ଚିଆ ସିଡ ସହିତ ଲେମ୍ବୁ ପାଣି ଜାଣନ୍ତି କି କେତେ ହାତିକାରକ


ଲେମ୍ବୁ ପାଣି ଓଜନ ହ୍ରାସ ପାଇଁ ଏବଂ ରକ୍ତ ଡିଟକ୍ସିଫିକେସନ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଗୋଟିଏ ଚାମଚ ଚିଆ ସିଡ ଅଧିକ ଉପକାରୀତା ମିଶ୍ରଣ କରିଥାଏ । ଏହା ଏକ ଏନର୍ଜି ବୁଷ୍ଟର ପରି କାମ କରୁଥିବା ବେଳେ ସମ୍ପୂର୍ଣ୍ଣ ଦିନର ଶକ୍ତି ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା କଣ କଣ ରହିଛି ଚିଆ ସିଡ ଏବଂ ଲେମ୍ବୁ ପାଣିର ଉପକାରିତା . . . .
୧. ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି – ଲେମ୍ବୁ ଭିଟାମିନ ସିର ଏକ ଉତ୍ତମ ସ୍ରୋତ ଅଟେ । ଏହା ସାଇଟ୍କିର ଏସିଡ, କ୍ୟାଲସିୟମ ଏବଂ ଆଣ୍ଟି-ଅକ୍ସିଡାଣ୍ଟର ଉତ୍ତମ ସ୍ରୋତ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
୨. ସମ୍ପୂର୍ଣ୍ଣ ଶରୀରର ଡିଟକ୍ସିଫିକେସନ – ପ୍ରତିଦିନ ଖାଲି ପେଟରେ ଉଷୁମ ଜଳ ସହିତ ଲେମ୍ବୁ ଏବଂ ଚିଆ ସିଡ ପିିଇବା ଦ୍ୱାରା ଶରୀରରେ ଅନାବଶ୍ୟକ ମଇଳା ଡିଟକ୍ସିଫିକେସନ ହୋଇଥାଏ । ଏହା ହଜମ କ୍ରିୟାରେ ସାହାଯ୍ୟ କରିବା ସହିତ ପେଟ ଜନିତ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ।
୩. ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ – ବହୁ ଲୋକେ ଖାଲି ପେଟରେ ଲେମ୍ବୁ ରସ ପକାଇ ଓଜନ ହ୍ରାସ କରିବା ପାଇଁ ପିଇଥାନ୍ତି । ଆପଣ ଯଦି ଆଉ ଟିକେ ଅଧିକ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣ ସେହି ପାଣିରେ କିଛି ଚାମଚ ଚିଡା ସିଡ ପକାଇପାରିବେ ।
୪. ହୃଦୟ ସୁସ୍ଥ ରଖିଥାଏ – ଚିଆ ସିଡରେ ଉଭୟ ସଲ୍ୟୁବଲ ଏବଂ ଇନସଲୁବଲ ଫାଇବର ରହିଥିବାରୁ ଏହା ହୃଦୟର କାର୍ଯ୍ୟକଳାପକୁ ବୃଦ୍ଧି କରିଥାଏ । ପ୍ରତିଦିନ ଚିଆ ସିଡ ପିଇବା ଦ୍ୱାରା ହୃଦ ଘାତର ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୫. ହାଡ ପାଇଁ ଖୁବ ଉପକାରୀ – ଲେମ୍ବୁ ପାଣି ସହିତ ଚିଆ ସିଡ ମିଶାଇ ଖାଇବା ଦ୍ୱାରା ଅଷ୍ଟିରୋପୋରେସିସ ପରି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା କ୍ୟାଲସିୟମ, ଫସଫରସ ଏବଂ ମ୍ୟାଗ୍ନେସିୟମର କମିକୁ ମଧ୍ୟ ଦୂର କରିଥାଏ ।


Share It

Comments are closed.