ଅନ୍ତିମ ସଂସ୍କାର ବେଳେ ଭୂସ୍ଖଳନ , ଚାଲିଗଲା ୧୪ ଜୀବନ


ଶବ ଦାହ କରିବାକୁ ଆସି ନିଜେ ପାଲଟିଗଲେ ଶବ । ଅନ୍ତିମ ସଂସ୍କାର ବେଳେ ଭୂସ୍ଖଳନ ଘଟି ଚାଲି ଯାଇଛି ୧୪ ଜଣଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ରବିବାର କେମରୁନ୍‍ର ରାଜଧାନୀ ୟାଉଣ୍ଡେରେ ଘଟିଛି । ୧୨ ରୁ ଅଧିକ ଲୋକେ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନାନୁଯାୟୀ, ୟାଉଣ୍ଡେରେ ରବିବାର ଏଠାରେ ଏକ ଅନ୍ତିମ ସଂସ୍କାର କାର୍ଯ୍ୟ ହେଉଥିବା ବେଳେ ଶତାଧିକ ଲୋକେ ସାମିଲ ଥିଲେ । ଏଠାରେ ହଠାତ୍‍ ଭୂସ୍ଖଳନ ଘଟିଥିଲା । ଫଳରେ ମାଟି ଅତଡା ତଳେ ଅନେକ ଲୋକେ ଚାପି ହୋଇ ଯାଇଥିଲେ । ଏଥିରେ ବର୍ତ୍ତମାନ ସୁଦ୍ଧା ୧୪ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।


Share It

Comments are closed.