ଜାଣନ୍ତୁ ହାତରୁ କେଉଁ ଜିନିଷ ଖସିବା ଅଶୁଭ ହୋଇଥାଏ


ହାତରୁ ଖାଇବା ଜିନିଷ ଖସିପଡିବା କିମ୍ବା ଗ୍ୟାସରେ ଗରମ ହେଉଥିବା କ୍ଷୀର ଉତୁରି ଗଲେ ତାହାକୁ ଆମେ ସାଧାରଣ କଥା ଭାବି ଅଣଦେଖା କରିଥାଉ । କିନ୍ତୁ ବାସ୍ତୁ ଓ ଜ୍ୟେତିଷଶାସ୍ତ୍ର ଅନୁସାରେ ଖାଦ୍ୟପଦାର୍ଥ ହାତରୁ ଖସିପଡିବାକୁ ଶୁଭ-ଅଶୁଭ ସଙ୍କେତ ସହ ଯୋଡାଯାଇଛି । ସାଧାରଣ ଦେଖାଯାଉଥିବା ଏହି ସଙ୍କେତ ବାସ୍ତବରେ ଭବିଷ୍ୟର ସମସ୍ୟାକୁ ସୁଚାଇଥାଏ । ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ମାନସିକ ଅଶାନ୍ତି ବୃଦ୍ଧି ପ୍ରତି ମଧ୍ୟ ସଙ୍କେତ ଦେଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଦୁଗ୍ଧ କିମ୍ବା ଦୁଗ୍ଧଜାତୀୟ ଦ୍ରବ୍ୟ ହାତରୁ ଖସି ପଡିବା ପରିବାର ପ୍ରତି ଆର୍ଥକ ସଙ୍କଟକୁ ସୁଚାଇଥାଏ ।
ସେହିପରି ଲୁଣ ଖାଦ୍ୟର ସ୍ୱାଦ ବଢାଇବା ସହ ପୂଜାପାଠ ଓ ନଜରଦୋଷକୁ ଦୂର କରିବା କାମ କରିଥାଲ । ବୁଲ୍‌ଗାରିଆ, ୟୁକ୍ରେନ୍ ଓ ରୋମାନିଆ ଭଳି ଦେଶରେ ଲୁଣକୁ ଦୁର୍ଭାଗ୍ୟ ଓ ବିବାଦର ସୂଚକ କୁହାଯାଇଥାଏ । କିନ୍ତୁ ଭାରତୀୟ ଜ୍ୟୋତିଷଶାସ୍ତ୍ର ମୁତାବକ, ଯଦି ହାତରୁ ଲୁଣ ଖସିପଡେ ତେବେ ତାହା ଆପଣଙ୍କ ଭାଗ୍ୟଚକ୍ରରେ ଶୁକ୍ର ଓ ଚନ୍ଦ୍ରମାର ଦୁର୍ବଳ ହେବାର ସଙ୍କେତ ଦେଇଥାଏ । ଏହାଛଡା ଆପଣଙ୍କ ଦ୍ୱାରା ଗୋଲ୍‌ମରିଚ ତଳେ ପଡିଗଲେ ତାହା ମଧ୍ୟ କୌଣସି ନକଟ ସମ୍ପର୍କୀୟଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହେବାର ସଙ୍କେତ ଦେଇଥାଏ । ଗହମ, ଚାଉଳ ଓ ଅନ୍ୟ ଖାଦ୍ୟ ପଦାର୍ଥ ହାତରୁ ଖସି ପଡିବା ଦେବୀ ଅନ୍ନପୂର୍ଣ୍ଣା ତଥା ଦେବୀ ଲକ୍ଷ୍ମୀ ଆପଣଙ୍କ ପ୍ରତି ଅସନ୍ତୁଷ୍ଟ ଥିବା ସୁଚାଇଥାଏ ।ଅଜାଣତରେ ହାତରୁ ଖାଦ୍ୟଶସ୍ୟ ଖସିପଡିଲେ ତାହାକୁ ତତ୍କାଳ ତଳୁ ଉଠାଇ ମଥାରେ ଲଗାଇ କ୍ଷମା ମାଗିବା ଉଚିତ । ଖାଦ୍ୟ ତେଲ ତଳେ ପଡିବା ମଧ୍ୟ ଅଶୁଭ ହୋଇଥାଏ । ଏହା ପରିବାର ଉପରେ କୌଣସି ବଡ ଋଣ ବୋଝ ପଡିବାର ସଙ୍କେତ ଦେଇଥାଏ । ପୂଜା ସମୟରେ ପୂଜା ସାମଗ୍ରୀ କିମ୍ବର ଆଳତୀ ଥାଳି ତଳେ ପଡିଯିବା ଅର୍ଥ ଆପଣଙ୍କ ପୂଜା ସ୍ୱୀକାର ହୋଇନାହିଁ । ଏହା ଭବିଷ୍ୟର କୌଣସି ବିପତିକୁ ସୁଚାଇଥାଏ । ପାଣି ଗ୍ଲାସ୍ ତଳେ ପଡିଗଲେ ତାହା ଆପଣଙ୍କ ରୋଗାକ୍ରାନ୍ତ ହେବାର ସମ୍ଭାବନାକୁ ସୁଚାଇଥାଏ । ଏଥିସହିତ ହାତରୁ ସିନ୍ଦୁର ଖସି ପଡିଲେ ତାହା ଧନ କିମ୍ବା ବ୍ୟାପାର ସହ ଜଡିତ କ୍ଷତିକୁ ସୁଚାଇଥାଏ । ଅନ୍ୟପକ୍ଷରେ ଘରୁ ବାହାରକୁ ଯିବା ସମୟରେ ଆପଣଙ୍କ ପୋଷାକରୁ କିମ୍ବା ହାତରୁ ପଇସା ତଳେ ପଡିଗଲେ ତାହା ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କ ସହ କିଛି ଭଲ ଘଟିବାକୁ ଯାଉଛି କିମ୍ବା ଆପଣଙ୍କର ଧନପ୍ରାପ୍ତି ଯୋଗ ରହିଛି । ସେହିପରି କାହା ସହ ନେଣଦେଣ ସମୟରେ ହାତରୁ ପଇସା ତଳେ ପଡିଗଲେ ମଧ୍ୟ ତାହା ଶୁଭ ହୋଇଥାଏ ।


Share It

Comments are closed.