ଜାଣନ୍ତୁ ଆପେଆପେ ଗରମ ହୋଇଯାଉଥିବା ଏହି ଝରଣାର ରହସ୍ୟ


ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି ଯାହା ଲୋକଙ୍କୁ ଚକିତ କରିଦେଇଥାଏ । ଏମିତି ଏକ ରହସ୍ୟ ତୁର୍କୀର ପମ୍ମୁକଲେ ପାହାଡ଼ରେ ଲୁଚି ରହିଛି । ଏଠାରେ ପ୍ରାକୃତିକ ରୂପରେ କେତେକ ସ୍ୱିମିଙ୍ଗ ପୁଲ ପ୍ରସ୍ତୁତ ହୋଇଛି ଯାହା ନିଜର ସୌନ୍ଦର୍ଯ୍ୟ ସମେତ ଲୋକଙ୍କ ପାଇଁ କୌତୁହଳ ର ବିଷୟ ହୋଇଯାଇଛି ଆଉ ଏହା ଏଥିପାଇଁ ଯେ ଏଠାରେ ଝରଣାର ପାଣି ଆପେ ଆପେ ଗରମ ହୋଇ ଯାଇଥାଏ । ଏହା ବୈଜ୍ଞାନିକ ମାନଙ୍କ ପାଇଁ ମଧ୍ୟ ଏକ ରହସ୍ୟର ବିଷୟ ହୋଇ ରହିଛି ।

କୁହାଯାଇଥାଏ ଯେ ଏଠାରେ ଗରମ ପାଣିର ହ୍ରଦ ହଜାର ବର୍ଷ ପୁରୁଣା ଅଟେ ଏବଂ ଏହାର ପାଣିର ତାପମାତ୍ରା ୩୭ ଡିଗ୍ରୀରୁ ୧୦୦ ଡିଗ୍ରୀ ମଧ୍ୟରେ ରହିଥାଏ । ସୁଇମିଙ୍ଗ ପୁଲ ଭଳି ହୋଇଥିବା ଏହି ଗରମ ପାଣିର ଝରଣା ଗୁଡ଼ିକରେ ଗାଧୋଇବା ଦ୍ୱାରା ଅନେକ ପ୍ରକାରର ବେମାର ବିଶେଷ କରି ତ୍ୱଚା ସମ୍ବନ୍ଧୀୟ ବେମାର ମଧ୍ୟ ଭଲ ହୋଇଯାଇଥାଏ ବୋଲି କୁହାଯାଇଥାଏ । ସବୁଠାରୁ ରହସ୍ୟର କଥା ହେଉଛି ଯେ ଏଠାରେ ଥିବା ଗରମ ପାଣିର ହ୍ରଦ ଗୁଡ଼ିକ ଆପେ ଆପେ ସୃଷ୍ଟି ହୋଇଛି ନା ଏଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଏହି ସମ୍ପର୍କରେ କାହା ପାଖରେ କୌଣସି ପ୍ରକାରର ସୂଚନା ନାହିଁ ।

ଏହି ଝରଣାର ପାଣିକୁ ନେଇ ବୈଜ୍ଞାନିକ ମାନେ ଅନେକ ଥର ଗବେଷଣା ମଧ୍ୟ କରିଛନ୍ତି ଯେଉଁଥିରୁ ଜଣାପଡ଼ିଛି ଯେ ଏଠାର ପାଣିରେ ଉପସ୍ଥିତ ଥିବା ଖଣିଜ ଗୁଡ଼ିକ ବାହାରର ବାୟୁ ସଂସ୍ପର୍ଷରେ ଆସିବା ଦ୍ୱାରା କ୍ୟାଲସିୟମ କାର୍ବୋନେଟ ହୋଇଯାଇଥାଏ, ଯାହା ହଜାର ବର୍ଷ ଧରି ଏହା ଝରଣାର କୁଳରେ ଜମା ହୋଇ ଆସୁଛି । ଏହି କାରଣରୁ ହିଁ ଏହି ଝରଣା ଗୁଡ଼ିକ ଛୋଟ ଛୋଟ ହ୍ରଦରେ ପରିଣତ ହୋଇଛନ୍ତି ।


Share It

Comments are closed.