ଜାଣନ୍ତୁ ସୂର୍ଯ୍ୟଗ୍ରହଣର ସୂତକ କାଳ କାହିଁକି ହୋଇଥାଏ ଅଶୁଭ


ଏହି ମାସର ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଲାଗିବ । ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟଗ୍ରହଣ ସକାଳ ଘ.୮ .୧୭ ମିନିଟ ରେ ଲାଗିବ ଏବଂ ଘ.୧୦.୫୭ ମିନିଟରେ ଶେଷ ହେବ । ଖଣ୍ଡଗ୍ରାସର ଅବଧି ୨ଘଣ୍ଟା ୪ ମିନିଟ ପର୍ଯ୍ୟନ୍ତ ରହିବ । ଯେବେକି ସୂଯ୍ୟଗ୍ରହଣରେ ଲାଗୁଥିବା ସୂତକ କାଳ ଗ୍ରହଣର ୧୨ ଘଣ୍ଟା ପୂର୍ବରୁ ଲାଗିଯିବ ।

ସୂତକ କାଳ କଣ?

ଗ୍ରହଣରେ ଲାଗୁଥିବା ସୂତକ ଏକ ଅଶୁଭ ସମୟ ହୋଇଥାଏ । ଧାର୍ମିକ ଦୃଷ୍ଟିରୁ ଏହି ସମୟ କୌଣସି ପ୍ରକାର ଶୁଭ କାର୍ଯ୍ୟ ପାଇଁ ଭଲ ହୋଇନଥାଏ । ଏଣୁ ଏହି ସମୟରେ ଶୁଭ କାର୍ଯ୍ୟ ଗୁଡ଼ିକୁ କରାଯାଇନଥାଏ । ଏହା ଗ୍ରହଣ ଲାଗିବାର ଚାରିପହର(ଏକ ପହର ତିନିଘଣ୍ଟା ସହିତ ସମାନ)ପୂର୍ବରୁ ହିଁ ଲାଗିଯାଇଥାଏ ଏବଂ ଗ୍ରହଣର ସମାପ୍ତି ସହିତ ଶେଷ ହୋଇଯାଇଥାଏ । ଏମିତିରେ ସୁତକ କାଳ ସେହିଠାରେ ହିଁ ପ୍ରଭାବି ହୋଇଥାଏ ଯେଉଁଠାରେ ସୂର୍ଯ୍ୟଗ୍ରହଣ ଦେଖାଯାଏ ।

ସୂତକ କାଳରେ କରନ୍ତୁ ନାହିଁ ଏହି କାର୍ଯ୍ୟ

ଏହି ସମୟରେ ଖାଦ୍ୟ ରୋଷେଇ କରିବା କିମ୍ବା ଖାଇବା ଉଚିତ ନୁହେଁ । ଏହି ସମୟରେ କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ଉଚିତ ନୁହେଁ । ଏହା ସହିତ ମୂର୍ତ୍ତି ପୂଜା କିମ୍ବା ମୂର୍ତ୍ତି, ତୁଳସୀ ଗଛକୁ ସ୍ପର୍ଶ କାରିବା ଉଚିତ ନୁହେଁ । ଗର୍ଭବତୀ ମହିଳାମାନେ ଛୁରୀର ପ୍ରୟୋଗ କରିବା ଉଚିିତ ନୁହେଁ । କାହିଁକି ନା ଏହାର ସିଧା ପ୍ରଭାବ ଗର୍ଭରେ ଥିବା ଛୁଆ ଉପରେ ହୋଇଥାଏ । ଏହା ସହ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଖାଲି ଆଖିରେ ସୂର୍ଯ୍ୟକୁ ଦେଖନ୍ତୁ ନାହିଁ ।

ସୂତକ କାଳ ଶେଷ ହେବା ପରେ କରନ୍ତୁି ଏହି ସବୁ କାମ

ସୂତକ କାଳ ସମୟରେ ସୂର୍ଯ୍ୟ ଗ୍ରହର ମୂଳ ମନ୍ତ୍ର ଯାପ କରନ୍ତୁ । ଗ୍ରହଣ ସମାପ୍ତ ହେବା ପରେ ଘରର ଶୁଦ୍ଧତା ପାଇଁ ଗଙ୍ଗାଜଳର ସିଞ୍ଚନ କରନ୍ତୁ । ସ୍ନାନ ପରେ ଭଗବାନଙ୍କ ମୂର୍ତ୍ତୀଙ୍କୁ ସ୍ନାନ କରାନ୍ତୁ ଏବଂ ପୂଜା କରନ୍ତୁ । ଗ୍ରହଣ ଶେଷ ହେବା ପରେ ତାଜା ଭୋଜନ ପ୍ରସ୍ତୁତ କରି ଖାଆନ୍ତୁ । ଯଦି ଆଗରୁ ଭୋଜନ ପ୍ରସ୍ତୁତ କରିନେଇଛନ୍ତି ତେବେ ଏଥିରେ ତୁଳସୀ ପକାଇଦିଅନ୍ତୁ ଯଦ୍ୱାରା ସେହି ଭୋଜନ ଦୂଷିତ ହେବ ନାହିଁ । ସୂର୍ଯ୍ୟ ଗ୍ରହଣ ପରେ ଗରୀବଙ୍କୁ ଶସ୍ୟ ଦାନ କରନ୍ତୁ ।


Share It

Comments are closed.