ଜାଣନ୍ତି କି ଘାସ ଉପରେ ଚାଲିବା ଦ୍ୱାରା କଣ ମିଳିଥାଏ ସୁଫଳ . . . .

Share It

ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ଜୋତା ଚପଲ ପିନ୍ଧିବା ସହିତ ଖାଲି ପାଦରେ ଚାଲିବାକୁ ସମୟ ମିଳିନଥାଏ । କିନ୍ତୁ ଖାଲିପାଦରେ ଚାଲିବା ତଥା ଖାଲି ପାଦରେ ଘାସରେ ଚାଲିବାର ଉପକାରିତା ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି । ପୂର୍ବ କାଳରେ ଲୋକେ ଘାସ ଏବଂ ଖାଲି ପାଦରେ ଚାଲୁଥିବାରୁ ବହୁ ପ୍ରକାରର ରୋଗରୁ ମୁକ୍ତି ପାଇପାରୁଥଲେ । ତେଣୁ ଆସନ୍ତୁ ଜାଣିବା ଘାସରେ ଚାଲିବା ଦ୍ୱାରା ସ୍ୱାସ୍ଥ୍ୟରେ କଣ ମିଳିଥାଏ ସୁଫଳ –

୧.   ଘାସରେ ଚିଲବା ଦ୍ୱାରା ଚିନ୍ତା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ମିିଳିଥାଏ ।

୨.   ଉଧୁମେହ ରୋଗୀମାନେ ପ୍ରତିଦିନ ଘାସରେ ଖାଲିପାଦରେ ଚାଲିବା ଦ୍ୱାରା ରକ୍ତ ଶର୍କରାରେ ନିୟନ୍ତ୍ରଣ ହୋଇଥାଏ ।

୩.   ଘାସ ପାଦରେ ଆକ୍ୟୁପ୍ରେସର ସୃଷ୍ଟି କରୁଥିବାରୁ ଏହା ଛିଙ୍କ ଏବଂ ଆଲର୍ଜି ପରି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।

୪.   ଘାସରେ ପ୍ରତିଦିନ ଚାଲିବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ ।

୫.   ପ୍ରଦୂଷିତ ବାୟୁରୁ ହେଉଥିବା ଚର୍ମ ସଂକ୍ରମଣରୁ ଏହା ମୁକ୍ତି ପ୍ରଦାନ କରିଥାଏ । ତେଣୁ ଘାସରେ ପ୍ରତିଦିନ ଆପଣ ୩୦ମିନିଟ ଲେଖାଁଏ ଚାଲନ୍ତୁ ।

୬.   ଉଚ୍ଚ ରକ୍ତ ଚାପ ରୋଗୀଙ୍କ ପାଇଁ ଘାସରେ ଚାଲିବା ଦ୍ୱାରା ଖୁବ ଲାଭଦାୟକ ହୋଇଥାଏ । ଏହା ରକ୍ତ ଚାପରେ ନିୟନ୍ତ୍ରଣ ହୋଇଥାଏ ।


Share It

Comments are closed.