ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି, ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ


ରାଜ୍ୟରେ ଚାଲୁ ରହିଥିବା ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଆଜି ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ୍‍ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଲାଇସେନ୍ସ ବାତିଲ୍‍ ପାଇଁ ବାର୍‍ କାଉନସିଲ୍‍ ଅଫ୍‍ ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ନ୍ୟାୟିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ନ୍ୟାୟିକ ଅଧିକାରୀ,ମହକିଲଙ୍କୁ ସୁରକ୍ଷା ଦେବାକୁ କହିଲେ କୋର୍ଟ । କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନ୍ଦୋଳନକାରୀଙ୍କୁ ଗିରଫ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।


Share It

Comments are closed.