ଜାଣନ୍ତୁ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ବିଷୟରେ କିଛି ରୋଚକ କଥା


ଗୁଗୁଲ ସିିଇଓ, ସୁନ୍ଦର ପିଚାଇ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ । ଭାରତୀୟ ମାନଙ୍କ ପାଇଁ ଗର୍ବ ତଥା ଏକ ଉଦାହରଣ । ସଦ୍ୟ ପ୍ରକାଶିତ ଖବର ଅନୁଯାୟୀ ବର୍ତ୍ତମାନ ତାଙ୍କୁ ନୂତନ ଦାୟିତ୍ୱ ମଧ୍ୟ ମିଳିଯାଇଛି । ଗୁଗୁଲର ପ୍ୟାରେଣ୍ଟାଲ କମ୍ପାନୀ, ଆଲଫାବେଟ ପକ୍ଷରୁ ସୁନ୍ଦର ପିଚାଇଙ୍କୁ ବର୍ତ୍ତମାନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଗତ କିଛି ବର୍ଷ ଧରି ସୁନ୍ଦର ପିଚାଇ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଅନେକ ମାତ୍ରାରେ ଲୋକପ୍ରିୟ ରହିଆସିଛନ୍ତି । ଲୋକମାନେ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଋଚି ରଖୁଛନ୍ତି । ତେବେ ଆସନ୍ତୁ ଜାଣିବା ସୁନ୍ଦର ପିଚାଇଙ୍କ ବିଷୟରେ କିଛି ରୋଚକ କଥା ।

୨୦୧୬ରେ ଏକ ଇଣ୍ଟରଭିୟୁ ସମୟରେ ସେ କହିଥିଲେ ଯେ ସେ ମର୍ଣ୍ଣିଂ ପର୍ସନ ନୁହଁନ୍ତି, ଅର୍ଥାତ ସେ ସକାଳୁ ଉଠିପାରନ୍ତି ନାହିଁ । ପିଚାଇ ସକାଳ ୬.୩୦ ରୁ ୭ ମଧ୍ୟରେ ଉଠିଥାନ୍ତି । ସେ କେବେ କେବେ ଜିମ ଯାଇଥାଆନ୍ତି କିନ୍ତୁ ସେ ଅଫିସରେ ଅନେକ ମାତ୍ରାରେ ଚାଲିଥାଆନ୍ତି । ସୁନ୍ଦର ପିଚାଇ ସକାଳେ ଚା\’ ପିଇବା ସମୟରେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଏବଂ ନିୟୁୱର୍କ ଟାଇମ୍ସ ପଢିଥାନ୍ତି । ସେ ନିଜର ପ୍ରଥମ ସ୍ମାର୍ଟଫୋନ ୨୦୦୬ରେ କିଣିଥିଲେ କିନ୍ତୁ ବର୍ତ୍ତମାନ ତାଙ୍କ ଘରେ ୩୦ଟି ସ୍ମାର୍ଟଫୋନ ରହିଥିବାବେଳେ ସେଗୁଡ଼ିକର ବ୍ୟବହାର ସେ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ କରିଥାଆନ୍ତି ।

ସୁନ୍ଦର ପିଚାଇ ଏପର୍ଯ୍ୟନ୍ତ ମଧ୍ୟ ଶୋଇବା ଆଗରୁ ତାଙ୍କ ବେଡ଼ ନିକଟରେ ପାଣି ବୋତଲ ରଖିବାକୁ ଭୁଲନ୍ତି ନାହିଁ । ସେ ଏବଂ ତାଙ୍କ ସ୍ତ୍ରୀ, ଅଞ୍ଜଳି ଆଇଆଇଟି ଖଡ଼ଗପୁରରେ ଏକା ସାଙ୍ଗେ ପାଠ ପଢୁଥିଲେ । ଶେଷ ବର୍ଷରେ ପିଚାଇ ଅଞ୍ଜଳିଙ୍କୁ ପ୍ରପୋଜ୍ କରିଥିଲେ । ବୃତ୍ତିଗତ ଦୃଷ୍ଟିରୁ ଅଞ୍ଜଳି କେମିକାଲ ଇଞ୍ଜିନିୟର ଅଟନ୍ତି । ୨୦୧୧ରେ ସୁନ୍ଦର ପିଚାଇଙ୍କୁ ଟ୍ୱିଟରରୁ ଜବ ଅଫର ଆସିଥିଲା । ସେହି ସମୟରେ ସେ କ\’ଣ କରିବେ ତାହା ସ୍ଥିର କରିପାରିନଥିଲେ । ସେତେବେଳେ ଅଞ୍ଜଳି ତାଙ୍କୁ ଗୁଗୁଲ ନଛାଡ଼ିବାକୁ ପରାମର୍ଶ ଦେଇଥିଲେ ଏବଂ ୨୦୧୫ରେ ସୁନ୍ଦର ଗୁଗୁଲର ସିିଇଓ ରୂପେ ନିଯୁକ୍ତ ହୋଇଥିଲେ । ୨୦୦୪ରେ ସେ ଗୁଗୁଲରେ ଚାକିରୀ ଆରମ୍ଭ କରିଥିଲେ । ୧୫ ବର୍ଷର କ୍ୟାରିୟରରେ ସେ ଗୁଗୁଲରେ ଅନେକ ପରିବର୍ତ୍ତନ ହୋଇଥିବାର ଲକ୍ଷ୍ୟ କରିଛନ୍ତି । ସୁନ୍ଦର ଏବଂ ଅଞ୍ଜଳିଙ୍କର କାବ୍ୟା ଏବଂ କିରଣ ନାମକ ଦୁଇଟି ପିଲା ଅଛନ୍ତି ।


Share It

Comments are closed.