ଲକ୍ଷ୍ମୀ ଡେଂଟାଲ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ଜାନୁଆରି ୧୩, ୨୦୨୫ ସୋମବାର ଦିନ ଖୋଲିବ

Share It

ଭୁବନେଶ୍ୱର: ଲକ୍ଷ୍ମୀ ଡେଂଟାଲ୍ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଜାନୁଆରି ୧୩, ସୋମବାର ଦିନ ଖୋଲିବ ଓ ଜାନୁଆରି ୧୫, ବୁଧବାର ଦିନ ବନ୍ଦ ହେବ। ଆଙ୍କର ନିବେଶକମାନେ ୨୦୨୫ ଜାନୁଆରି ୧୦, ଶୁକ୍ରବାର ବିଡ୍‌/ଅଫର ଦାଖଲ କରିପାରିବେ। ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୪୦୭ ଟଙ୍କାରୁ ୪୨୮ ଟଙ୍କା ମଧ୍ୟରେ ନିର୍ଧାରଣ କରାଯାଇଛି। ନିବେଶକମାନେ ସର୍ବନିମ୍ନ ୩୩ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହା ପରେ ୩୩ଟି ଲେଖାଏଁ ଇକ୍ୱିଟି ସେୟାର ସେଥିରେ ଯୋଡ଼ିପାରିବେ।
ଏହି ଅଫରରେ ୧୩୮ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଓ ୧୩,୦୮୫,୪୬୭ ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ବିକ୍ରି କରାଯାଏ।
ଏହି ଅଫର ଜରିଆରେ କମ୍ପାନି ଯେଉଁ ପାଣ୍ଠି ସଂଗ୍ରହ କରାଯିବ ସେଥିରୁ, ୧) ୨୨.୯୮ କୋଟି ଟଙ୍କାର କମ୍ପାନିର କିଛି ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧନ କରିବା, ୨) ୪.୬୦ କୋଟି ଟଙ୍କାକୁ କେତେକ ସହାୟକ କମ୍ପାନିରେ ନିବେଶ କିମ୍ବା ବକେୟା ଋଣ ପରିଶୋଧ କରିବା, ୩) ୪୩.୫୧ କୋଟି ଟଙ୍କାକୁ ନୂଆ ମେସିନ କିଣିବାରେ ପୁଞ୍ଜି ବ୍ୟୟ କରିବାରେ, ୪) ୨୫ କୋଟି ଟଙ୍କାକୁ ସହାୟକ କମ୍ପାନି ବିଜଡେଂଟ୍ ଡିଭାଇସ୍ ପ୍ରାଇଭେଟ୍ ଲିମିଟେଡ୍‌ରେ ପୁଞ୍ଜି ବ୍ୟୟ ଆକାରରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
ଅଫର ଫର୍ ସେଲ୍‌ରେ ରାଜେଶ ବ୍ରଜଲାଲ ଖାଖର ୧୯୬,୬୦୪ ଇକ୍ୱିଟି ସେୟାର, ସମୀର କମଳେଶ ମର୍ଚାଂଟ୍ ୪୩୪,୫୯୮ ଇକ୍ୱିଟି ସେୟାର, ୃର୍ବିଡ୍‌ମେଡ୍ ଏସିଆ ୨ ମରିସସ୍ ଲିମିଟେଡ୍ ୧୧,୬୧୪,୨୬୭ ଇକ୍ୱିଟି ସେୟାର, ଜିଗ୍‌ନା ରାଜେଶ ଖଖର ୨୩୯,୮୩୮ ଇକ୍ୱିଟି ସେୟାର, ହସମୁଖ ବ୍ରଜଲାଲ ଖଖର ୧୫୦,୦୪୦ ଇକ୍ୱିଟି ସେୟାର, ଅମୃତ ମହେନ୍ଦ୍ରଭାଇ ଦେଶାଇ ୧୫୦,୪୦୪୦ ଇକ୍ୱିଟି ସେୟାର ଓ ପରାଗ ଜମନାଦାସ ବିମିଯାନି ୧୫୦,୦୪୦ ଇକ୍ୱିଟି ସେୟାର ଓ କୁନାଲ କମଲେଶ ମର୍ଚାଂଟ ୧୫୦,୦୪୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ସଂରକ୍ଷିତ ରଖାଯିବ । ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଆଙ୍କର ନିବେଶକଙ୍କୁ ଦିଆଯାଇପାରିବ । ସେଥିରୁ ଏକ ତୃତୀୟାଂଶ ଇକ୍ୱିଟି ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡ ଲାଗି ସଂରକ୍ଷିତ ରହିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ଲାଗି ରଖାଯିବ । ଯଦି ମ୍ୟୁଚୁଆଲ ଫଣ୍ଡର ହାରାହାରି ଭାଗ କ୍ୟୁଆଇବି ଭାଗର ୫ ପ୍ରତିଶତରୁ କମ ରହିବ ତେବେ ତାହାକୁ କ୍ୟୁଆଇବି ଭାଗରେ ଯୋଡ଼ାଯିବ। ନିଟ ଅଫରର ୧୫ ପ୍ରତିଶତ ରାଶିକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ସେଥିରୁ ୩୫ ପ୍ରତିଶତ ଇକ୍ୱିଟି ସେୟାର ଖୁଚୁରା ନିବେଶକମାନଙ୍କ ଲାଗି ରହିବ।
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଲିମିଟେଡ୍ ଓ ଏନ୍‌ଏସ୍‌ଇ ଲିମିଟେଡ୍‌ରେ ତାଲିକାଭୁକ୍ତ କରାଯିବ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍‌, ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍ ଓ ଏସବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ।


Share It

Comments are closed.