ଜାଣନ୍ତୁ ମେଥି ଆପଣଙ୍କ ପାଇଁ କେତେ ଗୁଣକାରୀ


ପ୍ରତିଦିନ ସକାଳୁ ଖାଲିପେଟରେ ୧ ଗ୍ଲାସ ଥଣ୍ଡା ପାଣି ସହିତ ୪ ଗ୍ରାମ ମେଥି ଖାଇଲେ ପେଟ ରୋଗ ଦୂର ହୋଇଥାଏ । ଗରମ କ୍ଷୀର ବା ଗରମ ପାଣିରେ ମେଥି ଗୁଣ୍ଡକୁ ଗୋଳାଇ ପିିଇବା ଦ୍ୱାରା ଶରୀରର ଯାବତୀୟ କ୍ଳାନ୍ତି ତଥା ଥକାପଣ ଦୂର ହୋଇଥାଏ । ସେହିଭଳି ମେଥି ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିଥାଏ ତଥା ଶରୀରକୁ ତତକ୍ଷଣାତ ଶକ୍ତି ପ୍ରଦାନ କରିଥାଏ ।

ମେଥିକୁ ହଳଦୀ ସହିତ ବାଟି ଲଗାଇଲେ ସବୁ ପ୍ରକାରର ଚର୍ମ ରୋଗରୁ ଉପଶମ ମିଳେ । ଏହା ବ୍ୟତୀତ ଏହା ଚର୍ମକୁ ଉଜ୍ଜ୍ୱଳ ଏବଂ କୋମଳ ମଧ୍ୟ କରିଥାଏ । ଦରଜ କିମ୍ବା ଫୁଲା ସ୍ଥାନରେ ମେଥି ବାଟି ଲଗାଇବା ଦ୍ୱାରା ସୁଫଳ ମିଳିଥାଏ । ଭଜା ମେଥି ଗୁଣ୍ଡକୁ ମିଶ୍ରି ସହିତ ମିଶାଇ ସେବନ କଲେ ଏହା ମହିଳାମାନଙ୍କର ଋତୁଚକ୍ର ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । ଦେଶୀ ଗାଇର କଞ୍ଚା କ୍ଷୀର ସହିତ ମେଥିକୁ ବାଟି ମୁଣ୍ଡରେ ଲଗାଇବା ଦ୍ୱାରା କେଶର ଘନତ୍ୱ ବୃଦ୍ଧି ପାଇଥାଏ । ଏହା ଦ୍ୱାରା କେଶ ଲମ୍ବା ତଥା ସବଳ ହେବା ସହ କେଶ ଉପୁଡ଼ିବା ଏବଂ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ ।


Share It

Comments are closed.