ଲା ଟ୍ରାଭେନ୍ୟୁଜ୍ ଟେକ୍ନୋଲୋଜି ଲିମିଟେଡ୍‌ର ଇନିସିଆଲ ପବ୍ଲିକ ଅଫର ୨୦୨୪ ଜୁନ୍ ୧୦ରେ ଖୋଲିବ


ଭୁବନେଶ୍ୱର: ଇକ୍ସିଗୋର ପରିଚାଳନା କରୁଥିବା ସଂସ୍ଥା ଲା ଟ୍ରାଭେନ୍ୟୁଜ୍ ଟେକ୍ନୋଲୋଜି ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଜୁନ୍ ୧୦, ସୋମବାର ଖୋଲିବ । ଏହି ଅଫରରେ ୧୨୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୬୬,୬୭୭,୬୭୪ ଇକ୍ୱିଟି ସେୟାର ବିକ୍ରି କରିବେ । ଆଙ୍କର ନିବେଶକମାନେ ୨୦୨୪ ଜୁ୍‌ନ୍ ୭, ଶୁକ୍ରବାର ବିଡ୍ ଦାଖଲ କରିପାରିବେ ଏବଂ ଏହି ଅଫର ୨୦୨୪ ଜୁନ୍ ୧୨, ବୁଧବାର ବନ୍ଦ ହେବ ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୮୮-୯୩ ଟଙ୍କା ମଧ୍ୟରେ ରହିବ । ନିବେଶକମାନେ ସର୍ବନିମ୍ନ ୧୬୧ଟି ଇକ୍ୱିଟି ସେୟାରର ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ପରେ ୧୬୧ଟି ଲେଖାଏଁ ସେୟାର ଯୋଡ଼ିପାରିବେ ।
ଅଫର ଫର ସେଲ୍‌ରେ ସୈଫ୍ ପାର୍ଟନର୍ସ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୧୯, ୪୩୭,୪୬୫ ପର୍ଯ୍ୟନ୍ତ ଇକ୍ୱିିିଟି ସେୟାର, ପିକ୍ ଏକ୍ସଭି ପାର୍ଟନର୍ସ ଇନଭେଷ୍ଟମେଂଟ୍‌ସ ଭି ପକ୍ଷରୁ ୧୩,୦୨୪,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଅଶୋକ ବାଜପେୟୀଙ୍କ ପକ୍ଷରୁ ୧୧,୯୫୦,୦୦୦ ଇକ୍ୱିଟି ସେୟାର, ରଜନୀଶ କୁମାରଙ୍କ ପକ୍ଷରୁ ୧୧,୯୫୦,୦୦୦ ଇକ୍ୱିଟି ସେୟାର, ମାଇକ୍ରୋମ୍ୟାକ୍ସ ଇନଫର୍ମେଟିକ୍ସ ଲିମିଟେଡ୍ ପକ୍ଷରୁ ୫,୪୮୬,୮୯୩ ଇକ୍ୱିଟି ସେୟାର, ପ୍ଲାସିଡ୍ ହୋଲ୍‌ଡିଂସ୍ ପକ୍ଷରୁ ୩,୦୪୮,୩୭୫ ଇକ୍ୱିିଟି ସେୟାର, କାଟାଲିଷ୍ଟ ଟ୍ରଷ୍ଟିସିପ୍ ଲିମିଟେଡ୍ ପକ୍ଷରୁ ୧,୩୩୩,୫୧୩ ଇକ୍ୱିଟି ସେୟାର ଏବଂ ମାଡିସନ୍ ଇଣ୍ଡିଆ କ୍ୟାପିଟାଲ୍ ଏଚ୍‌ସି ପକ୍ଷରୁ ୪୪୭,୪୨୮ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବାର ଯୋଜନା ରହିଛି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ଉପଲବ୍ଧ ରହିବ ଏବଂ ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାର ପାଇଁ ଆଙ୍କର ନିବେଶକମାନେ ବିଡ୍ ଦାଖଲ କରିପାରିବେ । ସେହିପରି ଏକ ତୃତୀୟାଂଶ ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କ ପାଇଁ ରହିବ । କ୍ୟୁଆଇବିମାନଙ୍କ ଲାଗି ଥିବା ଇକ୍ୱିଟି ରାଶିର ୫% ସ୍ୱତନ୍ତ୍ର ଭାବେ ମ୍ୟୁଚୁଆଲ୍ ଫଣ୍ଡମାନଙ୍କ ଲାଗି ରହିବ । ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍ ଏବଂ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ।


Share It

Comments are closed.