ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ କୁମାର ମଙ୍ଗଳମ ବିର୍ଲାଙ୍କୁ ଡକ୍ଟରେଟ ଅଫ ସାଇନ୍ସ (ଇକୋନମିକ୍ସ) ପ୍ରଦାନ

Share It

ଭୁବନେଶ୍ୱର: ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ କୁମାର ମଙ୍ଗଳମ ବିର୍ଲାଙ୍କ ସମେତ ପାଂଚ ଜଣଙ୍କୁ ସମ୍ମାନଜନକ ଅନରାରି ଡିଗ୍ରି ପ୍ରଦାନ କରାଯାଇଥିଲା। ଶ୍ରୀ ବିର୍ଲା ହେଉଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ। ଏହା ହେଉଛି ଏକ ଶତାବ୍ଦୀ ପୁରୁଣା କମ୍ପାନି ଯାହାର ଦେଶବିଦେଶରେ କାରବାର ରହିଛି। ବର୍ତମାନ ଏହାର ଉପସ୍ଥିତି ଛଅଟି ମହାଦେଶର ୪୧ଟି ଦେଶରେ ରହିଛି ଏବଂ ଏହାର ରାଜସ୍ୱ ୬୭ ବିଲିୟନ ଡଲାର ଓ ବଜାର ପୁଞ୍ଜି ପରିମାଣ ୧୧୦ ବିଲିୟନ ଡଲାରରୁ ଅଧିକ ରହିଛି।
ବିର୍ଲା ପରିବାରର ଷଷ୍ଠ ପିଢ଼ିର ସଦସ୍ୟ ଶ୍ରୀ ବିର୍ଲା ଶିକ୍ଷା କ୍ଷେତ୍ର ପ୍ରତି ସମର୍ପିତ। ସେ ବିଟ୍ସ ପିଲାନିର କୁଳାଧିପତି ରହିଛନ୍ତି ଏବଂ ଆଇଆଇଏମ ଅହମଦାବାଦ ଓ ଆଇଆଇଟି ଦିଲ୍ଲୀର ଅଧ୍ୟକ୍ଷତା କରିଥିଲେ। ଲଣ୍ଡନ ବିଜନେସ ସ୍କୁଲର ପରିଚାଳନା ବୋର୍ଡ ସଦସ୍ୟ ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି।
ଲଣ୍ଡନର ସିନେଟ ହାଉସରେ ଅନୁଷ୍ଠିତ ଲଣ୍ଡନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ଯୁବରାଣୀ ଏହି ଉପାଧି ପ୍ରଦାନ କରିଥିଲେ। ଫେଲୋସିପ ଓ ଡିଗ୍ରି ପାଇଥିଲେ ଶ୍ରୀ ବିର୍ଲା, ୱେଷ୍ଟ ଇଣ୍ଡିଜ ବିଶ୍ୱବିଦ୍ୟାଳୟର ପ୍ରଫେସର ସାର ହିଲାରି ବେକଲେସ, ସାର ଟେରି ୱେଟି, ସୁସାନାହ ସ୍କୋଫିଲ୍ଡ ଓ ରେଭେରେଣ୍ଡ ଫିଲିପ ଗୋଫ।
ଏହି ଅବସରରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ଟ୍ରଷ୍ଟି ବୋର୍ଡର ଅଧ୍ୟକ୍ଷ କବିତା ରେଡ୍ଡି କହିଛନ୍ତି ଯେ, “ଶିଳ୍ପ ଓ ବଦାନ୍ୟତା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ବିର୍ଲାଙ୍କୁ ଅନରାରି ଡିଗ୍ରି ପ୍ରଦାନ କରି ଆମେ ବେଶ ଉଲ୍ଲସିତ। ତାଙ୍କ ସାମାଜିକ ପଦକ୍ଷେପ କୋଟି କୋଟି ଲୋକଙ୍କ ଜୀବନ ଉନ୍ନତ କରିଛି ଏବଂ ଉଭୟ ଭାରତ ଓ ବ୍ରିଟେନରେ ଶିକ୍ଷାକୁ ବ୍ୟାପକ କରିବା ଲାଗି ତାଙ୍କ ପ୍ରତିବଦ୍ଧତା ଅନ୍ୟକୁ ସାହାଯ୍ୟ କରିବାର ଅଭିଳାଷ, ଶିକ୍ଷାର ମୂଲ୍ୟକୁ ମାନ୍ୟତା ଦେବା ଏବଂ ବିଭାଜିତ ନ ହୋଇ ଏଜକୁଟ ହେବାର ଅଭିଳାଷ ଭଳି ଲଣ୍ଡନ ବିଶ୍ୱବିଦ୍ୟାଳୟର ମୂଳ ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି।”
ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ, “ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଏହି ମାନ୍ୟତାକୁ ବିନମ୍ରତାର ସହ ଗ୍ରହଣ କରୁଛି। ଯୁବରାଣୀ ଆନିଙ୍କଠାରୁ ଏହି ସମ୍ମାନ ହାସଲ କରିବା ସମ୍ମାନର ବିଷୟ। ଲଣ୍ଡନ ବିଜନେସ ସ୍କୁଲର ଜଣେ ପୁରାତନ ଛାତ୍ର ଭାବେ ଅଭିଳାଷକୁ ସଫଳତାରେ ରୂପାନ୍ତରିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ଦକ୍ଷତାକୁ ମୁଁ ପ୍ରତ୍ୟକ୍ଷ ଦେଖିଛି। ଶିକ୍ଷା ପ୍ରଗତିର ସବୁଠୁ ବଳିଷ୍ଠ ଇଞ୍ଜିନ ବୋଲି ଆମ ପରିବାରର ଦୀର୍ଘଦିନରୁ ବିଶ୍ୱାସ ରହିଛି ଯାହା ସୁଯୋଗକୁ ବ୍ୟାପକ କରିବା ଓ ସମୁଦାୟକୁ ଆକାର ପ୍ରଦାନ କରିବାର କ୍ଷମତା ରଖିଛି। ସେହି ମୂଲ୍ୟବୋଧକୁ ପ୍ରତିଫଳିତ କରୁଥିବା ଏକ ଅନୁଷ୍ଠାନ ଦ୍ୱାରା ସ୍ୱୀକୃତି ହାସଲ କରିବା ଏବଂଏକ ଅଣଆକଳନୀୟ ଦୁନିଆରେ ଆଗକୁ ବଢ଼ିବା ପାଇଁ ନୂଆ ପିଢ଼ିକୁ ପ୍ରସ୍ତୁତ କରିବା ବେଶ୍ ପ୍ରେରଣାଦାୟୀ।”


Share It

Comments are closed.