ଲକ୍ଷ୍ମୀଧର ବେହେରାଙ୍କ ପରିଶ୍ରମ, ଆଦର୍ଶ ଓ ଦଳ ପ୍ରତି ଥିବା ନିଷ୍ଠା କାର୍ଯ୍ୟକର୍ତାଙ୍କ ପାଇଁ ଉଦାହରଣ ହେବ – ଧର୍ମେନ୍ଦ୍ର ପ୍ରଧାନ


ହିନ୍ଦୋଳ/ଢ଼େଙ୍କାନାଳ,  – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳିର ପ୍ରମୁଖ ବିଜେପି କାର୍ଯ୍ୟକର୍ତା, ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ପରିଶ୍ରମ, ଆଦର୍ଶ ଓ ଦଳ ପ୍ରତି ଥିବା ନିଷ୍ଠା କାର୍ଯ୍ୟକର୍ତାଙ୍କ ପାଇଁ ଉଦାହରଣ ହେବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱର୍ଗତ ବେହେରାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେ କହିଛନ୍ତି ହିନ୍ଦୋଳ ନିର୍ବାଚନ ମଣ୍ଡଳିରେ ବିଜେପି ଦଳକୁ ମଜବୁତ୍ କରିବାରେ ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ନେତୃତ୍ୱ ଓ ଯୋଗଦାନ ଅତୁଳନୀୟ । ସେ ନିଜର ପରିଶ୍ରମ, ବୈଚାରିକ ସ୍ପଷ୍ଟତା ଏବଂ ସାଧୁତା ବଳରେ ସମସ୍ତଙ୍କ ମନରେ ରହି ପାରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.