ଜ୍ୟାକଲିନଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କର ଫିଟନେସର ରାଜ


ଜ୍ୟାକଲିନଙ୍କର ଜନ୍ମଦିନ କାଲି ଥିବା ବେଳେ ସେ ନିଜର ଜନ୍ମଦିନ ଏକ ପ୍ରାଣୀ ଆଶ୍ରୟସ୍ଥଳୀରେ ପାଳନ କରିଛନ୍ତି । ଏହାର ଫଟୋ ସେ ନିଜର ଇନଷ୍ଟାଗ୍ରାମରେ ସେୟାର କରି ସେ ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଆସନ୍ତୁ ଜାଣିବା ତାଙ୍କର ଫିଟନେସର ରାଜ କଣ କେମିତି ରଖନ୍ତି ସେ ନିଜକୁ ଫିଟ ।
ଜ୍ୟାକଲିନ ନିଜକୁ ଫିଟ ରଖିବା ପାଇଁ ଯୋଗଆସନ କରିବାକୁ ପସନ୍ଦ କରନ୍ତି । ସେ କୁହନ୍ତି ଯୋଗ କେବଳ ଶାରିରୀକ ନୁହେଁ ବରଂ ମାନସିକ ସାନ୍ତି ପ୍ରଦାନ କରିଥାଏ । ତେଣୁ ସେ ଯୋଗ କରିବାକୁ ବେଶି ଭଲପାଇଥାନ୍ତି । ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ନିଜର ଯୋଗର ପୋଜ ମଧ୍ୟ ସେୟାର କରିଥାନ୍ତି । ସେ ଯୋଗ ଆସନ ଦ୍ୱାରା ନିଜର ମେଣ୍ଟାଲ ଏନଜାଇଟିକୁ ନିୟନ୍ତ୍ରଣ କରିଥିବାର ମଧ୍ୟ କହିଥିଲେ । ସେ ପ୍ରତିଦିନ ପ୍ରାୟ ୩୦ମିନିଟରୁ ଏକ ଘଣ୍ଟା ବ୍ୟାୟାମ ଏବଂ ଯୋଗ କରିଥାନ୍ତି । ସେ କୁହନ୍ତି ବ୍ୟାୟାମ କରିବା କେବେ ବନ୍ଦ କରିବା ଉଚିତ ନୁହେଁ । ସେ କେବଳ ଜିମରେ ୱାର୍କଆଉଟ କରନ୍ତି ନାହିଁ ବରଂ ସେ ପୋଲ ଡ୍ୟାନ୍ସି ଏବଂ ଏରିଏଲ ମଧ୍ୟ କରିଥାନ୍ତି । ସେ ଅନ୍ୟ ସମସୟରେ ନିଜକୁ ରିଲାକ୍ସ ରଖିବା ପାଇଁ ମଧ୍ୟ ପସନ୍ଦର ମ୍ୟୁଜିକ ଏବଂ ରିଲାକ୍ସିଂ ମ୍ୟୁଜିକ ଶୁଣିବାକୁ ପସନ୍ଦ କରିଥାନ୍ତି । ସେ ନିଜର ୱାର୍କଆଉଟକୁ ଖୁବ ଉପଭୋଗ କରିଥାନ୍ତି ଏବଂ ତାହାକୁ କେବେ ହେଲେ ବର୍ଡନ ଭାବି କରନ୍ତି ନାହିଁ । ୱାର୍କଆଉଟର ଫଳାଫଳ ସର୍ବଦା ଆସନ୍ଦ ପ୍ରଦାନ କରିଥାଏ ଏବଂ ସେଥିପାଇଁ ସେ ଖୁବ ଉତ୍ସାହର ସହିତ ୱାର୍କଆଉଟ କରିଥାନ୍ତି ।


Share It

Comments are closed.