ବିଭିନ୍ନ ପ୍ରକାରର ସ୍ୱସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ ତେନ୍ତୁଳି , ଆସନ୍ତୁ ଜାଣିବା କଣ ରହିଛି ଏହାକୁ ଖାଇବାର ଫାଇଦା


ଭାରତୀୟମାନେ ଅନ୍ୟ ଦେଶ ତୁଳନାରେ ଅଧିକ ଖଟା ଉତ୍ପାଦ ଖାଇଥାନ୍ତି । ବିଶେଷ କରି ଦକ୍ଷିଣ ଭାରତୀୟମାନେ ନିଜର ସମସ୍ତ ଖାଦ୍ୟରେ ଖଟାର ମିଶ୍ରଣ କରିଥାନ୍ତି । ସମସ୍ତେ ପ୍ରାୟ ବିଭିନ୍ନ ଖଟା ଉପାଦାନ ତଥା ଆଚାର, ତେନ୍ତୁଳି, ଆମ୍ବୁଲ ଇତ୍ୟାଦି ବ୍ୟବହାର କରୁଥିବା ବେଳେ ତେନ୍ତୁଳି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ତେନ୍ତୁଳିକୁ ଚାରୁ ପାଣି, ସାମ୍ବର ଏବଂ ବିଭିନ୍ନ ଚଟଣୀରେ ମଧ୍ୟ ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାାଇଥାଏ । ଜାଣନ୍ତି କି ଏହା ସ୍ୱାଦ ବଢାଇବା ସହିତ ଏହାର ବିଭିନ୍ନ ପ୍ରକାରର ସୁଫଳ ମଧ୍ୟ ରହିଛି । ଆସନ୍ତୁ ଜାଣିବା ତେନ୍ତୁଳି ଖାଇବା ଦ୍ୱାରା କଣ ମିଳିଥାଏ ସୁଫଳ . . . .
୧. ତେନ୍ତୁଳି ହଜମ କ୍ରିୟା ସକ୍ରିୟ କରିବାରେ ସାହାଯ୍ୟ କରିଥାଏ ।
୨. ଡାଇବେଟିସର ନିୟନ୍ତ୍ରଣ ରକ୍ଷା କରିବାରେ ତେନ୍ତୁଳି ଖୁବ ସାହାଯ୍ୟ କରିଥାଏ ।
୩. ଓଜନ ହ୍ରାସ କରୁଥିବା ବ୍ୟକ୍ତି ନିଜ ଡାଏଟରେ ତେନ୍ତୁଳି ପାଣିର ସାମିଲ କରିପାରିବେ ।
୪. ଏହା ହୃହୟକୁ ମଧ୍ୟ ଭଲ ରଖିଥାଏ ।
୫. ଏହାର ଆଣ୍ଟି-ଇନଫ୍ଲାମେଟାରୀ ଗୁଣ କ୍ୟାନସର ବିପକ୍ଷରେ କାର୍ଯ୍ୟ କରିଥାଏ ।
୬. ପେପଟିକ ଅଲସର ରୋଗୀମାନେ ତେନ୍ତୁଳି ଖାଇବା ଦ୍ୱାରା ଅଲସର ସମସ୍ୟା ଧିରେ ଧିରେ ଲୁପ୍ତ ପାଇଥାଏ ।
୭. ଏହା ମଧ୍ୟ ତ୍ୱଚାକୁ କ୍ଲିନ ଏବଂ କ୍ଲିୟର ରଖିବାରେ ସାହାଯ୍ୟ କରିଥାଏ ।
୮. ପ୍ରତିଦିନ ତେନ୍ତୁଳି ଖାଉଥିବା ବ୍ୟକ୍ତିଙ୍କର ଲିଭର ସୁରକ୍ଷିତ ରହିଥାଏ ।
୯. ଏହା ଡ୍ୟାମେଜ ହେୟାର କିମ୍ବା କେଶର ଫଟା ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।


Share It

Comments are closed.