ପିଲାମାନେ ଜିଦ କରୁଥିଲେ କିମ୍ବା ସେମାନଙ୍କ ମନକଥା ବୁଝିବାରେ ସମସ୍ୟା ହେଉଥିଲେ ଜାଣନ୍ତୁ କିପରି କରିବେ ଏହି ଏହାର ସମାଧାନ . . . .

Share It

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ପିଲାମାନଙ୍କ ପାଇଁ ସଠିକ ସମୟ ବାହାର କରିପାରୁନଥିବା ବେଳେ ପିଲାମାନେ ସମୟ ସମୟରେ ଜିଦିଆ ଏବଂ ଚୁପଚାପ ହୋଇଯାଇଥାନ୍ତି  । ତେଣୁ ପିଲାମାନଙ୍କର ଭାବନା ଏବଂ ଚିନ୍ତାଧାରାକୁ ବୁଝି ଏହାର ସେମାନଙ୍କ ଭାବନାର ସମ୍ମାନ କରିବା ଦ୍ୱାରା ପିଲାମାନଙ୍କର ବିଶେଷ ଉନ୍ନତି କରାଯାଇପାରିବ । ଆପଣଙ୍କୁ ସେମାନଙ୍କ ଶାରିରୀକ ଯତ୍ନ ନେବା ସହିତ ସେମାନଙ୍କ ମାନସିକ ଯତ୍ନ ନେବା ଖୁବ ଆବଶ୍ୟକ । ସେମାନଙ୍କୁ ସମୟ ଦେବା ସହିତ ସେମାନଙ୍କ ଭାବନା ଏବଂ ଚିନ୍ତାଧାରାକୁ ସମ୍ମାନ ଦେବା ଆବଶ୍ୟକ । ପିଲାମାନଙ୍କ ମନକଥା ବୁଝିବାରେ ସମସ୍ୟା ହେଉଥିଲେ ନିମ୍ନ ଲିଖିତ କିଛି ଉପାୟରେ ଧ୍ୟାନ ଦିଅନ୍ତୁ ।

୧.   ପିଲାଙ୍କ କଥା ଭଲଭାବେ ଶୁଣନ୍ତୁ – ପିଲାମାନଙ୍କ ମନ କଥା ବୁଝିବାକୁ ହେଲେ ଆପଣ ପ୍ରଥମେ ଭଲଭାବେ ସେମାନଙ୍କ କଥା ଶୁଣିବାକୁ ଚେଷ୍ଟା କରନ୍ତୁ । ଆପଣ ନିଜର ସମସ୍ତ କାର୍ଯ୍ୟ ଛାଡି ପ୍ରଥମେ ସେମାନଙ୍କ କଥାକୁ ସମ୍ପୂର୍ଣ୍ଣ ଭାବେ ଶୁଣନ୍ତୁ ଏବଂ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

୨.   ପିଲାଙ୍କ ଆଖିରେ ଆଖି ମିଶାଇ କଥା କୁହନ୍ତୁ – ପିଲା କୌଣସି ପ୍ରକାର ଭୁଲ କିମ୍ବା ଦୋଷ କରୁଥିଲେ ପ୍ରଥମେ ପିଲାର ଆଖିରେ ଆଖି ମିଶାଇ ତାକୁ ବୁଢାଇବାକୁ ଚେଷ୍ଟା କରନ୍ତୁ । ଏବଂ ସେମାନଙ୍କ ସହିତ ଅସୁବିଧାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ।

୩.   ପିଲାଙ୍କ ଭାବନା ଏବଂ ଚିନ୍ତାଧାରାକୁ ବୁଝନ୍ତୁ – ପିଲାମାନଙ୍କୁ ଅଧିକରୁ ଅଧିକ ସମୟ ଦେବା ଦ୍ୱାରା ଆମ୍ଭେମାନେ ସେମାନଙ୍କ ଭାବନା ଏବଂ ଚାନ୍ତାଧାରା ସମ୍ପର୍କରେ ଜାଣିପାରିବା । ସେମାନଙ୍କର ପ୍ରତ୍ୟେକ ଇଚ୍ଛା ନୁହେଁ ବରଂ କିଛି ଇଚ୍ଛାକୁ ସମ୍ମାନ ଦେବା ଉଚିତ ଏବଂ ସେମାନଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ ।

୪.   ପିଲାଙ୍କୁ ଦୋଷ ଦେବା ବନ୍ଦ କରିଦିଅନ୍ତୁ – ପିଲାମାନଙ୍କୁ ଅନ୍ୟ କୌଣସି ପିଲାର ଉଦାହରଣ କିମ୍ବା କଥା କହି ବୁଝାନ୍ତୁ ନାହିଁ । ସବୁ ଶିଶୁ ନିଜ ନିଜ ମଧ୍ୟରେ ଉତ୍ତମ ତେଣୁ ଆପଣ ସେମାନଙ୍କୁ ବୁଝାନ୍ତୁ ତାଙ୍କୁ ତାଙ୍କର କୌଣସି ବନ୍ଧୁ ସହ ତୁଳନା କରନ୍ତୁ ନାହିଁ ।

୫.   ପିଲାମାନଙ୍କୁ ବୁଝାନ୍ତୁ – ପିଲାମାନଙ୍କୁ ପ୍ରଥମେ ସେମାନଙ୍କ ପରିସ୍ଥିତିକୁ ବୁଝିବାକୁ ସମୟ ଦିଅନ୍ତୁ । ସେମାନେ କଣ ଚାହୁଁଛନ୍ତି ଏବଂ ସେମାନେ ପରିସ୍ଥିତିକୁ କିପରି ସମାଧାନ କରୁଛନ୍ତି ତାହା ଦେଖନ୍ତୁ । ଏବଂ ପରେ ସେମାନଙ୍କୁ ଉପଦେଶ କିମ୍ବା ଆଦେଶ ଦିଅନ୍ତୁ ।

୬.   ପିଲାମାନଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ –  ପିଲାମାନେ ଭୁଲ କରିଲେ ମଧ୍ୟ ପ୍ରଥମେ ସେମାନଙ୍କୁ ଦୋଷ ଦେଇ ଗାଳି କରନ୍ତୁ ନାହିଁ । ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ । ଯଦି କୌଣସି ପରିସ୍ଥିତିରେ ଆପଣଙ୍କର ଭୁଲ ରହୁଛି ତେବେ ଆପଣ ମଧ୍ୟ ପିଲାମାନଙ୍କୁ ଭୁଲ ମାଗିବାକୁ ଡରନ୍ତୁ ନାହିଁ କିମ୍ବା ଲାଜ କରନ୍ତୁ ନାହିଁ । ଏହା ଦ୍ୱାରା ପିଲାମାନେ ମଧ୍ୟ ନିଜର ଭୁଲ ହେବା ସମୟରେ ଭୁଲ ମାଗିବେ ଏବଂ କୌଣସି ବି ପରିସ୍ଥିତିର ସମ୍ମୁଖିନ କରିପାରିବେ ।


Share It

Comments are closed.