ସ, ହର୍‌ଭଜନ ସିଂହଙ୍କ ମନିପାଲ୍ ଟାଇଗର୍ସଠାରୁ ପ୍ରତିଶୋଧ ନେବା ପାଇଁ ମଇଦାନକୁ ଓହ୍ଲାଇବ । ଏହି ମ୍ୟାଚ୍‌ରେ ଭିଲ୍‌ୱାରା କିଙ୍ଗ୍‌ସ ପକ୍ଷରୁ ଇର୍‌ଫାନ୍ ଫଠାନ୍‌, ୟୁସୁଫ୍ ପଠାନ୍ ଓ ଏସ୍ ଶ୍ରୀସାନ୍ତଙ୍କ ଭଳି କିମ୍ବନ୍ଦନ୍ତୀମାନେ ଏବଂ ମନିପାଲ ଟାଇଗର୍ସ ପକ୍ଷରୁ ହରଭଜନ ସିଂହ, ମହମ୍ମଦ କୈଫ୍ ଓ ମୁଟ୍ଟିୟା ମୁରଲ୍‌ଥରନ୍‌ଙ୍କ ଭଳି ସୁପର୍‌ଷ୍ଟାର୍‌ମାନେ ଖେଳିବେ । ନିଜର ପ୍ରଥମ ଲିଗ୍‌ରେ ପରାଜିତ ହେବା ପରେ ମନିପାଲ ଟାଇଗର୍ସ ପାଇଁ ନିଜ ପ୍ରତିପକ୍ଷଙ୍କଠାରୁ ପ୍ରତିଶୋଧ ନେବାର ଏହା ଏକ ଭଲ ସୁଯୋଗ ହେବ । ବର୍ତମାନ ମନିପାଲ ଟାଇଗର୍ସ ଟେବୁଲର ସବୁଠାରୁ ନିମ୍ନରେ ରହିଛି । ସେହିପରି ନୂଆଦିଲ୍ଲୀରେ ନିଜ ନିଜ ମ୍ୟାଚ୍‌ରେ ପରାଜିତ ହେବା ପରେ ଉଭୟ ଟିମ୍ ପାଇଁ କଟକରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହେବ ।

ଏସମ୍ପର୍କରେ ମନିପାଲ୍ ଟାଇଗର୍ସର କୋଚ୍ ଜନ୍ ବୁଚାନନ୍ କହିଛନ୍ତି, ଦିଲ୍ଲୀରେ ଆମେ ଏକାଧିକ ମ୍ୟାଚ୍‌ରେ ପରାଜିତ ହେବା ଏକ ଦୁର୍ଭାଗ୍ୟଜନକ ବିଷୟ । ଆମେ ଏବେ କଟକରେ ଆମର ସର୍ବୋତମ ପ୍ରଦର୍ଶନ ଦେବା ପାଇଁ ପ୍ରସ୍ତୁତ ରହିଛୁ ।’ ସେହିପରି ଭିଲ୍‌ୱାରା କିଙ୍ଗ୍‌ସର କୋଚ୍ ଲାଲଚନ୍ଦ ରାଜପୁତ କହିଛନ୍ତି, ‘କଟକରେ ବର୍ଷା ମ୍ୟାଚ୍‌କୁ ପ୍ରଭାବିତ କରିବ ନାହିଁ ବୋଲି ଆମେ ଆଶା କରୁଛୁ । ଆମେ ଏକ ଭଲ ପ୍ରତିଯୋଗିତା ପାଇଁ ଅପେକ୍ଷା କରିଛୁ ।’ କଟକ ଏହି ଟୁର୍ଣ୍ଣାମେଂଟ୍‌ର ଫାଇନାଲ ମ୍ୟାଚ୍ ଆୟୋଜନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଟିମ୍‌ଗୁଡିକ ମଧ୍ୟ ଭେନ୍ୟୁର ଏକ ଅନୁଭୂତି ପାଇବା ପାଇଁ ଉତ୍ସାହିତ ରହିଛନ୍ତି । କଟକରେ ପ୍ରଶଂସକଙ୍କ ପାଇଁ ନିଜ ପସନ୍ଦର ସୁପର୍‌ଷ୍ଟାର୍‌କୁ ଦେଖିବା ଲାଗି ଏହା ଏକ ଭଲ ସୁଯୋଗ ହେବ ।


Share It

Comments are closed.