କ୍ୱିକ୍‌ୱାସ୍ ପକ୍ଷରୁ ଚନ୍ଦ୍ରଶେଖରପୁରରେ ନୂଆ ଷ୍ଟୋରର ଶୁଭ ଉଦ୍‌ଘାଟନ


ଭୁବନେଶ୍ୱର: ଅଗ୍ରଣୀ ଓ ସବୁଠୁ ବିଶ୍ୱାସଯୋଗ୍ୟ ଲଣ୍ଡ୍ରି ବ୍ରାଣ୍ଡ୍ କ୍ୱିକ୍‌ୱାସ୍ ପକ୍ଷରୁ ଏହାର ଲାଇଭ ଲଣ୍ଡ୍ରି ଓ ଡ୍ରାଏ କ୍ଲିନିଂ ସେବାର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । କଂପାନି ପକ୍ଷରୁ ଚନ୍ଦ୍ରଶେଖରପୁରର ଡିଷ୍ଟ୍ରିକ୍ଟ ସେଂଟରରେ ଏହାର ନୂଆ ଷ୍ଟୋରର ଶୁଭ ଉଦଘାଟନ କରାଯାଇଛି । ଝାରପଡ଼ା ଷ୍ଟୋର ପରେ ଏହା ହେଉଛି କ୍ୱିକ୍‌ୱାଶର ଦ୍ୱିତୀୟ ଷ୍ଟୋର । ତ୍ୱରିତ ଓ ଭରସାଯୋଗ୍ୟ ଲଣ୍ଡ୍ରି ସେବାକୁ ଅପେକ୍ଷା କରିଥିବା ସହରବାସୀଙ୍କୁ ବ୍ୟାପକ ପ୍ରକାର ସେବା ପ୍ରଦାନ କରିବାକୁ କଂପାନି ପ୍ରସ୍ତୁତ ହୋଇଛି । ଏହାର ସେବାଗୁଡ଼ିକ ମଧ୍ୟରେ ସାମିଲ ରହିଛି କେଜି ହିସାବରେ ସଫା କରିବା ସେବା, ଷ୍ଟିମ୍ ଆଇରନ, ଜୋତା ଲଣ୍ଡ୍ରି, ସୋଫା, କାର୍ପେଟ୍ ସଫା ଏବଂ ପିକ୍ ଅପ୍ ତଥା ଡେଲିଭରି । ଏହି ଅବସରରେ ଭୁବନେଶ୍ୱର ମେୟର ଶ୍ରୀମତି ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ନୂଆ ଷ୍ଟୋରର ଉଦଘାଟନ କରିଛନ୍ତି । ଏହି ଉଦ୍‌ଘାଟନୀ ଅବସରରେ ଷ୍ଟୋର ମାଲିକ ସ୍ମିତାଞ୍ଜଳୀ ସାହୁ ଏବଂ ମଧୁସ୍ମିତା ରଥ ମଧ୍ୟ ଉପସ୍ଥିତ ରହିଛନ୍ତି । ସେହିଭଳି ଏହି ଅବସରରେ ଯୋଗ ଦେଇଥିବା ଅନ୍ୟ ଅତିଥିଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାଏ ଏବଂ ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ଏହା ସମ୍ପର୍କରେ ମତ ରଖି କ୍ୱିକ୍‌ୱାଶ୍ ଷ୍ଟୋର ପାର୍ଟନର ସ୍ମିତାଞ୍ଜଳୀ ସାହୁ କହିଛନ୍ତି ଯେ, “ଆଜିର ଆଧୁନିକ ଯୁଗର ଲୋକମାନେ ଦ୍ରୁତ ଗତିରେ ଓ ବ୍ୟସ୍ତବହୁଳ ଜୀବନ ଅତିବାହିତ କରୁଥିବାବେଳେ, ସବୁ ବେଳେ ସଫା ପୋଷାକ ପିନ୍ଧିବା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି । ବ୍ୟସ୍ତବହୁଳ କର୍ମ ଜୀବନ ସାଙ୍ଗକୁ ଶ୍ରମ ଶକ୍ତିରେ ଅଧିକରୁ ଅଧିକ ମହିଳା ଯୋଡ଼ି ହେଉଥିବାରୁ ସହରାଂଚଳରେ ସ୍ଥିତି ଆହୁରି ଖରାପ ହୋଇଛି । ଯଦିଓ ସହରରେ ଲଣ୍ଡ୍ରି ସେବାର ଅଭାବ ନାହିଁ, କିନ୍ତୁ ଭରସାଯୋଗ୍ୟ ଲଣ୍ଡ୍ରି ସେବାରେ ବଡ଼ ଧରଣର ପାର୍ଥକ୍ୟ ରହିଛି । ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନକୁ ସହଜ ଓ ସରଳ କରିବା ଲାଗି କ୍ୱିକ୍‌ୱାସ୍ ଏହାର ଗ୍ରାହକମାନଙ୍କୁ ସ୍ୱଚ୍ଛ, ଦାଗବିହୀନ ଓ ସଠିକ୍ ସମୟରେ ସେବା ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛି ।”

“ସ୍ୱଚ୍ଛତାର ଅର୍ଥ ହେଉଛି କଂପାନି ୧୦୦% ସ୍ୱଚ୍ଛ ଓ ସଂକ୍ରମଣମୁକ୍ତ ସଫା କରିବା ସେବା ପ୍ରଦାନ କରିବ ଯାହାକୁ ପିନ୍ଧିବା ବେଶ ସୁସ୍ଥକର ରହିବ । ଗ୍ରାହକମାନେ ନିଜ ପୋଷାକକୁ ନୂଆ ଭଳି ଏବଂ ଦାଗବିହୀନ ପାଇବେ । ୨୪ ଘଂଟା ଭିତରେ ଘରେ ସେବା ପହଂଚାଇବା ଲାଗି କଂପାନି ପ୍ରତିବଦ୍ଧ ରହିଛି ।” ବୋଲି କ୍ୱିକ୍‌ୱାଶ୍ ଷ୍ଟୋର ପାର୍ଟନର ମଧୁସ୍ମିତା ରଥ କହିଛନ୍ତି

କ୍ୱିକ୍‌ୱାସ୍ ପକ୍ଷରୁ ୱାସ୍ ଆଣ୍ଡ୍ ଫୋଲ୍ଡ, ୱାସ୍ ଆଣ୍ଡ୍ ଆଇରନ୍‌, ପ୍ରିମିୟମ୍ ଲଣ୍ଡ୍ରି, ଷ୍ଟ୍ରିମ୍ ଆଇରନ ଓ ସାଧାରଣ ଆଇରନ ଭଳି ସେବାକୁ ସୁଲଭ ମୂଲ୍ୟରେ ପିକ୍ ଅପ୍ ଓ ଡ୍ରପ୍ ସୁବିଧା ସହ ପ୍ରଦାନ କରାଯିବ । ଗ୍ରାହକମାନେ ସାର୍ଟ, ଟି-ସାର୍ଟ, କୁର୍ତା, ଟ୍ରାଉଜର, ଜିନ୍ସ, ନାଇଟ୍ ଗାଉନ୍‌, ଅଣ୍ଡରଗାର୍ମେଂଟ, ୱେଷ୍ଟ କୋଟ୍‌, ଲେଡିଜ୍ ଟପ୍‌, ଚୁଡ଼ିଦାର, ଲେଗିନ୍‌ସ, ନାପ୍‌କିନ୍‌, ସକ୍ସ ଓ ରୁମାଲ ଆଦି ସଫା କରିବା ଲାଗି ପଠାଇପାରିବେ ।


Share It

Comments are closed.