ଲଗାତାର ଆଖି ଡେଇଁବା ଶୁଭ ଅଶୁଭ ବଦଳରେ ଆପଣଙ୍କ ଶରୀର ବିଷୟରେ ଦେଇଥାଏ ଏହିସବୁ ସଙ୍କେତ


ଆଖି ଫଡ ଫଡ ହେବା ବା ଡେଇଁବା ଅନେକ ଲୋଲଙ୍କ ପାଇଁ ଶୁଭ, ଅଶୁଭର ସଂକେତ ହୋଇଥାଏ ବୋଲି ବିଶ୍ବାସ କରାଯାଏ। ପ୍ରକୃତରେ ଆଖି ଡେଇଁବା ମାଂସପେଶୀ ସହ ସଂପର୍କିତ। ଆଖି ଡେଇଁବା ଆଖିର ମାଂସପେଶୀ ଉପରେ ନିର୍ଭର କରେ। ଏହା ଦ୍ୱାରା ସ୍ୱାସ୍ଥ ବିଷୟରେ ମଧ୍ୟ ଅନେକ କଥା ଜଣା ପଡିଥାଏ। ଆଖି ଡେଇଁବା କେବେ କିଛି ମୁହୂର୍ତ୍ତ ପାଇଁ ହୁଏ ତ କେବେ ଗୋଟେ କିମ୍ୱା ଦୁଇ ଦିନ ଲାଗିଥାଏ। କିଛି ମୁହୂର୍ତ୍ତ ପାଇଁ ଆଖି ଡେଇଁବା ସାଧାରଣ ହୋଇଥାଏ କିନ୍ତୁ ଅଧିକ ସମୟ ପାଇଁ ହେବା ମାରାତ୍ମକ ହୋଇପାରେ। ଜାଣନ୍ତୁ ଆଖି ଡେଇଁବା ପଛର ବୈଜ୍ଞାନିକ କାରଣ।

ଡାକ୍ତରଙ୍କ ଭାଷାରେ ଆଖି ଡେଇଁବାକୁ ମାୟୋକିମିଆ (Myokymia)ବୋଲି କୁହାଯାଏ। ଏହି ସ୍ଥିତିରେ ଆଖିର ମାଂସପେଶୀ ସଙ୍କୋଚନ ହୋଇଥାଏ। ଆଖିର ଦୂରଦୃଷ୍ଟି ଅଧିକ କଷ୍ଟ ହୋଇଥାଏ। ଆଖି ଡେଇଁବା ଦୃଷ୍ଟିଶକ୍ତି କମିବା ଯୋଗୁଁ ହୋଇଥାଏ। ମଦ୍ୟପାନ ମଧ୍ୟ ଆଖି ଡେଇଁବାର କାରଣ ହୋଇଥାଏ। ଏମିତି ସମସ୍ୟା ହେଲେ କିଛି ଦିନ ପାଇଁ ମଦଠୁ ଦୂରେଇ ରହିବା ଭଲ ।

କଫି, ଚାହା, ଚକଲେଟ ଏବଂ ଅନ୍ୟାନ ସଫ୍ଟ ଡ୍ରିଂକ୍ସରେ କେଫିନ ଥାଏ। ଅଧିକ ମାତ୍ରାରେ ଜଂକଫୁଡ ଖାଇଲେ ମଧ୍ୟ ଆଖି ଡେଇଁଥାଏ। ଅଧିକ ଚାପ କିମ୍ୱା ବିବ୍ରତ ରହିବା ଅନୁଚିତ । ଠିକରେ ନିଦ ନହେବା ଆଖି ଡେଇଁବାର ଏକ ମୁଖ୍ୟ କାରଣ ହୋଇଥାଏ। ତେଣୁ ବିଶ୍ରାମ ନେବା ଆବଶ୍ୟକ। ଭଲ ନିଦ ହେବା ଜରୁରୀ। ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ଶରୀରରେ ମ୍ୟାଗନେସିଅମ ଭଳି ପୋଷକ ତତ୍ତ୍ବର ଅଭାବ ଯୋଗୁଁ ମଧ୍ୟ ଆଖି ଡେଇଁଥାଏ । ଆଖି ସଂବନ୍ଧୀୟ ଏଲର୍ଜି ଥିଲେ, ଆଖି କୁଣ୍ଡେଇହେବା, ଫୁଲିଯିବା, ଆଖିରୁ ପାଣି ବାହାରିବା ଭଳି ଅନେକ ସମସ୍ୟା ହୋଇଥାଏ। ଆଖି ରଗଡିଲେ ଆଖି ମଧ୍ୟ ଡେଇଁଥାଏ।

ଲଗାତାର କମ୍ପ୍ୟୁଟର ସାମ୍ନାରେ କାମ କରିବା, ମୋବାଇଲ, ଟାବଲେଟ ବ୍ୟବହାର କରିବା ଆଖି ଡେଇଁବାର ଅନ୍ୟ ଏକ କାରଣ ହୋଇଥାଏ। ତେଣୁ ପ୍ରତି ୨୦ମିନିଟରେ ଏହି ସବୁ ଜିନିଷରୁ ଆଖି ହଟାଇ ବ୍ରେକ ନେବା ଜରୁରୀ । ପ୍ରାୟତଃ ଆଖି ଡେଇଁବା କିଛି ସମୟ ଯାଏଁ ହୋଇଥାଏ। କିନ୍ତୁ ଅତ୍ୟଧିକ ସମୟ ପର୍ଯ୍ୟନ୍ତ ହେଲେ ଏହାକୁ ବେନିନ ବ୍ଲେଫାରୋସ୍ପାଜମ (‘Benign Blepharospasm’) ଏବଂ ହେମିଫେସିଆଲ ସ୍ପାଜମ (‘Hemifacial spasm’) ଭଳି ସମସ୍ୟା ବୋଲି କୁହାଯାଏ।


Share It

Comments are closed.