କରୋନାରେ ଆକ୍ରାନ୍ତ ହେଲେ ସାଂସଦ ସପ୍ତଗିରି ଉଲ୍ଲାକା


କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ କରୋନା ସଂକ୍ରମିତ। ଏନେଇ ଟ୍ଵିଟ୍ କରି ସୂଚନା ଦେଲେ ସାଂସଦ। ସେ ଟ୍ଵିଟ୍ କରି କହିଛନ୍ତି ଯେ, ସେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି । ସେ ଏବେ ଘରେ ଆଇସୋଲେସନରେ ଅଛନ୍ତି । କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟେଷ୍ଟ କରିବା ସହ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ୧୦ ହଜାର ଟପିଲାଣି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୦୨୭୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୫୯୬୨ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ୪୩୧୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।


Share It

Comments are closed.