ଜାଣନ୍ତୁ ଧନତେରସ ଦିନ ଦୀପ ଅର୍ପଣ କରିବାର ମହତ୍ବ


ନଭେମ୍ବର ୧୩ତାରିଖରେ ଧନତେରସ ପର୍ବ ପାଳନ କରାଯିବ। ଏହି ଦିନ ଭଗବାନ ଧନ୍ବନ୍ତରୀ,କୁବେର ଏବଂ ମା ଲକ୍ଷ୍ମୀଙ୍କ ପୂଜା କରିବାର ବିଧାନ ରହିଛି। ଧନତେରସ ଦିନ ମୃତ୍ୟୁର ଦେବତା ଯମଙ୍କ ପୂଜା ମଧ୍ୟ କରାଯାଇଥାଏ। ବିଶ୍ବାସ ରହିଛି ଯେ ଏହି ଦିନ ଯମ ଦେବତାଙ୍କ ପୂଜା କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ ଦୂର ହୋଇ ଯାଇଥାଏ। ଏହି ଦିନ ଯମ ଦେବତାଙ୍କ ପାଇଁ ଦୀପଦାନ କରିବାର ଖାସ୍ ମହତ୍ତ୍ବ ରହିଥାଏ।

ଧନତେରସ ଦିନ ଯମ ଦେବତାଙ୍କ ନାଁରେ ଏକ ଦୀପ ଜଳାଇବାର ପରମ୍ପରା ରହିଛି। ମୃତ୍ୟୁର ଦେବତା ଯମଙ୍କ ଦକ୍ଷିଣ ଦିଗ ହୋଇଥାଏ। ଏଥିପାଇଁ ଧନତେରାସ ସନ୍ଧ୍ୟାରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଦୀପ ଜଳାଯାଏ ଏବଂ ଏହାକୁ ଯମ ଦେବତାଙ୍କୁ ସମର୍ପିତ କରାଯାଇଥାଏ। ଏହା ପରେ ଦୀପକୁ ଘର ଦ୍ବାରରେ ରଖାଯାଇଥାଏ। ଏପରି କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ ଟଳି ଯାଇଥାଏ।

ଦୀପଦାନ ପାଇଁ ଏବର୍ଷ ଧନତେରସ ଦିନ ଶୁଭ ମୂହୁର୍ତ୍ତର ସମୟ ୧ଟା ୨୦। ଧନତେରସ ସନ୍ଧ୍ୟାରେ ୫ଟା ବାଜି ୩୪ମିନିଟରୁ ସନ୍ଧ୍ୟା ୬ଟା ବାଜି ୫୪ମିନିଟ୍ ଯାଏଁ ଯମଙ୍କ ପାଇଁ ଦୀପ ଜଳା ଯାଇଥାଏ।


Share It

Comments are closed.