ଆଜିର ହାଇଭୋଲଟେଜ ମ୍ୟାଚରେ ମୁମ୍ବାଇକୁ ଭେଟିବ ପଞ୍ଜାବ


ଗତ ମ୍ୟାଚରେ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ଭଲ ପ୍ରଦର୍ଶନ ସତ୍ୱେ ମ୍ୟାଚ୍ ହାରିଥିଲେ । ଗୁରୁବାର ଉଭୟ ଦଳ ଆଇପିଏଲ-୨୦୨୦ରେ ମୁହାଁମୁହିଁ ହେବେ । ଉଭୟ ଦଳ ପୂର୍ବରୁ କରିଥିବା ଛୋଟଛୋଟ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ ।

କିଙ୍ଗସ୍ ଏକାଦଶ ପଞ୍ଜାବ ରବିବାର ରାଜସ୍ଥାନ ରୟାଲ୍ସକୁ ୨୨୪ ରନ୍‌ର ଟାର୍ଗେଟ୍ ଦେଇଥିଲା । ବିଶାଳ ସ୍କୋର ସତ୍ୱେ ପଞ୍ଜାବ ହାରିଯାଇଥିଲା । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ କିରନ ପୋଲାର୍ଡ ଓ ଇଶାନ କିଷାନଙ୍କ ବିସ୍ଫୋରକ ଇନିଂସ ବଳରେ ବାଙ୍ଗାଲୋର ବିପକ୍ଷରେ ୨୦୨ ରନ୍‌ର ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରିଥିଲେ । ଏହି ମ୍ୟାଚ୍ ସୁପର ଓଭର ଯାଏଁ ଯାଇଥିଲା । ତେବେ ସୁପର ଓଭରରେ ମମ୍ବାଇ ପରାସ୍ତ ହୋଇଥିଲା ।

ତେବେ ସବୁଠାରୁ ବଡ କଥା ହେଲା ଯେ ଉଭୟ ଦଳର ପ୍ରାୟ ସମସ୍ତ ବ୍ୟାଟସମ୍ୟାନ ଭଲ ଫର୍ମରେ ଅଛନ୍ତି । ତେବେ ପଞ୍ଜାବର ବୋଲରମାନେ ଏବେସୁଦ୍ଧା ଲୟକୁ ଫେରି ନାହାଁନ୍ତି । ସେଲ୍ଡନ କାଟରଲଙ୍କ ଗୋଟିଏ ଓଭରରେ ରାହୁଲ ତାଓ୍ୱତିଆ ୫ଟି ଛକା ଲଗାଇବା ସହ ପଞ୍ଜାବ ହାତରୁ ମ୍ୟାଚ୍ ଛଡାଇ ନେଇଥିଲେ । ଏପରିକି ଭଲ ଫର୍ମରେ ଥିବା ମହମ୍ମଦ ଶାମି ମଧ୍ୟ ୫୩ ରନ୍ ବ୍ୟୟ କରିଥିଲେ । ତେବେ ସେ ତିନୋଟି ଓ୍ୱିକେଟ୍ ନେଇଥିଲେ । ରେଗ ସ୍ପିନର ରବି ବିଶ୍ରାଇଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିଲେ ।


Share It

Comments are closed.