କିଛି ଏପରି ଥିଲା ସୁବାଷ ଚନ୍ଦ୍ର ବୋଷଙ୍କର ସୁନ୍ଦର ପ୍ରେମ କାହାଣୀ

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଦେଶର ସେହି ମହାନାୟକଙ୍କ ମଧ୍ୟରୁ ଜଣେ ଥିଲେ ଯେ ସ୍ୱାଧିନତାର ସଂଗ୍ରାମରେ ନିଜର ସବୁକିଛି ନିଚ୍ଛାବର କରିଦେଇଥିଲେ । ଆପଣମାନେ ତାଙ୍କର ସଂଘର୍ଷ ଓ ଦେଶସେବାର ଅନେକ ପ୍ରସଙ୍ଗ ଶୁଣିଥିବେ, କିନ୍ତୁ କଣ ଆପଣଙ୍କୁ ଜଣାଯେ ତାଙ୍କ ଜୀବନରେ ମଧ୍ୟ ଏକ ସୁନ୍ଦର ପ୍ରେମ କାହାଣୀ ରହିଥିଲା । କୁହାଯାଇଥାଏ ଯେ ବୋଷଙ୍କ ବ୍ୟକ୍ତିତ୍ୱ ବହୁତ ଆକର୍ଷକ ଥିଲା ।
୧୯୩୪ ମସିହାରେ ବ୍ରିଟିଶ ସରକାର ବୋଷଙ୍କୁ ଭାରତରୁ ନିର୍ବାସିତ କରିବା ପରେ ସେ ୟୁରୋପର ବିୟୋନାକୁ ଚାଲିଆସିଥିଲେ । ଆନ୍ଦୋଳନକୁ ଛାଡ଼ି ବିଦେଶରେ ରହିବା ତାଙ୍କୁ ବହୁତ କଷ୍ଟ ଦେଉଥିଲା । ଏହାପରେ ସେ ୟୁରୋପରେ ରହୁଥିବା ଭାରତୀୟ ଛାତ୍ରମାନଙ୍କୁ ସ୍ୱାଧିନତାର ଲଢ଼େଇ ପାଇଁ ଏକଜୁଟ କରିବାର ଯୋଜନା କଲେ । ଏହି ସମୟରେ ତାଙ୍କୁ “ଦ ଇଣ୍ଡିଆନ ଷ୍ଟ୍ରଗଲ” ପୁସ୍ତକ ଲେଖିବାର ସୁଯୋଗ ମିଳିଲା । ଏଥିପାଇଁ ତାଙ୍କୁ ଜଣେ ସହଯୋଗୀଙ୍କ ଆବଶ୍ୟକତା ଥିଲା , ଯେକି ଇଂରେଜ ଟାଇପ କରିବାରେ ଦକ୍ଷ ଥିବେ । ସେହି ସମୟରେ ତାଙ୍କର ଜଣେ ବନ୍ଧୁ ଏମିଲି ଶାଂକ୍ଲେଙ୍କ ସହିତ ତାଙ୍କର ସାକ୍ଷାତ କରାଇଥିଲେ । ଏମିଲି ଜଣେ ସାଧାରଣ ପରିବାରର ଝିଅ ଥିଲେ, ଯେକି ନିଜର ସ୍କୁଲ ପାଠପଢ଼ା ଶେଷ କରିସାରିଥିଲେ । ସେହି ସମୟରେ ଏମିଲିଙ୍କୁ ୨୩ ବର୍ଷ ବୟସ ହୋଇଥିଲା ଏବଂ ବୋଷଙ୍କୁ ୩୭ ବର୍ଷ ହୋଇଥିଲା ।

ଏମିଲିଙ୍କୁ ଲେଖା ଏବଂ ପଢ଼ାପଢ଼ିରେ ବେଶ ରୁଚି ରହିଥିଲା । ସେହି ସମୟରେ ବୋଷ ବହି ଉପରେ କାର୍ଯ୍ୟ କରୁଥାନ୍ତି ଏବଂ ସେ ଭାବିଲେ ଯେ ଏମିଲି ନିଜ କୌଶଳ ସହିତ ତାଙ୍କୁ ସାହଯ୍ୟ କରିପାରିବେ । ଉଭୟ ଏକାଠି କାମ କରିବା ଆରମ୍ଭ କରିଦେଲେ ଏବଂ ସେମାନଙ୍କର ଏହି ବନ୍ଧୁତା ଭଲପାଇବାରେ ପରିଣତ ହୋଇଗଲା । ୧୯୩୭ ମସିହାରେ ଉଭୟ ଗୁପ୍ତ ଭାବରେ ହିନ୍ଦୁ ରୀତି ନୀତି ଅନୁଯାୟୀ ବିବାହ କରିନେଲେ । ଏହା ଏତେ ଗୁପ୍ତ ଭାବେ ହୋଇଥିଲା ଯେ ଉଭୟଙ୍କ ମଧ୍ୟରୁ କେହି ମଧ୍ୟ ନିଜର ସମ୍ପର୍କୀୟ କିମ୍ବା କୌଣସି ବନ୍ଧୁଙ୍କୁ ଜଣାଇନଥିଲେ । କେବଳ ବୋଷଙ୍କର ମିତ୍ର ଜବାହରଲାଲ ନେହେରୁଙ୍କୁ ତାଙ୍କର ଏହି ଗୁପ୍ତ ବିବାହ ବିଷୟରେ ଜଣାଥିଲା । ସେମାନଙ୍କ ବିବାହର କୌଣସି ପ୍ରମାଣ ମଧ୍ୟ ନଥିଲା । ନିଜର ଇଣ୍ଡିଆନ ସିଭିଲ ସର୍ଭିସ ପରେ ବୋଷ ଭାରତକୁ ଫେରିଆସିଥିଲେ କିନ୍ତୁ ଏମିଲି ତାଙ୍କ ଜୀବନକାଳ ମଧ୍ୟରେ କେବେ ମଧ୍ୟ ଭାରତକୁ ଆସିନଥିଲେ । ୧୯୪୨ରେ ଉଭୟଙ୍କର ଗୋଟିଏ କନ୍ୟାସନ୍ତାନ ଜନ୍ମ ହୋଇଥିଲା ଏବଂ ଉଭୟ ତାକୁ ଅନିତା ବୋଷ ନାମରେ ନାମିତ କରିଥିଲେ ।
ଏହାପରେ ବୋଷଙ୍କୁ ଗୋଟିଏ ଜାପାନିଜ ବୁଡ଼ାଜାହାଜକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଥିରେ ସେ ୧୯୪୩ ମେ ମାସରେ ଜାପାନୀ ଅଧିକୃତ ସୁମାତ୍ରା କୂଳରେ ପହଞ୍ଚଥିଲେ । ନିଜ ପତ୍ନୀ ଓ ଝିଅ ସହ ଏହା ତାଙ୍କର ଶେଷ ସାକ୍ଷାତ ଥିଲା । ତାଙ୍କର ପତ୍ନୀ ଜଣେ ଷ୍ଟେନୋଗ୍ରାଫର ଭାବେ କାମ କରି ନିଜ ଝିଅଙ୍କ ଲାଳନପାଳନ କରିଥିଲେ ଏବଂ ତାଙ୍କ ଝିଅ ଅନିତା ନିଜ ମାଙ୍କ ବିଷୟରେ କହିବା ସମୟରେ କହିଛନ୍ତି ଯେ, ସେ ବହୁତ ଯତ୍ନଶୀଳ ଥିଲେ ଏବଂ କେବେ ମଧ୍ୟ ତାଙ୍କ ପିତା କିମ୍ବା ତାଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ କିଛି ମଧ୍ୟ ଜଣାଇନାହାନ୍ତି । ସୁଗାତାଙ୍କ ବୋଷଙ୍କର (ନେତାଜୀଙ୍କ ଭାଇଙ୍କ ପୁତୁରା) ଲେଖା ହୋଇଥିବା ସୁବାଷ ବୋଷଙ୍କର ଜୀବନୀ “ହିଜ ମାଜେଷ୍ଟି ଆମ୍ପୋନେଣ୍ଟ” ଅନୁଯାୟୀ ନେତାଜୀଙ୍କର ମୃତ୍ୟୁର ତିନିବର୍ଷ ପରେ ୧୯୪୮ ମସିହାରେ ତାଙ୍କ ପରିବାର ବିୟୋନା ଯାଇଥିଲା ଯେଉଁଠାରେ ଏମିଲି ଓ ଅନିତାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ପରିବାର ଏମିଲିଙ୍କୁ ନିଜ ସହ ଯିବା ପାଇଁ କହିଥିଲେ କିନ୍ତୁ ତାଙ୍କ ମାଙ୍କ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ସେ ରାଜି ହୋଇନଥିଲେ । ତଥାପି ୧୯୬୦ ମସିହାରେ ଅନିତା କଲିକତା ଆସିଥଲେ , କିନ୍ତୁ ଏମିଲି କେବେ ମଧ୍ୟ ଭାରତ ଆସିପାରିନଥିଲେ ।
୧୯୪୮ ମସିହାରେ ୪୮ ବର୍ଷ ବୟସରେ ବୋଷ ମୃତ୍ୟୁବରଣ କରିଥଲେ । ତାଙ୍କ ଦେହାନ୍ତ ପରେ ୧୯୯୩ ରେ ଏମିଲି ପରିବାର ଗୋଟିଏ ଡେଲିଭରୀ ମାଧ୍ୟମରେ ୧୦୬ ଟି ଚିଠି ପାଇଥିଲେ । ସେଗୁଡ଼ିକ କୌଣସି ସାଧାରଣ ପତ୍ର ନଥିଲା । ଏଗୁଡ଼ିକରେ ସୁବାଷ ବୋଷ ଏମିଲିଙ୍କ ପାଇଁ ଲେଖିଥିବା ଲଭଷ୍ଟୋରୀ ଲିପିବଦ୍ଧ ଥିଲା, ଯେଉଁଥିରେ ସେ ନିଜ ଦେଶ ଏବଂ ଏମିଲିଙ୍କ ପାଇଁ ତାଙ୍କର ଭଲପାଇବାକୁ ଅଭିବ୍ୟକ୍ତ କରିଥଲେ ।

Comments are closed.