ପଦ୍ମ ଛାଡି ହାତ ଧରିଲେ ବିଜେପି ନେତା ‘କୀର୍ତ୍ତି ଆଜାଦ’


କ୍ରିକେଟ ପରେ ରାଜନୀତିରେ ପାଦ ଥାପିଥିବା ଦରଭଙ୍ଗାର ସାଂସଦ ‘କୀର୍ତ୍ତି ଆଜାଦ’ ବିଜେପି ଛାଡି କଂଗ୍ରେସର ହାତ ଧରିଛନ୍ତି । ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ।
ଆଜାଦ ସୋମବାର ଦିନ ରାହୁଲ ଗାନ୍ଧୀଙ୍କ ଆବାସକୁ ଯାଇ ସେଠାରେ ତାଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିଲେ । ଏହା ପରେ ଆଜାଦ ଟ୍ୱିଟ କରି କହିଥିଲେ ଯେ, “ ମୁଁ ଆଜି ବିଧିବଧ ଭାବେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛି । ଏବଂ ତାଙ୍କୁ ମଥିଲିର ପରମ୍ପରା ଅନୁଯାୟୀ ମଖାନାର ମାଳା, ପାଗ ଏବଂ ଚାଦର ପିନ୍ଧାଇ ରାହୁଲଙ୍କୁ ସମ୍ମାନିତ କରାଇଛି । ”
ପ୍ରକାଶ ଥାଉକି ଗତ ଶୁକ୍ରବାରରୁ ଆଜାଦ କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା କନ୍ତୁି ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା । ଆଜାଦ ଗତ କିଛି ଦିନ ହେବ ଗଣମାଧ୍ୟମ ଜରୀଆରେ ବିହାର ସରକାର ଏବଂ ବିଜେପି ଉପରେ ନିଜର ଆକ୍ରୋଶ ଜାହିର କରି ଆସୁଥିଲେ ।
ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ‘ଭଗବାନ ଝା ଆଜାଦ’ଙ୍କ ପୁତ୍ର ହେବା ଦୃଷ୍ଟିରୁ କୀର୍ତ୍ତିଙ୍କ ପରିବାର କଂଗ୍ରେସର ବହୁତ ପୁରୁଣା ସଂପର୍କ ରହିଛି ।


Share It

Comments are closed.