ଓଡିଏମ୍‌ରେ ‘ନଲେଜ୍‌-କ୍ରଲ୍ – ୨୦୨୪’ ଅନୁଷ୍ଠିତ


ଭୁବନେଶ୍ୱର : ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ପରିସରରେ ବାର୍ଷିକ ପ୍ରଦର୍ଶନୀ ‘ନଲେଜ୍‌-କ୍ରଲ୍ – ୨୦୨୪’ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଓଡିଏମ୍ ଶିକ୍ଷାନୁଷ୍ଠାନ ସମୁହର ପ୍ରତିଷ୍ଠାତା ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର (ଡଃ) ଅସୀମ ରଞ୍ଜନ ପାଢ଼ୀ ମୁଖ୍ୟ ଅତିଥି ଏବଂ କେନ୍ଦ୍ରୀୟ ବିଦ୍ୟାଳୟ-୩ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦାସ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଅତିଥିମାନେ ନିଜ ଅଭିଭାଷଣରେ ମତପ୍ରକାଶ କରିଛନ୍ତିଯେ ପିଲାମାନଙ୍କ ଅନ୍ତର୍ହିନିହତ ପ୍ରତିଭା ଏବଂ ଦକ୍ଷତାର ବିକାଶ ନିମନ୍ତେ ଉକ୍ତ ପ୍ରଦର୍ଶନୀ ଏଭଳି ଏକ ମଂଚ ଯାହା ଭବିଷ୍ୟତରେ ଜଣେ ଜଣେ କୁନି ବୈଜ୍ଞାନିକ ସୃଷ୍ଟି କରିପାରିବ । ପିଲାମାନେ ଏହିଭଳି ନିଜର ଆଗ୍ରହ ଏବଂ ଦୃଢ଼ ଇଚ୍ଛାଶକ୍ତି ଜାରି ରଖିଲେ ଭବିଷ୍ୟତରେ ବିଭିନ୍ନ ସମସ୍ୟାର ସମାଧାନ କରି ଆଗକୁ ଅଗ୍ରସର ହୋଇପାରିବେ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ପ୍ରତିଷ୍ଠାତା ଡ. ମୀନକେତନ ପିଲାମାନଙ୍କ ଭିତରେ ଥିବା ଆଗ୍ରହକୁ ସମ୍ମାନ କରିବା ସହ ସେମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ । ଏହି ପ୍ରଦର୍ଶନଟି ବିଜ୍ଞାନ, ସମାଜିକ ବିଜ୍ଞାନ ଏବଂ ଗଣିତ ବିଷୟକୁ ଆଧାରକରି ଆୟୋଜିତ କରାଯାଇଥିଲା । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୧୦୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବିଚାରକ ମଣ୍ଡଳୀମାନେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ, ଚାର୍ଟ, ମଡେଲ୍‌, କ୍ଷୁଦ୍ର ଚଳଚ୍ଚିତ୍ରଗୁଡିକୁ ପ୍ରଦର୍ଶନ କରି ମୂଲ୍ୟାୟନ କରିଥିଲେ । ବିଚାରକ ମଣ୍ଡଳୀ ଦ୍ୱାରା ଶ୍ରେଷ୍ଠ ବିବେଚିତ ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱୟଂ ସତ୍ୟେନ୍ଦୁ, ଉପାଧ୍ୟକ୍ଷା ଡ. ସନ୍ଧ୍ୟାରାଣୀ ସ୍ୱାଇଁ, ଶିକ୍ଷା ନିର୍ଦ୍ଦେଶକ ଡଃ. ଆର୍ତତ୍ରାଣ ମିଶ୍ର, ଉପାଧ୍ୟକ୍ଷ ଡ. ରାଜେଶ କୁମାର ପାଢ଼ୀ ଏବଂ ଅଭିଭାବକମାନେ ଏହି ପ୍ରଦର୍ଶନୀ ଗୁଡିକୁ ପରିଦର୍ଶନ କରିଥିଲେ ।


Share It

Comments are closed.