ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ସରକାର, କେନ୍ଦ୍ରାପଡ଼ା ଦାୟିତ୍ୱରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ


ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କଲେ ସରକାର। ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ବିଧାୟକଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଛି। ଏହି କ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ, ରୋହିତ ପୂଜାରୀଙ୍କୁ ବଲାଙ୍ଗୀର, ଅନନ୍ତ ସାହୁଙ୍କୁ ବାଲେଶ୍ଵର, ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼, ବ୍ୟୋମକେଶ ରାୟଙ୍କୁ ଭଦ୍ରକ, ମହୀଧର ରଣାଙ୍କୁ ବୌଦ୍ଧ, ପ୍ରମୋଦ ମଲ୍ଲିକଙ୍କୁ କଟକ, ରାଜେନ୍ଦ୍ର ଢୋଲକିଆଙ୍କୁ ଦେବଗଡ଼, ବାସନ୍ତି ହେମ୍ଵ୍ରେମଙ୍କୁ ଢେଙ୍କାନାଳ, ଜଗନ୍ନାଥ ସାରକାଙ୍କୁ ଗଜପତି, ପ୍ରଫୁଲ ମଲ୍ଲିକଙ୍କୁ ଗଞ୍ଜାମ, ପ୍ରମିଳା ପଲ୍ଲିକଙ୍କୁ ଜଗତସିଂହପୁର, ସମୀର ଦାଶଙ୍କୁ ଯାଜପୁର ଦାୟିତ୍ଵ ଦିଆଯାଇଛି।

ସେହିଭଳି ପ୍ରିତିରଞ୍ଜନ ଘଡାଇଙ୍କୁ ଝାରସୁଗୁଡ଼ା, ନବ ଦାସଙ୍କୁ କଳାହାଣ୍ଡି, ଶ୍ରୀକାନ୍ତ ସାହୁଙ୍କୁ କନ୍ଧମାଳ, ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ କେନ୍ଦ୍ରାପଡ଼ା, ଜଗନ୍ନାଥ ନାଏକଙ୍କୁ କେନ୍ଦୁଝର, ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧା, ରଘୁରାମଙ୍କୁ କୋରାପୁଟ, ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି, ଅଶ୍ଵିନୀ ପାତ୍ରଙ୍କୁ ମୟୂରଭଞ୍ଜ, ମନୋହର ରଣଧରିଙ୍କୁ ନବରଙ୍ଗପୁର, ସତ୍ୟନାରାୟଣ ପ୍ରଧାନଙ୍କୁ ନୟାଗଡ଼, ଟୁକୁନି ସାହୁଙ୍କୁ ନୂଆପଡ଼ା, ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଅତନୁ ସବ୍ୟସାଚୀଙ୍କୁ ରାୟଗଡ଼ା, ପ୍ରତାପ କେଶରୀ ଦେବଙ୍କୁ ସମ୍ଵଲପୁର, ପ୍ରଦୀପ କୁମାର ଅମାତଙ୍କୁ ସୁବର୍ଣ୍ଣପୁର, ଶାରଦା ପ୍ରସନ୍ନ ନାୟକଙ୍କୁ ସୁନ୍ଦରଗଡ଼ ଦାୟିତ୍ଵ ଦିଆଯାଇଛି।


Share It

Comments are closed.