ଜାଣନ୍ତୁ କିପରି କରିବେ ଆୟୁର୍ବେଦ ଉପାୟରେ ଥାଇରଏଡ ଉପଚାର
ବର୍ତ୍ତମାନ ଥାଇରଏଡର ସମସ୍ୟା ଖୁବ ବଢିଯାଇଛି । ଏହା ଏପରି ଏକ ସମସ୍ୟା ଯାହା ଥରେ ହେବା ମାତ୍ରେ ତାହାକୁ ଦୂର କରିବା ପାଇଁ ଖୁବ କଷ୍ଟକର ହୋଇଥାଏ । ଏହା ଦ୍ୱାରା ଶରୀରରେ ବହୁ ସମସ୍ୟା ଦେଖାଯାଇଥାଏ ଏବଂ ଏଥି ପାଇଁ ପ୍ରତିଦିନ ମେଡିସିନ ମଧ୍ୟ ଖାଇବାକୁ ପଡିଥାଏ । କିନ୍ତୁ ଘରେ ଉପଲବ୍ଧ ହେଉଥିବା କିଛି ଉତ୍ପାଦକୁ ନେଇ ଆପଣ ଥାଇରଏଡର ଉପଚାର କରିପାରିବେ । ଆସନ୍ତୁ ଜାଣିବା ଥାଇରଏଡର ଆୟୁର୍ବେଦ ଉପଚାର ସମ୍ପର୍କରେ . . . .
୧. ଅଦା – ଅଦାରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ ଇତ୍ୟାଦି ଥାଇରଏଡର ସମସ୍ୟା ପାଇଁ ଉପକାରୀ । ଅଦାର ଇନଫ୍ଲାମେଟାରୀଗୁଣ ଥାଇରଡକୁ ଶରୀରରେ ବଢିବାକୁ ରୋକିଥାଏ ।
୨. ଦହି ଏବଂ ଦୁଗ୍ଧ – ଦୁଗ୍ଧ ଏବଂ ଦହି କ୍ୟାଲସିୟମ, ମିନେରାଲ ଏବଂ ଭିଟାମିନ ଭରପୁର ମାତ୍ରାରେ ରହିଛି । ଏହା ଥାଇରଏଡ ଏବଂ ଗଳାର ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ।
୩. ମୂଲେଠୀ – ଥାଇରଏଡ ରୋଗୀମାନେ ଖୁବ ଶୀଘ୍ର ଥକିଯାଇଥାନ୍ତି । ତେଣୁ ସେମାନଙ୍କ ପାଇଁ ମୂଲେଠୀ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ତୁରନ୍ତ ଶକ୍ତି ପ୍ରଦାନ କରିବା ସହିତ ଥାଇରଏଡ ଗ୍ରନ୍ଥିକୁ ମଜବୁତ ହୋଇଥାଏ ।
୪. ଗହମ – ଆୟୁର୍ବେଦରେ ରହିଛି ଗହମ ଥାଇରଏଡ ସମସ୍ୟା ଦୂର କରିଥାଏ । ଥାଇରଏଡ ଗ୍ରନ୍ଥିକୁ ରୋକିବା ପାଇଁ ପ୍ରତିଦିନ ଗହମର ସେବନ କରନ୍ତୁ ।
୫. ଫାଇବର ଯୁକ୍ତ ଖାଦ୍ୟ – ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଥାଇରଏଡର ସମସ୍ୟା ଦୂର ହୋଇଥାଏ । ଏହା ଶରୀରରେ ଥାଇରଏଡ ଗ୍ରନ୍ଥିକୁ ନିୟନ୍ତ୍ରଣ କରିଥାଏ ।
୬. ଲାଉ ଜୁସ – ଥାଇରଏଡର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତିଦିନ ଖାଲି ପେଟରେ ଲାଉ ଜୁସ ପିଇପାରିବେ । ଏହା ପିଇବା ଦ୍ୱାରା ଡାଇବେଟିସ ସହିତ ରକ୍ତ ଚାପରେ ନିୟନ୍ତ୍ରଣ ହୋଇଥାଏ ।
Comments are closed.