ପୁଣି ଥରେ ମୁହାଁମୁହିଁ ହେଲେ ଭାରତ ଏବଂ ଚୀନ ସେନା


କିଛି ଦିନର ବିରତି ପରେ ପୁଣି ଥରେ ଆରମ୍ଭ ହୋଇଛି ସୀମା ବିବାଦ । ଭାରତ-ଚୀନ୍ ସେନା ମଧ୍ୟରେ ସୀମାରେ ମୁହାଁମୁହି ହୋଇଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପଟରୁ କେତେ କ୍ଷୟକ୍ଷତି ହୋଇଛି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଚ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ୨୯ ଅଗଷ୍ଟ ରାତିରେ ଭାରତ ଓ ଚୀନ୍ ମଧ୍ୟରେ ହାତହାତି ହୋଇଛନ୍ତି। ମିଳିଥିବା ସୂଚନାନୁସାରେ ପେଙ୍ଗୟାଙ୍ଗ ହ୍ରଦ ନିକଟରେ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ତାହାର ଦୃଢ ଜବାବ ଦେଇଛନ୍ତି ଭାରତୀୟ ସେନା । ଉଭୟ ପକ୍ଷରୁ ବିବାଦରେ କେତେଜଣ ସୈନିକ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ସେନା ଆହତ ହୋଇଥିବା ସ୍ପଷ୍ଟ ହୋଇଛି । କିଛି ଦିନ ତଳେ ଲଦାଖର ପୂର୍ବ ଅଞ୍ଚଳରେ ଭାରତ-ଚୀନ୍ ସେନା ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଯେଉଁଥିରେ କି ଭାରତର ଅନେକ ଜଣ ଯବାନ ସହିଦ ହୋଇଥିବା ବେଳେ ଚୀନ୍ ୭୦ରୁ ଅଧିକ ସେନା ମୃତାହାତ ହୋଇଥିବା ଖବର ଆସିଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ୍‌ର ପକ୍ଷରୁ ସ୍ପଷ୍ଟ କରିନାହିଁ ଯେ, କେତେ ଜଣ ସୈନିକି ମୃତାହତ ହୋଇଛନ୍ତି । ଏହାପରେ ଉଭୟ ଦେଶ ମଧ୍ୟରେ ବିବାଦ ଦେଖାଦେଇଥିଲା । ସୀମାରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୀମାରେ ଭାରତ ଓ ଚୀନ୍ ନିଜ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଥିଲେ । ଉଭୟ ଦେଶର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନେକ ଥରର ଆଲୋଚନା କରାଯାଇଥିଲା ।

ଉତ୍ତେଜନାରେ ଥଣ୍ଡା ପଡୁଥିବା ବେଳେ ପୁଣି ଥରେ ନିଜର ଧୋକାବାଜ୍ ପ୍ରକୃତି ଦେଖାଇଛି ଡ୍ରାଗନ୍ । ଗୋଟିଏ ପଟେ ବିବାଦକୁ ନେଇ ଆଲୋଚନା ଚାଲୁଥିବା ବେଳେ ଆଉ ଗୋଟିଏ ପଟେ ଭାରତର ପେଙ୍ଗଙ୍ଗ୍ ହ୍ରଦ ନିକଟରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ଯାହାକୁ କଡ଼ା ବିରୋଧ କରିଥିଲେ ଭାରତୀୟ ସେନା । ପରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ହିଂସା ହୋଇଥିବାର ଖବର ଆସୁଛି । ଏକ ଜାତୀୟ ଗଣାମାଧ୍ୟମ ରିପୋର୍ଟ ଅନୁଯାୟୀ ୨୯-୩୦ ତାରିଖ ରାତି ସମୟରେ ଏହି ଘଟଣା ଘଟିଛି । ଧୋକାବାଜ୍ ଡ୍ରାଗନ୍‌କୁ ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ତେବେ ବର୍ତ୍ତମାନ ପର‌୍ୟ୍ୟନ୍ତ ଚୀନ୍ କିମ୍ବା ଭାରତ ପକ୍ଷରୁ କେତେ କ୍ଷୟକ୍ଷତି ହୋଇଛି । ତାବା ସ୍ପଷ୍ଟ ହୋଇନାହିଁ ।


Share It

Comments are closed.