ଦିନିକିଆ ପଦାର୍ପଣ ମ୍ୟାଚରେ ଭାବବିହ୍ୱଳ ହେଲେ କ୍ରୁଣାଲ, ଭାଇ ହାର୍ଦ୍ଦିକ ଦେଲେ ସାନ୍ତ୍ୱନା


ଭାରତ ଏବଂ ଇଂଲଣ୍ଡ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚରେ କ୍ରୁଣାଲ ପାଣ୍ଡିଆ ଏବଂ ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ କରିବାକୁ ଯାଉଛନ୍ତି । କ୍ରୁଣାଲଙ୍କୁ ଭାଇ ହାର୍ଦ୍ଦିକ ପାଣ୍ଡିଆ ଦିନିକିଆ ଟୋପି ପିନ୍ଧାଇଥିବାବେଳେ କ୍ରିଷ୍ଣାଙ୍କୁ ରବି ଶାସ୍ତ୍ରି ପିନ୍ଧାଇଥିଲେ ଟୋପି । ଦିନିକିଆ କ୍ରିକେଟରେ ପଦାର୍ପଣ ସମୟରେ କ୍ରୁଣାଲ ଭାବବିହ୍ୱଳ ହୋଇପଡିଲେ ଏବଂ ସେ ଆକାଶକୁ ଚାହିଁ ନିଜ ପିତାଙ୍କୁ ସ୍ମରଣ କଲେ । ଏହି ସମୟରେ ହାର୍ଦ୍ଦିକ, ଭାଇ କ୍ରୁଣାଲଙ୍କ ମନୋବଳ ବଢାଉଥିବାର ଦେଖିବାକୁ ମିଳିଥିଲା । ଏହି ମଧ୍ୟରେ କ୍ରିକେଟର ୱାସିମ ଜାଫର କ୍ରୁଣାଲଙ୍କ ଏକ ଫଟୋ ସେୟାର କରି ଖୁବ ସୁନ୍ଦର ବାର୍ତ୍ତା ସେୟାର କରିଥିଲେ ।

ୱାସିମ ଜାଫର, କ୍ରୁଣାଲ ପାଣ୍ଡିଆଙ୍କ ଭାବବିହ୍ୱଳ ଫଟୋ ସେୟାର କରି ଲେଖିଛନ୍ତି ଯେ, “ମୋ ଆଖିରେ କିଛି ଅଛି ।” ପ୍ରକାଶ ଥାଉକି ଗତ ଜାନୁଆରୀରେ କ୍ରୁଣାଲଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା । ଯାହାପରେ ହାର୍ଦ୍ଦିକ ଏବଂ କ୍ରୁଣାଲ ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଥିଲେ । କ୍ରୁଣାଲ ଘରୋଇ କ୍ରିକେଟରେ ନିଜର ଅଲରାଉଣ୍ଡ ଇଂନିସ ଖେଳି ଧମାଲ ମଚାଇ ସାରିଛନ୍ତି । ସେ ୫ଟି ମୁକାବିଲାରେ ୧୨୯.୩୩ ହାରରେ ୩୮୮ ରନ ସଂଗ୍ରହ କରିଛନ୍ତି । ବ୍ୟାଟିଙ୍ଗ ସହିତ ବୋଲିଂରେ ମଧ୍ୟ ସେ ଜଣେ ସଫଳ ଖେଳାଳୀ ବୋଲି ପ୍ରମାଣିତ କରି ସାରିଛନ୍ତି । ସେହିଭଳି ପ୍ରସିଦ୍ଧ କ୍ରିଷ୍ଣା ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚରେ ୧୪ ୱିକେଟ ସଂଗ୍ରହ କରି ନିଜକୁ ସଫଳ ବୋଲର ଭାବେ ପ୍ରମାଣିତ କରି ସାରିଛନ୍ତି । ଆଇପିଏଲରେ ମଧ୍ୟ କ୍ରିଷ୍ଣା ନାଇଟ ରାଇଡର୍ସ ପକ୍ଷରୁ ଖୁବ ସୁନ୍ଦର ପ୍ରଦର୍ଶନ ଦେଖାଇଥିଲେ ।


Share It

Comments are closed.