ଟି-୨୦ରେ ସର୍ବାଧିକ ରନ ସଂଗ୍ରହ କରିବାର ଗୌରବ ଅର୍ଜନ କଲେ କୋହଲି


ବୁଧବାର ଦିନ ମୋହଲିରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଭାରତ ୭ଟି ୱିକେଟରେ ବଜୟ ହାସଲ କରିନେଇଥିବାବେଳେ ଅନ୍ୟପଟେ ଘରୋଇ ଦଳ ୧-୦ରେ ଆଗୁଆ ରହିଛି । କେବଳ ଏତିକି ନୁହେଁ ଭାରତ ପ୍ରଥମ ଥର ପାଇଁ ନିଜ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବାବେଳେ ଟି-୨୦ରେ ଭାରତର ଏହା କ୍ରମାଗତ ୪ର୍ଥ ବିଜୟ । ପ୍ରକାଶ ଥାଉକି, ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ଟି ୱିକେଟ ହରାଇ ଭାରତକୁ ୧୪୯ ରନ ଟାର୍ଗେଟ ଦେଇଥିବାବେଳେ ଏହାକୁ ପିଛା କରି ଘରୋଇ ଦଳ ୧୯ ଓଭରରେ ୩ ୱିକେଟ ହରାଇ ଖୁବ ସହଜରେ ମ୍ୟାଚଟିକୁ ବିଜୟ କରିନେଇଛି । ଅନ୍ୟପଟେ ଭାରତର ବିଜୟର ପ୍ରମୁଖ ନାୟକ ଅଧିନାୟକ ବିରାଟ କୋହଲି ଥିବାବେଳେ ସେ ୭୩ ରନର ବଡ ଇଂନିସ ଖେଳି ଟି-୨୦ରେ ସର୍ବାଧିକ ରନ ସଂଗ୍ରହ କରିବାର ଗୌରବ ଅର୍ଜନ କରିଛନ୍ତି । ସେ ହିଟମ୍ୟାନରୋହିତ ଶର୍ମାଙ୍କୁ ପଛରେ ପକାଇ ଟି-୨୦ରେ ସର୍ବାଧିକ ରନ ସଂଗ୍ରହ କରିଥିବା ପ୍ରଥମ ଖେଳାଳୀ ହୋଇଯାଇଛନ୍ତି । କୋହଲି ଟି-୨୦ରେ ସର୍ବାଧିକ ୨୪୪୧ ରନ ସଂଗ୍ରହ କରିଥିବା ବେଳେ ଏହା ଫଛରେ ରହିଛନ୍ତି ରୋହିତ ଯିଏକି ଟି-୨୦ରେ ୨୪୩୪ ରନ ସଂଗ୍ରହ କରିଛନ୍ତି । କୋହଲି ଟି-୨୦ରେ ସର୍ବାଧିକ ୨୨ଥର ଅର୍ଦ୍ଧଶତକ ଅର୍ଜନ କରିବାର କୀର୍ତ୍ତି ହାସଲ କରିଥିବାବେଳେ ଅନ୍ୟପଟେ ରୋହିତ ୨୧ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।


Share It

Comments are closed.