ପ୍ରଥମ ଇନିଂସ୍‌ରେ ମନିପାଲ୍ ଟାଇଗର୍ସ ବିରୋଧରେ ଭିଲ୍‌ୱାରା କିଙ୍ଗ୍‌ସର ଉନ୍ନତ ପ୍ରଦର୍ଶନ


ଟାଟେଣ୍ଡା ଟାଇବୁ ଓ ଜେସି ରାଇଡର୍‌ଙ୍କ ମଧ୍ୟରେ ଏକ ଉନ୍ନତ ଭାଗିଦାରୀ ଆଜି ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ୮ମ ମ୍ୟାଚ୍‌ରେ ଭିଲ୍‌ୱାରା କିଙ୍ଗ୍‌ସ ବିରୋଧରେ ମନିପାଲ୍ ଟାଇଗର୍ସକୁ ୨୦ ଓଭର୍‌ରେ ୧୭୫ /୮ ରନ୍ କରିବାରେ ସାହାଯ୍ୟ କରିଥିଲା । ତେବେ କଟକର ବାରବାଟୀ ଷ୍ଟାଡିୟମରେ ପ୍ରଥମ ବ୍ୟାଟିଙ୍ଗ୍ କରିବା ନେଇ ମନିପାଲ୍ ଟାଇଗର୍ସର ନିଷ୍ପତି କିଙ୍ଗ୍‌ସ କ୍ୟାପ୍ଟେନ ଇର୍‌ଫାନ୍ ପଠାନଙ୍କ ଉପରେ ଭାରି ପଡିବ ବୋଲି ମନେ ହେଉଥିଲା କାରଣ ପ୍ରତିଦ୍ୱନ୍ଦି ଓପ୍‌ନର୍‌ମାନେ ବଡ ହିଟ୍ ସହ ଇନିଂସ୍ ଆରମ୍ଭ କରିଥିଲେ । ଟାଇବୁ ଓ ରାଇଡର୍‌ଙ୍କ ଉପରେ ଫିଡେଲ୍ ଏଡ୍‌ୱାର୍ଡସ୍‌, ଟିନୋ ବେଷ୍ଟ୍ ଓ କ୍ୟାପ୍ଟେ ଇର୍‌ଫାନ୍ ପଠାନଙ୍କ ଭଳି ମହାନ ବୋଲର୍‌ଙ୍କ ବୋଲିଙ୍ଗ୍‌ର କୌଣସି ପ୍ରଭାବ ଦେଖାଯାଉନଥିଲା ।
ଟାଇବୁ ଓ ରାଇଡର୍‌ଙ୍କ ଭାଗିଦାରିତା ୬ଟି ପାୱାରପ୍ଲେ ଓଭର୍‌ରେ ବିନା କୌଣସି ୱିକେଟ୍‌ରେ ୬୩ ରନ୍ ସଂଗ୍ରହ କରିଥିଲା । ପୂର୍ବତନ ଜିମ୍ବାୱେ କ୍ୟାପ୍ଟେନ୍ ଟାଇବୁ ୫ଟି ଚୌକା ଓ ୪ଟି ଛକା ସହିତ ୩୦ ବଲ୍‌ରେ ୫୪ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ରାଇଡର୍ ମଧ୍ୟ ୬ଟି ଚୌକା ଓ ୨ଟି ଛକା ସହିତ ୩୫ ବଲ୍‌ରେ ୪୭ ରନ୍ କରିଥିଲେ । ଓପ୍‌ନିଙ୍ଗ ଯୋଡି ମିଳିତ ଭାବେ ୧୦୯ ରନ୍ କରିଥିଲେ । ତେବେ ଇନିଂସ୍‌ର ୧୧ତମ ଓଭର୍‌ରେ ୟୁସୁପ୍ ପଠାନ୍ (୨/୨୫) ଉଭୟ ରାଇଡର୍ ଓ ଟାଇବୁଙ୍କୁ ଆଉଟ୍ କରିଥିଲେ । ଦୁଇ ଓପ୍‌ନରଙ୍କ ୱିକେଟ୍ ପରେ ମନିପାଲ୍ ଟାଇଗର୍ସର ରନ୍ ରେଟ୍ ମନ୍ଥର ହୋଇଥିଲା । ଏହାପରେ କୋରି ଆଣ୍ଡର୍‌ସନ୍ ୨୪ ରନ୍ କରିଥିବା ବେଳେ ମହମ୍ମଦ କୈଫ୍ ୩୨ ରନ୍ କରି ଇନିଂସ୍‌ର ବେଗ ବଢାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ତେବେ ୧୯ତମ ଓଭର୍‌ରେ କାରିବିଆନ୍ ସ୍ପିଡ୍‌ଷ୍ଟର୍ ବେଷ୍ଟ୍ (୩/୨୦) ୩ଟି ୱିକେଟ୍ ନେବା ପରେ ବଡ ସ୍କୋର୍ କରିବା ନେଇ ଟାଇଗର୍ସର ଆଶ ମଉଳି ଯାଇଥିଲା ।


Share It

Comments are closed.