ନିର୍ଭୀକତା ଓ ସୁରବାବୁ

(ବର୍ଷିୟାନ୍‌ନେତା ତଥା ପୂର୍ବତନ ମନ୍ତ୍ରୀଶ୍ରୀସୁରେନ୍ଦ୍ରନାଥ ନାୟକଙ୍କ ୮୬ତମ ଜନ୍ମ ଦିବସଉପଲକ୍ଷେ)


ମନୁଷ୍ୟ ନିଜସ୍ୱବୁଦ୍ଧି, କର୍ମ, ସାହସ, ଜ୍ଞାନ, ଅଧ୍ୟବସାୟ, ଦୂରଦୃଷ୍ଟି ଓ ସୁସମ୍ପର୍କ ବଳରେ ସୁନାମ ଅର୍ଜନ କରିବା ସହିତ ସମାଜକୁ ଗୌରବାନ୍ୱିତ କରନ୍ତି । ସେହିପରି ଜଣେ ମଣିଷହେଲେ ପୁରୀଜିଲ୍ଲା ଅସ୍ତରଙ୍ଗ-କାକଟପୁର ଅଞ୍ଚଳର ଯୋଗଜନ୍ମା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକ । ସେ ପ୍ରିୟମହାନୁଭବ କାକଟପୁର ଅଞ୍ଚଳର ଜଣେ ଜଣାଶୁଣା ନିର୍ଭୀକ ଓ ସାହସୀ ବ୍ୟକ୍ତିତ୍ୱ ।ସେ ସ୍ୱଭାବତଃ ସ୍ପଷ୍ଟବାଦୀ । ସତ୍ୟ କହିବାକୁ ସେକୌଣସି ପରିସ୍ଥିତିରେ କୁଣ୍ଠାବୋଧ କରନ୍ତି ନାହିଁ ।

୧୯୮୪ ମସିହାର ଘଟଣା । ଓଡ଼ିଶାର ବରପୁତ୍ର ତଥା ପ୍ରବାଦପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ତାଙ୍କର ସହଯୋଗୀ ତଥା ରାଜନୈତିକ ନେତୃବୃନ୍ଦ ତାଙ୍କ ସମ୍ମୁଖରେ ଯୁକ୍ତିକରିବା ପାଇଁ ସାହସ କରନ୍ତି ନାହିଁ । ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜୁବାବୁଙ୍କ ସହିତବଳିଷ୍ଠ ଯୁକ୍ତିକରନ୍ତି । ଏକଦା କୌଣସି ଏକ ଘଟଣାକୁ ନେଇ ବିଜୁବାବୁଙ୍କ ସହିତ ବୈଠକରେ ଯୁକ୍ତି କରିଥିଲେ ସୁରବାବୁ । ବିଜୁବାବୁ ଅତ୍ୟନ୍ତ ବିରକ୍ତ ହୋଇକହିଥିଲେ – ତୁମେ ଅଧିକ ବକ୍‌ବକ୍‌ କରନି । ତୁମକୁ ଦଳରୁ ବହିଷ୍କାର କରାଯିବ । ଏକଥା ସୁରବାବୁଙ୍କୁ ବହୁତ ବାଧିଥିଲା । ସେ ତୁରନ୍ତ ବୈଠକ ଛାଡ଼ି ଚାଲି ଯାଇଥିଲେ । ବିଜୁବାବୁ ତାଙ୍କୁ ପର ମୁହୂର୍ତ୍ତରେ ଖୋଜି ପାଖରେ ପାଇ ନ ଥିଲେ ।
ଅପରାହ୍ଣରେ ସୁରବାବୁଙ୍କ ଘନିଷ୍ଠବନ୍ଧୁ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଦାସ ଏ ଖବର ପାଇ ତାଙ୍କୁ ନେଇ ନବୀନ ନିବାସ ଯାଇଥିଲେ । ସେଠାରେ ସେଶୁଣିବାକୁ ପାଇଲେ ଯେ ବିଜୁବାବୁ ସେଦିନ ମଧ୍ୟାହ୍ନଭୋଜନ ଖାଇନାହାନ୍ତି ।ଏହା ଶୁଣିବା ମାତ୍ରେ ସୁରବାବୁ ତୁରନ୍ତ ବିଜୁବାବୁଙ୍କୁ ଦେଖାକରିବାକୁ ଗଲେ ।ବିଜୁବାବୁ କହିଲେ “ମୁଁ ତୁମକୁ କ’ଣ ପଦେ କହିଦେଲି ବୋଲି ତୁମେ ବୈଠକ ଛାଡ଼ିଚାଲିଗଲ” । ସୁରବାବୁ ଉତ୍ତରରେ କହିଲେ “ଆପଣ ବହିଷ୍କାର କଥା କହିବାରୁ ମୋତେ ଅପମାନ ବୋଧ ହେଲା । ତେଣୁ କ୍ଷମାକରନ୍ତୁ ।” ତାପରେ ବିଜୁବାବୁ କହିଥିଲେ ହଉ ଯାହାହେଲା ଛାଡ଼ । ଆସ ଆମେ ଏକାଠି ଖାଇବା । ଏଥିରୁ ଜାଣିହୁଏ ସୁରବାବୁଙ୍କ ନିର୍ଭୀକତା ଓ ବିଜୁବାବୁଙ୍କ ସହ ସୁସମ୍ପର୍କ ଓ ଆନ୍ତରିକ ସ୍ନେହଶ୍ରଦ୍ଧା । ଆଜି ସେହି ମହାନୁଭବଙ୍କ ୮୬ତମ ଜନ୍ମଦିବସରେ ଆମ୍ଭେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ।
-ବାସୁଦେବ ବେହେରା, କୁସୁମ୍ବର, ଅସ୍ତରଙ୍ଗ, ପୁରୀ


Share It

Comments are closed.