କେଉଁ ବିଧିରେ ଶ୍ରୀ ଗଣେଶଙ୍କ ସ୍ଥାପନା କଲେ ମିଳିଥାଏ ସୁଖ ସମୃଦ୍ଧି ଜାଣନ୍ତୁ


ଗଣେଶ ଚତୁର୍ଥୀ ଏଭଳି ଏକ ପାର୍ବଣର ଦିନ ଯାହାକୁ ପ୍ରତି ବର୍ଷ ଲୋକମାନେ ଅନେକ ଆଗ୍ରହ ତଥା ଉତ୍ସାହର ସହ ଚାହିଁ ରହିଥାନ୍ତି । ଆମ ମାନଙ୍କ ମଧ୍ୟରୁ ଅନେକ ଏହି ପର୍ବକୁ ସମୁଦାୟରେ ପାଳନ କରୁଥିବାବେଳେ, କେତେକ ଘରେ ମଧ୍ୟ ଏହାକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି । ଯଦି ଏହି ଗଣେଶ ଚତୁର୍ଥୀ ଆପଣ ମଧ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତୀ ଘରେ ସ୍ଥାପନା କରିବାକୁ ଚାହୁଁଛନ୍ତି କିନ୍ତୁ ଏହାର ବିଧି ସମ୍ପର୍କରେ ଅବଗତ ନାହାନ୍ତି ତେବେ ଏହି ବାସ୍ତୁ ନିୟମ ଗୁଡ଼ିକୁ ନିଶ୍ଚିତ ପାଳନ କରନ୍ତୁ । ସର୍ବ ପ୍ରଥମେ ଏହି ବିଷୟ ପ୍ରତି ଧ୍ୟାନ ରଖନ୍ତୁ ଶ୍ରୀ ଗଣେଶଙ୍କର ଏପରି ମୂର୍ତ୍ତି ଘରକୁ ଆଣନ୍ତୁ ଯାହାଙ୍କର ଶୁଣ୍ଢ ବାମପାଶ୍ୱର୍କୁ ବଙ୍କା ହୋଇ ରହିଥିବ । ଏପରି ମୂର୍ତ୍ତି ସୁଖ ସମୃଦ୍ଧି ଆଣି ଦେଇଥାଏ । ନୃତ୍ୟରତ ଗଣେଶଙ୍କ ମୂର୍ତ୍ତି ଘରକୁ କେବେ ବି ଆଣନ୍ତୁ ନାହିଁ । ଏହା ବିଶ୍ୱାସ କରାଯାଏ ଯେ ଘରେ ଶ୍ରୀ ଗଣେଶଙ୍କ ଛବି କିମ୍ବା ପ୍ରତିମୂର୍ତ୍ତି ଘରକୁ ସମସ୍ତ ଖରାପ ଶକ୍ତିଠାରୁ ଦୁରେଇ ରଖିଥାଏ । ବାସ୍ତୁ ବିଜ୍ଞାନ ଅନୁଯାୟୀ ଶ୍ର୍ରୀ ଗଣେଶଙ୍କୁ ଘରର କିମ୍ବା ଅନ୍ୟ କୌଣସି ସ୍ଥାନରେ ସ୍ଥାପିତ କଲାବେଳେ ସର୍ବଦା ଉତ୍ତର-ପୂର୍ବ ଦିଗରେ ସ୍ଥାପିତ କରାଯିବା ଆବଶ୍ୟକ । ଯଦି ଉତ୍ତର-ପୂର୍ବ ଦିଗରେ ସ୍ଥାନ ନଥାଏ ତେବେ ଉତ୍ତର କିମ୍ବା ପୁର୍ବ ଦିଗରେ ଶ୍ରୀଗଣେଶଙ୍କ ପ୍ରତିମା ସ୍ଥାପନା କରିପାରିବେ । ଯଶ ବୈଭବ ପାଇଁ ଶ୍ରୀଗଣେଶଙ୍କ ଚରଣରେ ଚାଉଳ ରଖନ୍ତୁ । ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ ଘରେ ଶ୍ରୀ ଗଣେଶଙ୍କର ଶ୍ୱେତ ବା ଧଳା ରଙ୍ଗର ମୁର୍ତ୍ତି ଘର ପାଇଁ ସୁଖ, ସମୃଦ୍ଧି ଏବଂ ସଫଳତା ନେଇଆସିଥାଏ । ଏହା ସବୁବେଳେ ମନେ ରଖନ୍ତୁ ଯେ ଦେବାଦେବୀଙ୍କ ମୁର୍ତ୍ତିକୁ ସବୁବେଳେ ଉଚ୍ଚ ସ୍ଥାନରେ ସ୍ଥାପିତ କରିବା ଦରକାର । ଏକ କାଷ୍ଠ ନିର୍ମିତ ପଟାକୁ ଏକ ଶ୍ୱେତ ବା ଧଳା କପଡ଼ାରେ ଆଚ୍ଛାଦିତ କରାଇ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ ସ୍ଥାପିତ କରଯିବା ଉଚିତ । ଏହା ବ୍ୟତୀତ ଆପଣ ସମସ୍ତ ପୂଜା ସାମଗ୍ରୀ ଯଥା ହଳଦୀ, ଚନ୍ଦନ, କୁମକୁମ, ଦୀପ, ଚାଉଳ କିମ୍ବା ପବିତ୍ର ଜଳରେ ପୂର୍ଣ୍ଣ ହୋଇଥିବା ଏକ କଳଶ, ରଙ୍ଗୋଲୀ ଏବଂ ପୁଜା ସମ୍ବନ୍ଧିତ ଅନ୍ୟାନ୍ୟ ସାମଗ୍ରୀକୁ ପ୍ରସ୍ତୁତ ରଖନ୍ତୁ । ଧ୍ୟାନ ରଖନ୍ତୁ ଯେପରି ଦେବାଦେବୀଙ୍କ ମୂର୍ତ୍ତିକୁ କେବେ ମଧ୍ୟ ଦକ୍ଷିଣ ଦିଗ, ପାହାଚ ତଳେ,ଶୋଇବା ଘରେ, ଗାଧୁଆ ଘର ନୀକଟରେ କିମ୍ବା ଗାଧୁଆ ଘରକୁ ଲାଗି ରହିଥିବା କୋଠରୀରେ ସ୍ଥାପନା କରିବେ ନାହିଁ । ଏହା ବ୍ୟତୀତ ଏକାଧିକ ମୁର୍ତ୍ତିକୁ ଘରେ ରଖନ୍ତୁ ନାହିଁ ।


Share It

Comments are closed.